ପୂଜା ଘରେ ଘଣ୍ଟି ବଜାଉଥିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ 

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ପୂଜା କରିବାର ଏକ ପବିତ୍ର ବିଧି ରହିଛି । ପୂଜା ବିଧିରେ ଅନେକ ସାମଗ୍ରୀ ମଧ୍ୟ ଜଡିତ ଥାଏ । ପୂଜା କରିବା ନିମନ୍ତେ ଧୂପ, ଚନ୍ଦନ, ଦୀପ, ସିନ୍ଦୁର ଏବଂ ଘଣ୍ଟି ଶଙ୍ଖ ଇତ୍ୟାଦିର ଆବଶ୍ୟକ ରହିଛି । ତେବେ ପୂଜା କରିବା ସମୟରେ ଘଣ୍ଟିର ନିହାତି ଭାବରେ ଆବଶ୍ୟକତା ରହିଛି କାରଣ ଘଣ୍ଟିର ଶବ୍ଦରେ ଭଗବାନଙ୍କର ଆଳତି କରାଯାଏ । କିନ୍ତୁ ଆପଣ ଘଣ୍ଟି ବଜାଇବା ସମୟରେ କିଛି ବିଶେଷ କଥାର ଧ୍ୟାନ ରଖିବା ପାଇଁ ପଡିବ ତେବେ ଆସନ୍ତୁ ଜାଣିବା ।

ଶାସ୍ତ୍ର ଅନୁଯାୟୀ ଘଣ୍ଟି ବଜାଇବା ଦ୍ଵାରା ଦେବତା ମାନଙ୍କ ଆଗମନ ଏବଂ ରାକ୍ଷସ ମାନନଙ୍କ ଗମନ ହୋଇଥାଏ । ଆପଣ ଦେଖିଥିବେ ଘଘଣ୍ଟିର ଉପର ଭାଗରେ ଗରୁଡ ବନାଯାଇଥାଏ ଅର୍ଥାତ ଘଣ୍ଟିକୁ ଗରୁଡ ଘଣ୍ଟି ବୋଲି ମଧ୍ୟ କୁହାଯାଏ । ଏହି ଘଣ୍ଟିର ନାଦ ଭଗବାନଙ୍କୁ ଆହ୍ଵାନ କରିବା ପାଇଁ କରାଯାଇଥାଏ ।

ଏହାର ସୁନ୍ଦର ଧ୍ୱନି ଦ୍ଵାରା ଭଗବାନଙ୍କର ଆହ୍ଵାନ କରିବାର ପବିତ୍ର ମନୋଭାବ ଆମ ମନରେ ମଧ୍ୟ ଜାଗ୍ରତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହା ମାନ୍ୟତା ରହିଛି କି ସୃଷ୍ଟିର ନିର୍ମାଣ ସମୟରେ  ସବୁଠାରୁ ପ୍ରଥମେ ଯେଉଁ ବଡ ଧ୍ୱନି ବାହାରିଥିଲା ତାହା ଘଣ୍ଟିର ଆବାଜ ସମାନ ଶୁଣିବାକୁ ମିଳିଥିଲା । ଘଣ୍ଟିକୁ ଈଶ୍ଵରଙ୍କ ସ୍ଵର ମନାଯାଏ ତେଣୁ ଏହାକୁ ପୂଜା ସାମଗ୍ରୀ ଭାବରେ ସ୍ଥାନ ମିଳିଛି । ତେଣୁ କେବେ ମଧ୍ୟ ଘଣ୍ଟିର ଅପମାନ କରିବା ଉଚିତ ନୁହେଁ ।

ଯେଉଁଭଳି ଦେବି ଦେବତାଙ୍କ ପୂଜା କରାଯାଏ ସେହିଭଳି ଘଣ୍ଟିର ମଧ୍ୟ ପୂଜା କରିବା ଉଚିତ । ସର୍ବଦା ଘଣ୍ଟିକୁ ପ୍ରଣାମ କରିବା ପରେ ଯାଇ ତାହାକୁ ବଜାଇବା ଆବଶ୍ୟକ । ଘଣ୍ଟିକୁ ପ୍ରଣାମ ନକରି ଘଣ୍ଟି ବଜାଇବା ଅଶୁଭ ହୋଇଥାଏ । ଆପଣ ଅନୁମାନ କରିଥିବେ ପୂଜା ସମୟରେ ଯେତେବେଳେ ଘଣ୍ଟି ବଜାଯାଏ ସେତେବେଳେ ପୁରା ଘର ପବିତ୍ର ଏବଂ ଶାନ୍ତ ବାତାବରଣ ଭଳି ଅନୁଭୂତ ହୋଇଥାଏ ।

ଏବଂ ସବୁଆଡେ ସକାରାତ୍ମକ ଭାବନା ଖେଳିଯାଏ । କିନ୍ତୁ ଯଦି ଆପଣ ନିୟମର ଅବମାନ କରିଦେବେ ତେବେ ଆପଣଙ୍କୁ ପୂଜାର ସମ୍ପୂର୍ଣ ଫଳ ମିଳିପାରିନଥାଏ । ପ୍ରାୟ ଲୋକ ପୂଜା ସାରିବା ପରେ ଆଳତି ସମୟରେ ହିଁ ଘଣ୍ଟି ବଜାଇଥାନ୍ତି କିନ୍ତୁ ଆପଣଙ୍କୁ ଆଳତି ଛଡା ମଧ୍ୟ ଫୁଲ, ଚନ୍ଦନ ଇତ୍ୟାଦି ଦେବା ସମୟରେ ବି ଘଣ୍ଟି ନା କରିବା ଉଚିତ ଏବଂ ଭୋଗ ଲଗାଇବା ସମୟରେ ବି ଘଣ୍ଟି ବଜାଇବା ଉଚିତ ।

ଏହା କରିବା ଦ୍ଵାରା ଯାଇ ଆପଣଙ୍କ ପୂଜାକୁ ସମ୍ପର୍ଣ ମନାଯାଏ । ଘଣ୍ଟି ବଜାଇବା ସମୟରେ ଆପଣଙ୍କ ମୁହଁରେ ଭଗବାନଙ୍କ ନାମ ଏବଂ କିଛି ମନ୍ତ୍ର ଉଚ୍ଚାରଣ କରିବା ଉଚିତ । ଘରେ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଘଣ୍ଟି ନିହାତି ଭାବରେ ବଜାଇବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *