ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ପରିଣାମ ଭୟଙ୍କର ହୋଇପାରେ ! (Health Tips)

ବନ୍ଧୁଗଣ, ପରିସ୍ରା ଏବଂ ନିତ୍ୟକର୍ମ ଏପରି ଏକ ନୈତିକ କର୍ମ ଯାହା ଆମ ଦିନଚର୍ଯ୍ୟାର ଏକ ଅଭିନ୍ନ ଅଙ୍ଗ ଅଟେ । ପ୍ରତିଦିନ ସକାଳୁ ଉଠିବା ପରେ ନିତ୍ୟକ୍ରିୟା ରୁ ନିବୃତ୍ତ ହୋଇଯିବା ଭଲ ହୋଇଥାଏ । କିନ୍ତୁ ଆଜିକାଲି ର ବ୍ୟସ୍ତ ଜୀବନଶୈଳୀ ରେ ବହୁତ ଲୋକ ଏଥିପ୍ରତି ଧ୍ୟାନ ଦେଇ ନାହାନ୍ତି । ବହୁତ ଲୋକଙ୍କୁ ଏହାର ଦୁଷ୍ପ୍ରଭାବ ବିଷୟରେ ଅନୁମାନ ନାହିଁ । ଯଦି ଆମ୍ଭେ ସକାଳୁ ଉଠିବା ସହିତ ଆମ୍ଭ ଶରୀରର ଅବଶିଷ୍ଟ ପଦାର୍ଥ କୁ ବାହାର କରିଦେବା ତେବେ ଏହା ଆମ୍ଭ ଶରୀର ପାଇଁ ବହୁତ ଶୁଭ ଓ ଲାଭକାରୀ ହୋଇଥାଏ ।

ଏହି ବିଷାକ୍ତ ପଦାର୍ଥ ଆମ ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ପରିସ୍ରା ଅଟକାଇବା ଆଜିକାଲି ବହୁତ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇ ଗଲାଣି । ପରିସ୍ରା କୁ ରୋକିବା ଓ ଭୁଲ ସମୟରେ ପରିସ୍ରା କରିବା ଦ୍ୱାରା ଏହା ଆମ ଶରୀରରେ ଖରାପ ପ୍ରଭାବ ପକାଇ ଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏହି ଖରାପ ପ୍ରଭାବ ବିଷୟରେ ଜଣାଇବୁ । ତେବେ ଚାଲନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ଭାବେ ଜାଣିବା ।

୧:- ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ଅଭ୍ୟାସ ହୋଇଗଲାଣି ପରିସ୍ରା ଲାଗିବା ସମୟରେ ସେମାନେ ବହୁତ ସମୟ ଅଟକାଇ ଥାଆନ୍ତି । ଏବଂ ଯେଉଁ ସମୟରେ ରୋକି ହୁଏନାହିଁ ସେହି ସମୟ ରେ ପରିସ୍ରା ଯାଇ ଥାଆନ୍ତି । ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । କାରଣ ଏହା ଆପଣଙ୍କ ବ୍ଲାଡର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଏମିତି ବାରମ୍ବାର କରିବା ଦ୍ଵାରା ଏହା ଆପଣଙ୍କ କିଡନୀ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇ ଥାଏ । ତେଣୁ ଏଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ ।

୨:- ଯଦି ଆପଣ କମ ପାଣି ସେବନ କରୁଛନ୍ତି ତେବେ ଏହା ମଧ୍ୟ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଯେତେବେଳେ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ପାଣି ସେବନ କରନ୍ତି, ଆପଣଙ୍କ ଶରୀରର ଅଦରକାରୀ ପଦାର୍ଥ ବାହାରି ଯାଇଥାଏ ଓ ଯଦି ଆପଣ କମ ପାଣି ପିଉଛନ୍ତି ତେବେ ଆପଣଙ୍କ ପରିସ୍ରା ହଳଦିଆ ହୋଇଥାଏ । ଯଦି ଆପଣଙ୍କ ପରିସ୍ରା ହଳଦିଆ ହେଉଛି ତେବେ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ ।

୩:- ଯଦି ଆପଣ ପରିସ୍ରା କୁ ଅଧିକ ସମୟ ଅଟକାଇ ରଖନ୍ତି, ତେବେ ଏହା ଆପଣଙ୍କ ବ୍ଲାଡର କୁ କ୍ଷତିଗ୍ରସ୍ତ କରିଥାଏ । କାରଣ ବ୍ଲାଡର ସମ୍ପ୍ରସାରଣ ହେବାପାଇଁ ପର୍ଯ୍ୟାପ୍ତ ଜାଗା ମିଳିନଥାଏ ଓ ବ୍ଲାଡର ଉପରେ ଅତ୍ୟଧିକ ଚାପ ପଡ଼ିଥାଏ । ତେଣୁ ଚେଷ୍ଟା କରନ୍ତୁ ଚିପା ବସ୍ତ୍ର ନ ପିନ୍ଧିବା ପାଇଁ । ଏକଥା ସମସ୍ତେ ଜାଣିଛନ୍ତି ଯେ ପାଣି ବିନା ପଶୁ ପକ୍ଷୀ ମନ୍ୟୁଷ କେହି ବି ଅଧିକ ଦିନ ବଞ୍ଚି ପାରିବେ ନାହିଁ । ତେଣୁ ସମସ୍ତଙ୍କୁ ଦିନରେ ୧୦ ରୁ ୧୨ ଗିଲାସ ପାଣି ସେବନ କରିବା ନିହାତି ଜରୁରୀ ।

ଆଜିକାଲି ଦୁନିଆ ରେ ଲୋକମାନେ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ପାଣି ପିଇବାକୁ ଭୁଲି ଯାଉଛନ୍ତି । ଯଦି ଆପଣଙ୍କ ପରିସ୍ରା ରଙ୍ଗ ହଳଦିଆ ଅଟେ ଓ ପରିସ୍ରା ରୁ ଦୁର୍ଗନ୍ଧ ହୁଏ । ତେଣୁ ଜାଣି ନିଅନ୍ତୁ ଆପଣଙ୍କ ଶରୀରରେ ପାଣିର ଅଭାବ ରହିଛି । ତେଣୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ ଓ ପରିସ୍ରା କୁ ଅଟକାଇ ରଖନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *