ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜନ୍ମ ଓ ମୃତ୍ୟୁ ଏହା ବିଧିର ନିୟତି ଅଟେ । ଯାହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ । ତେବେ ବ୍ୟକ୍ତିର ଜନ୍ମ ଓ ମୃତ୍ୟୁ ଚକ୍ର ସେହିପରି ଅନବରତ ଚାଲିଥାଏ । ଯେଉଁ ପର୍ଯ୍ୟନ୍ତ ସେହି ଆତ୍ମା ସହିତ ପରମଆତ୍ମା ସହିତ ମିଳନ ଘଟିନଥାଏ । ତେବେ ଜଣେ ଶିଶୁ ଯେତେବେଳେ ଏହି ଧରା ପୃଷ୍ଠରେ ଜନ୍ମଲାଭ କରିଥାଏ । ସେତେବେଳେ ସେ ତା’ ର ପୂର୍ବ ଜନ୍ମର କଥା କିଛି ମଧ୍ୟ ମନ ପକାଇପାରିନଥାଏ ।
ଏ ପ୍ରାଣୀର ମୃତ୍ୟୁ ପରେ ସେ ଅନ୍ୟ ଏକ ଯୋନୀରେ ଜନ୍ମଲାଭ କରିଥାଏ । ଯେତେବେଳେ ମା’ ର ଗର୍ଭରେ ସନ୍ତାନଟିଏ ରହିଥାଏ । ସେତେବେଳ ପର୍ଯ୍ୟନ୍ତ ସନ୍ତାନର ପୂର୍ବ ଜନ୍ମ କଥା ସବୁ ମନେ ରହିଥାଏ । ସନ୍ତାନଟି ଗର୍ଭରେ ଥିବା ସମୟରେ ବହୁତ କିଛି କଥା ମଧ୍ୟ ପୂର୍ବଜନ୍ମ କଥାକୁ ସ୍ମରଣ କରି ମନେ ପକାଇଥାଏ । ଯେପରି ସେ ପୂର୍ବ ଜନ୍ମରେ କଣ ପାପ ଓ ପୂଣ୍ୟ କାର୍ଯ୍ୟ କରିଛି ।
ଜୀବନରେ ସେ କେତେ ସୁଖ ଅର୍ଜନ କରିପାରିଛି । କେଉଁ ସବୁ କାର୍ଯ୍ୟକୁ ପୂରଣ କରିପାରିଛି କି ନାହିଁ । ଏହିଭଳି ଅନେକ କିଛି କଥା ଗର୍ଭସ୍ଥ ସନ୍ତାନ ମନେ ପକାଇଥାଏ । ଏହା ପରେ ଗର୍ଭସ୍ଥ ସନ୍ତାନ ଏ କଥା ମଧ୍ୟ ଇଶ୍ଵରଙ୍କୁ ଜଣାଇଥାଏ । ହେ ଇଶ୍ଵର ଯଦି ଏହି ଜନ୍ମଲାଭ ପରେ ପୁଣି ମୋତେ ମୃତ୍ୟୁ ମଧ୍ୟ ପ୍ରାପ୍ତ କେବେ ନା କେବେ ନିଶ୍ଚୟ ହେବ । ତେବେ ମୋତେ ଜନ୍ମ କାହିଁକି ଦେଉଛ ।
ତେବେ ଏହି ସବୁ କଥା ଗର୍ଭସ୍ଥ ସନ୍ତାନଟିଏ ଭାବୁଥାଏ ବୋଲି ଗରୁଡ ପୁରାଣରେ ସୁସ୍ପଷ୍ଟ ହୋଇ ଲେଖା ରହିଛି । ତେବେ ଧୀରେ ଧୀରେ ବଡ ହୋଇ ୬ ମାସ ପରେ ମା’ ପେଟରେ ଥିବା ପିଲା ସବୁ କଥାରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଆରମ୍ଭ କରିଥାଏ । ମା’ ଯାହା ଖାଇଥାଏ । ପିଲା ତାହାକୁ ଖାଦ୍ୟ ରୂପରେ ଗ୍ରହଣ କରିଥାଏ ।
କା’ କରୁଥିବା ପ୍ରତ୍ଯେକଟି କାର୍ଯ୍ୟକଳାପ ପିଲା ଉପରେ ପ୍ରଭାବ ମଧ୍ୟ ପକାଇଥାଏ । ତେବେ ଏହିପରି ଭାବରେ ପିଲାର ଗର୍ଭରେ ରହିବାର ସମୟ ଅବଧି ଯେତେବେଳେ ପୂରଣ ହୋଇଯାଇଥାଏ । ସେତେବେଳେ ସେ ବାହାର ଦୁନିଆକୁ ଆସିଥାଏ । ତାପରେ ଯେତେବେଳେ ସେ ବାହାର ଦୁନିଆକୁ ଆସିଯାଇଥାଏ ।
ସେତେବେଳେ ତା’ ଆଗକୁ ଏକ ଦୁନିଆ ଆସିଯାଇଥାଏ । ତାପରେ ସେ ମା’ ଗର୍ଭରୁ ବାହାରିଗଲା ପରେ ପୂର୍ବଜନ୍ମର ସବୁ କଥା ଭୁଲିଯାଇଥାଏ । ଯେଉଁ କାରଣରୁ ସଙ୍ଗେ ସଙ୍ଗେ ନବଜାତ ହୋଇଥିବା ଶିଶୁ ମାନେ କାନ୍ଦିବାକୁ ଆରମ୍ଭ କରିଦେଇଥାନ୍ତି । ତେବେ ପୂର୍ବ ଜନ୍ମର ମୃତ୍ୟୁ ସମୟରେ କପାଳକ୍ରିୟା ହୋଇଥିବା ଯୋଗୁ ମଧ୍ୟ ପ୍ରାଣୀ ନୂତନ ଜନ୍ମ ପାଇଲା ପରେ ପୂର୍ବ ଜନ୍ମ କଥା ସବୁ ଭୁଲିଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ