କୃଷ୍ଣ କାହିଁକି ରାଧାଙ୍କୁ ବିବାହ କରିନଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ବାରମ୍ବାର ଧାରା ପୃଷ୍ଠରେ ଅବତରଣ କରୁଥିଲେ, ଏହା ଦେଖି ମାତା ଲକ୍ଷ୍ମୀ ମଧ୍ୟ୍ୟ ଅବତରଣ କରିବାପାଇଁ ଇଚ୍ଛା ପ୍ରକଟ କଲେ । ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ମନକୁ ଭାଙ୍ଗିପରିଲେ ନାହିଁ । ସେଥିପାଇଁ ସେ ତ୍ରେତୟା ଯୁଗରେ ଭଗବାନ ରାମ ଓ ସୀତା ରୂପରେ ଧରା ପୃଷ୍ଠରେ ଅବତରଣ କଲେ । ଏହାପରେ ଦ୍ବାପର ଯୁଗରେ ମାତା ଲକ୍ଷ୍ମୀ ରୁକ୍ମିଣୀ ରୂପରେ ଜନ୍ମ ଗ୍ରହଣ କଲେ ।

କିଛି ବର୍ଷପରେ ପୁତନା ରାକ୍ଷସୀ ଦେବୀ ରୁକ୍ମିଣୀଙ୍କୁ ବାରମ୍ବାର ହତ୍ୟା କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ମାତା ରୁକ୍ମିଣୀ ପୁତନା ରାକ୍ଷସୀର ସ୍ତନ୍ୟ ପାନ କଲେ ନାହିଁ । ଏଥିମଧ୍ୟରେ ନଗରୀର କିଛି ବାସୀ ମହଲଭିତରକୁ ପ୍ରବେଶ କଲେ । ଲୋକ ମାନଙ୍କୁ ଦେଖି ପୁତନା ଆକାଶ ମାର୍ଗକୁ ଚାଲିଗଲେ ।

ତେବେ ରୁକ୍ମିଣୀ ନିଜକୁ ପୁତନା ହାତରୁ ରକ୍ଷା କରିବା ପାଇଁ ସେ ତାଙ୍କ ନିଜ ଓଜନ ବଢାଇଚାଲିଲେ । ଓଜନ ସମ୍ଭାଳି ନପାରି ପୁତନା ରୁକ୍ମିଣୀଙ୍କୁ ଛାଡିଦେଲା ଓ ସେ ଆସି ମଥୁରା ନଗରୀରେ ଏକ ପୋଖରୀରେ ଫୁଟିଥିବା ପଦ୍ମ ଫୁଲ ଉପରେ ପଡିଲେ ।

ସେହି ବାଟ ଦେଇ ସେହି ନଗରୀର ଏକ ବାସିନ୍ଦା ବୃଷଭାନୁ ଓ କୃତି ଦେବୀ ସେହି ବାଟ ଦେଇ ଯାଉଥିବା ବେଳେ ତାଙ୍କ ନଜର ରୁକ୍ମିଣୀଙ୍କ ଉପରେ ପଡିଲା । ସେ ତାଙ୍କୁ ନେଇ ଘରକୁ ଚାଲିଗଲେ ଓ ତାଙ୍କୁ ନିଜ ଝିଅ ରୁପରେ ଲାଳନ ପାଳନ କଲେ ଓ ତାଙ୍କ ନାମ ରାଧା ରଖିଦେଲେ । ରାଧା ବଡ଼ହେବା ପରେ କୃଷ୍ଣଙ୍କ ସହ ତାଙ୍କର ଦେଖାହୋଇଥିଲା । ତାହାପରେ ରାଧା କୃଷ୍ଣଙ୍କ ରାସ ଲୀଳା ହୋଇଥିଲା ।

ଏହିପରି କିଛି ଦିନ ପରେ, କଂସର ଡ଼ାକରାରେ କୃଷ୍ଣ ମଥୁରା ଚାଲିଗଲେ ଓ ଆଉ ଫେରିପାରିଲେ ନାହିଁ । ଏହି ମଧ୍ୟରେ ବିଧର ପ୍ରଦେଶର ଜାଜାଙ୍କୁ ଜଣାପଡ଼ିଗଲା ଯେ ତାଙ୍କ ଝିଅ ରୁକ୍ମିଣୀ ମଥୁରାରେ ରାଧା ରୂପରେ ବଢ଼ୁଛନ୍ତି ।

ଏହାପରେ ବିଧର ପ୍ରଦେଶର ରାଜା ଆସି ତାଙ୍କ ଝିଅ ରୁକ୍ମଣୀଙ୍କୁ ନିଜ ସହିତ ନେଇ ଚାଲିଗଲେ । ସେତେବେଳେ ବିଧର ପ୍ରଦେଶ କୃଷ୍ଣଙ୍କ ଦ୍ୱାରିକାର ଶତୃଦେଶ ଥିଲା । ଏହି କାରଣରୁ ରାଜା ରୁକ୍ମିଣୀଙ୍କୁ ଜୋର ଜବଦସ୍ତ ଭାବରେ ତାଙ୍କୁ ଅନ୍ୟ ସହିତ ବିବାହ କରିବାପାଇଁ ଚେଷ୍ଟା କଲେ ।

ସେଥିପାଇଁ କୃଷ୍ଣ ରୁକ୍ମଣୀଙ୍କୁ ଅପହରଣ କରି ନିଜ ସହିତ ନେଇ ଆସିଲେ ଓ ନିଜ ରାଜ୍ୟରେ ତାଙ୍କୁ ବିବାହ କଲେ । ତେଣୁ ରୁକ୍ମଣୀ ହିଁ ହେଉଛନ୍ତି ରାଧା ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *