ପୁଅ ନଥିଲେ ପିତା ମାତାଙ୍କର ଶ୍ରାଦ୍ଧ କିଏ ଦେବେ ? ଦଶାହ କର୍ମ କିଏ କରିବେ ? ଜାଣନ୍ତୁ କଣ କହୁଛି ନିୟମ !

ନମସ୍କାର ବନ୍ଧୁଗଣ, ସମସ୍ତଙ୍କର ତ ପୁଅ ସନ୍ତାନ ନଥାଏ । କିଛି ମାଆ ବାପାଙ୍କର କେବଳ କନ୍ୟା ସନ୍ତାନ ଥାଏ । ତେବେ କେବଳ କନ୍ୟା ସନ୍ତାନ ଥିବା ବାପା ମାଆଙ୍କୁ ଝିଅ ପିଣ୍ଡ ଦାନ କରିପାରିବ କି ନାହିଁ, ତାଙ୍କର ଦେହାନ୍ତ ପରେ ଶେଷ କୃତ୍ୟ ସମ୍ପନ୍ନ କରିପାରିବ କି ନାହିଁ ? କେବଳ ପୁଅମାନେ ଏହି କାର୍ଯ୍ୟ କରିବାର ନିୟମ ରହିଛି ସଂସାରରେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଝିଅମାନେ ନିଜ ମାତା ପିତାଙ୍କର ଶେଷ କୃତ୍ୟ ସମ୍ପନ୍ନ କିଭଳି ସମ୍ପନ୍ନ କରିପାରିବେ ।

ଶାସ୍ତ୍ର ନିୟମ ଅନୁଯାୟୀ ପିତାଙ୍କର ପିଣ୍ଡ ଦାନ କେବଳ ପୁଅ ହିଁ କରିପାରିବ । ପିତାଙ୍କ ପୂର୍ବରୁ ପୁତ୍ରଙ୍କର ଦେହାନ୍ତ ହୋଇଯାଇଥାଏ ତେବେ ମୃତ ପୁତ୍ରଙ୍କର ଯଦି ବଧୁ ବା ସ୍ତ୍ରୀ ଥାଏ ତାହାଲେ ବୋହୁ ପିଣ୍ଡ ଦାନ କରିପାରିବେ ଏବଂ ଶାଶୁ ଶଶୁରଙ୍କ କ୍ରିୟା ମଧ୍ୟ ମୁଣ୍ଡାଇ ପାରିବ । ଯଦି କାହାର ପୁତ୍ର ସନ୍ତାନ ଜାତ ହୋଇନାହିଁ ତେବେ ସେଠାରେ ତାଙ୍କ ପତ୍ନୀ ତାଙ୍କ ପାଇଁ ପିଣ୍ଡ ଦାନ କରିବେ ।

ଯଦି ପତ୍ନୀଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥାଏ ତେବେ ତାଙ୍କ ସ୍ଵାମୀଙ୍କର ନିଜ ସାନ ଭାଇ ପିଣ୍ଡ ଦାନ କରିବାର ନିୟମ ରହିଛି । କିନ୍ତୁ ସାନ ଭାଇଙ୍କର ଦେହାନ୍ତ ପରେ ବଡ ଭାଇ କ୍ରିୟା ଧରି ପାରିବେ ନାହିଁ । ସାନ ଭାଇଙ୍କର ପୁଅ ଥିଲେ ଯେମିତି କି ପୁତୁରା ଥିଲେ ମଧ୍ୟ ନିଜ ବଡ ବାପାଙ୍କର ଶେଷ କୃତ୍ୟ କରିବା ସହ ପିଣ୍ଡ ଦାନ କରିପାରିବେ ।

ଯଦି ପୁତୁରା ମଧ୍ୟ ନଥାଏ ତେବେ ତାଙ୍କର ଯିଏ ଘନିଷ୍ଠ ବନ୍ଧୁ ହୋଇଥିବେ ତାଙ୍କର ଦଶାହ କର୍ମ ପୁରା କରିବା ସହ ଏକ ବର୍ଷ ଶ୍ରାଦ୍ଧ ତଥା ପିଣ୍ଡ ଦାନ କରିପାରିବାର ନିୟମ ରହିଛି । ଯଦି ଦେହାନ୍ତ ହୋଇଥିବା ବ୍ୟକ୍ତିଙ୍କର ବନ୍ଧୁ ପରିଜନ ବର୍ଗ କେହି ମଧ୍ୟ ନଥିବେ ତେବେ ତାଙ୍କର କୁଳ ପୁରୋହିତ ମଧ୍ୟ ତାଙ୍କର ପିଣ୍ଡ ଦାନ କରିବାର ବିଧି ରହିଛି ।

ସେଥିପାଇଁ କୁଳ ପୁରୋହିତଙ୍କୁ ଅଧିକ ମାନ୍ୟତା ଦିଆଯାଇଥାଏ ଏବଂ ତାଙ୍କୁ ପରିବାର ମୁଖ୍ୟ ବୋଲି କୁହାଯାଏ । ବାପା ଥାଉ ଥାଉ ଯଦି ପୁତ୍ରଙ୍କର ଦେହାନ୍ତ ହେଉଛି ତେବେ ତାଙ୍କ ବାପା ତାଙ୍କର ପିଣ୍ଡ ଦାନ ବା ଶେଷ କୃତ୍ୟ କେବେ ମଧ୍ୟ କରିପାରିବେ ନାହିଁ । ଗୋଟିଏ ବିବାହିତା ଝିଅ କେବେ ମଧ୍ୟ ବାପା ମାଙ୍କର ପିଣ୍ଡ ଦାନ କରିପାରିବ ନାହିଁ କାରଣ ତାଙ୍କ ଗୋତ୍ର ଅଲଗା ହୋଇଯାଇଥାଏ ସେମାନେ ପରଗୋତ୍ରୀ ହୋଇଯାଇଥାନ୍ତି ।

ତେବେ ଆଜି ଆପଣ ମାନେ ଜାଣିବା ପାଇଁ ପାଇଲେ ଯଦି କାହାର ପୁତ୍ର ସନ୍ତାନ ନଥାଏ ତେବେ ତାଙ୍କ ପାଇଁ କିଏ କିଏ ପିଣ୍ଡ ଦାନ କରିବା ସହ କ୍ରିୟା ଗ୍ରହଣ କରିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *