Chanakya Niti- ପୁରୁଷ ହୁଅ କି ମହିଳା, ଲାଜ ନକରି କରନ୍ତୁ ଏହି 3 ଟି କାମ, ଚମକିବ ଭାଗ୍ୟ

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସଫଳତା କିମ୍ବା ଅସଫଳତାର ସମୟ ଆସିଥାଏ, ଏହା ଏକ ସାଧାରଣ କଥା । ମାତ୍ର ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ପାଳନ କରିବେ ବା ନିଜ ମଧ୍ୟରେ ସେହି ଗୁଣ ଗୁଡ଼ିକ ଉତ୍ପନ କରିବେ ତେବେ ଆପଣ ନିଜ ଅସଫଳତାକୁ ସଫଳତାରେ ପରିବର୍ତ୍ତନ କରି ପାରିବେ ।

ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ ଆଜି ଆମେ ଆପଣଙ୍କୁ ଏପରି ତିନୋଟି ନୀତି କହିବୁ ଯାହା ଅନୁଯାୟୀ ଆପଣ ଯଦି ଏପରି କିଛି କ୍ଷେତ୍ରରେ ଲଜ୍ଜ୍ୟାହୀନ ହେବେ ତେବେ ଜୀବନରେ ସଫଳ ହୋଇ ପାରିବେ । ପ୍ରଥମରେ ଯେଉଁ ବିଷୟରେ ଲଜ୍ଜ୍ୟା ହୀନ ହେବାକୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ତାହା ହେଉଛି, ଉଧାର ମାଗୁଥିବା ସମୟରେ । ଉଧାର ସମସ୍ତ ବ୍ୟକ୍ତିଙ୍କ ଜୀବନରେ ଏକ ବଡ଼ ଗ୍ରହଣ ସଦୃଶ ହୋଇଥାଏ ।

କାରଣ ଥରେ ଉଧାର ନେବା ପରେ ଯଦି ଆପଣ ତାହା ସୁଝିବାକୁ ସକ୍ଷମ ହେଉ ନାହାଁନ୍ତି ତେବେ, ତାହା ଆପଣଙ୍କ ପାଇଁ ସମସ୍ୟା ହୋଇଯାଏ । ଚାଣକ୍ୟ ନୀତି ଅନୁସାରେ ଯଦି ଆପଣଙ୍କୁ ଧନର ଅତ୍ୟନ୍ତ ଆବଶ୍ୟକ ଅଛି ଏପରି ସ୍ଥିତିରେ ଆପଣ କାହାକୁ ମଧ୍ୟ ଉଧାର ମାଗିବାକୁ ବିଲକୁଲ୍ ଲାଜ କରନ୍ତୁ ନାହିଁ । ମାତ୍ର ଯେପ୍ରକାର ଆବଶ୍ୟକ ସମୟରେ ଉଧାର ମାଗୁଛନ୍ତି ସେପରି ସମୟ ମଧ୍ୟରେ ଫେରାଇ ଦେବା ମଧ୍ୟ ଆବଶ୍ୟକ ।

ସାଧାରଣ ଭାବେ ଜୀବନରେ ପ୍ରାୟ ପ୍ରତ୍ୟେକ ସମସ୍ୟାର ସମାଧାନ ଧନ ହିଁ ହୋଇଥାଏ । ସେଥିପାଇଁ ଯଦି ଆପଣ ବ୍ୟାପାର କରନ୍ତି ତେବେ କେବେ ଧନ ମାଗିବାରେ ଲାଜ କରନ୍ତୁ ନାହିଁ । ଅନ୍ୟଥା ଆପଣ ଆଗାମୀ ଜୀବନରେ ଉନ୍ନତି କରି ପାରିବେ ନାହିଁ ।

ଦ୍ଵିତୀୟ ରେ ଶିକ୍ଷା ପ୍ରାପ୍ତ କରିବା ସମୟରେ । କାରଣ ଶିକ୍ଷା ପ୍ରାପ୍ତ କରିବାରେ କୌଣସି ଲାଜ କରୁଥିବା ବ୍ୟକ୍ତି ସବୁବେଳେ ପଛରେ ରହି ଯାଏ । ଅନେକ ସମୟରେ ଦେଖା ଯାଏ ଛାତ୍ର ଛାତ୍ରୀ କୌଣସି ବିଷୟ ବୁଝି ନ ପାରୁ ଥିଲେ ମଧ୍ୟ ଲାଜରେ ଆଉ ପଚାରନ୍ତି ନାହିଁ । କାରଣ ଏପରି କଲେ ସେମାନେ ବେଇଜ୍ଜତ ହୋଇଯିବେ ବୋଲି ସେମାନେ ଭାବନ୍ତି ।

ଯିଏ ଶିକ୍ଷା ପ୍ରାପ୍ତ କରିବା ସମୟରେ ଲାଜ କରେ ସେ ଜୀବନରେ କୌଣସି ଉତ୍ତମ ସ୍ଥାନ ପାଇ ପାରେ ନାହିଁ ବୋଲି ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି । ସେଥିପାଇଁ ଜ୍ଞାନ ପ୍ରାପ୍ତ କଲା ବେଳେ ଲାଜ କରନ୍ତୁ ନାହିଁ । ଯାହା ବୁଝି ହେଉ ନାହିଁ ତାହା ତୁରନ୍ତ ନିଜ ଶିକ୍ଷକଙ୍କ ଠାରୁ ବୁଝି ନେବା ଉଚିତ୍ ।

ତୃତୀୟରେ ହେଉଛି ଭୋଜନ କରୁଥିବା ସମୟରେ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଏହା ମଧ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ଭୋଜନ କଲା ବେଳେ ଲାଜ କରେ ସେ ନିଜ ସମ୍ପୂର୍ଣ୍ଣ ଜୀବନ କାଳରେ କିଛି ବଡ଼ ହାସଲ କରି ପାରେ ନାହିଁ ।

ଏପରି ବ୍ୟବହାର ରଖୁଥିବା ଲୋକ ସବୁବେଳେ ଦୁଃଖ ଓ ସଙ୍କଟରେ ବୁଡି ରହିଥାଏ ବୋଲି ଶାସ୍ତ୍ରରେ ଲେଖା ଅଛି । କୁହା ଯାଏ ଯିଏ ସାମାନ୍ୟ ଭୋଜନ ପାଇଁ ଏତେ ଲାଜ କରେ ସେ ଅନ୍ୟ ଲୋକଙ୍କ ପାଇଁ କିଛି କରି ପାରିବ ନାହିଁ । ସେଥିପାଇଁ କେବେ ମଧ୍ୟ ଭୋଜନ କରିବା ସମୟରେ ଲାଜ କରିବା ଉଚିତ୍ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *