Jyotish Shastra- ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି ୫ ଟି ନାମର ଝିଅ

କୁହାଯାଏ କି ପ୍ରେମ ଭଲରୁ ଭଲ ମଣିଷଙ୍କୁ ଅନ୍ଧ କରି ଦିଏ । ଏବଂ ଜୀବନରେ ଥରେ ହେଲେ ମଧ୍ୟ ପ୍ରେମ ପ୍ରତ୍ୟେକ ମଣିଷକୁ ନିଶ୍ଚୟ ହୋଇଥାଏ । ମାତ୍ର ସମସ୍ତେ ବିଶ୍ଵସ୍ତ ସାଥୀ ପାଆନ୍ତି ନାହିଁ । ସେଥିପାଇଁ ପ୍ରେମ ହୃଦୟ ଓ ମନ ଉଭୟରୁ ଭାବିଚିନ୍ତି କରିବା ଜରୁରୀ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ସେ ପ୍ରେମରେ ଧୋକା ପାଇବେ କି ନାହିଁ ତାହା ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ଏପରି କିଛି ଝିଅଙ୍କ ବିଷୟରେ । ୧- A ନାମର ଝିଅମାନେ- ଏହି ଝିଅମାନଙ୍କୁ ପ୍ରେମ ନିଶ୍ଚୟ ମିଳିଥାଏ ମାତ୍ର ଶହେ ପ୍ରତିଶତ ମିଳି ପାରେ ନାହିଁ । ଏମାନଙ୍କ ପ୍ରେମ କାହାଣୀ ହାପି ଏଣ୍ଡିଂ ଯାଏ ପହଞ୍ଚି ପାରେ ନାହିଁ ।

ଏମାନଙ୍କ ଜୀବନରେ କୌଣସି ନା କୌଣସି ସମସ୍ୟା ରହିବା ହେତୁ ଏମାନେ ନିଜ ପ୍ରେମ ଜୀବନ ଭଲ ଭାବେ ଉପଭୋଗ କରି ପାରନ୍ତି ନାହିଁ । ଅନେକ ସମୟରେ ପ୍ରେମ ପାଇଁ ଏତେ ବିରକ୍ତି ହୁଅନ୍ତି ଯେ ପ୍ରେମ ଉପରୁ ଏମାନଙ୍କ ବିଶ୍ୱାସ ଉଠି ଯାଏ ।

୨- C ନାମର ଝିଅମାନେ

C ନାମର ଝିଅମାନେ ପ୍ରେମ ମାମଲାରେ ଅଧିକ ସାହସୀ ଓ ତେଜ ହୋଇଥାନ୍ତି । ଏମାନଙ୍କ ଧୈର୍ଯ୍ୟ ବହୁତ କମ୍ ହୋଇଥାଏ ଓ ଏମାନେ ପ୍ରତ୍ୟେକ କାର୍ଯ୍ୟର ଶୀଘ୍ର ଫଳାଫଳ ପାଇବାକୁ ଚାହାଁନ୍ତି । ଏହି ଗୁଣ ଯୋଗୁଁ ଏମାନଙ୍କୁ ଅନେକ ଥର ପ୍ରେମରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏବଂ ଏହା ଯୋଗୁଁ ଏମାନଙ୍କ ସାଥୀ ମଧ୍ୟ ଶୀଘ୍ର ବୋର୍ ହୋଇଯାଇ ତାଙ୍କୁ ଛାଡ଼ି ଦେବାକୁ ନିର୍ଣ୍ଣୟ ନିଅନ୍ତି ।

୩- G ନାମର ଝିଅମାନେ

ଏହି ନାମର ଝିଅମାନଙ୍କ ହୃଦୟ ପ୍ରେମ ମାମଲାରେ ବହୁତ ସଫା ହୋଇଥାଏ ଓ ଏମାନେ ସାମାନ୍ୟ ଲାଜକୁଳୀ ସ୍ୱଭାବର ହୋଇଥାନ୍ତି । ଏମାନେ ଯାହାକୁ ମଧ୍ୟ ପ୍ରେମ କରନ୍ତୁ ତାଙ୍କୁ ହୃଦୟରୁ ନିଜର କରିବାକୁ ଚାହାଁନ୍ତି । ମାତ୍ର ଏମାନେ ଜୀବନରେ ଅନେକ ଥର ଧୋକା ଖାଇ ଯାଆନ୍ତି । ଏମାନେ ନିଜ ଭୂଲ୍ କୁ ବାରମ୍ବାର ଦୋହରାନ୍ତି ନାହିଁ । ବରଂ ସେଥିରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢନ୍ତି । ଏମାନଙ୍କ ମନରେ ଯାହା ଥାଏ ତାହା ସମ୍ପୂର୍ଣ୍ଣ କରି ନିଶ୍ବାସ ନିଅନ୍ତି ।

୪- K ନାମର ଝିଅମାନେ

ଏହି ନାମର ଝିଅମାନେ ନିଜ ସାଥିଙ୍କୁ ଯେତେ ପ୍ରେମ କରନ୍ତି ନା କାହିଁକି, ସେ କେବେ ନା କେବେ ଯେକୌଣସି କାରଣ ନେଇ ମଧ୍ୟ ତାଙ୍କୁ ଧୋକା ଦେଇଥାନ୍ତି । ଧୋକା ଖାଇବା ପରେ ଏହି ନାମର ଝିଅମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡନ୍ତି ଓ ସେମାନେ ବୁଝି ପାରନ୍ତି ନାହିଁ କି ସେମାନଙ୍କ ଭାଗ୍ୟ ଖରାପ ଅଟେ ଅବା ଆଉ କଣ କାରଣ ରହିଛି ବୋଲି । ମାତ୍ର ଏମାନେ ଜୀବନରେ ଥରେ ଧୋକା ଖାଇବା ପରେ ଆଉ ପ୍ରେମରେ ପଡନ୍ତି ନାହିଁ ।

୫- P ନାମର ଝିଅମାନେ

ଏହି ଝିଅମାନଙ୍କ ଜୀବନରେ ସବୁବେଳେ ଏପରି କିଛି ସମସ୍ୟା ଆସିଥାଏ, ଯାହା ହେତୁ ଏମାନଙ୍କୁ ଜୀବନରେ କେବେ ମଧ୍ୟ ପ୍ରକୃତ ପ୍ରେମ ମିଳି ପାରେ ନାହିଁ । ଏମାନଙ୍କୁ କିଏ ଚାହୁଁଥିବା ବ୍ୟକ୍ତି ମିଳିଗଲେ ମଧ୍ୟ, ତାଙ୍କୁ ସେପରି ପ୍ରେମ ମିଳି ନ ଥାଏ ଯାହା ସେ ଆଶା ରଖିଥାନ୍ତି । ମାତ୍ର ଏହି ଝିଅମାନେ ନିଜ ଭାଗ୍ୟକୁ ଆଦରି ଜୀବନରେ ଆଗେଇ ଯିବାକୁ ଚେଷ୍ଟା କରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *