ନମସ୍କାର ବନ୍ଧୁଗଣ ଟଙ୍କା ପଇସା ଧନ ଦୌଲତ କାହାକୁ ସେମିତି ମିଳି ଯିବ ନାହିଁ । ଏହା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ଏହା ସମସ୍ତେ ଜାଣିଥାନ୍ତି କି ସେ କେହି ବି ହେଇଥାଉ ତାକୁ ନିଜ ଜୀଵନ ରେ ଟଙ୍କା ପଇସା ର ଆବଶ୍ୟକତା ନିଶ୍ଚିତ ହୋଇଥାଏ ।
ଗରିବ କୁ ପଇସା ରୋଜଗାର କିପରି କରିବ ସେ ଚିନ୍ତା ଥାଏ ଏବଂ ଧନୀ କୁ ପଇସା କୁ କିପରି ସୁରକ୍ଷିତ ରଖିବ ସେ ବିଷୟରେ ଚିନ୍ତା ଥାଏ । ସେ ଯାହା ବି ହେଉ ପଇସା ମନୁଷ୍ୟ ର ସବୁଠାରୁ ବଡ଼ ଆବଶ୍ୟକତା ଏବଂ ଦୁର୍ବଳତା ମଧ୍ୟ । ବର୍ତ୍ତମାନ ସମୟରେ ମଣିଷ ବହୁତ ଭଲ ଭାବରେ ବୁଝି ଯାଇଥିବ । ତେଣୁ ସର୍ଵଦା ଆମ ବଡ଼ ଗୁରୁଜନ ମାନେ ଟଙ୍କା ପଇସା କୁ ଦେଖି ଚାହିଁ ଖର୍ଚ୍ଚ କରନ୍ତି ଏବଂ ସଞ୍ଚିତ ରଖିବାର ଅଧିକ ଉପାୟ ମଧ୍ୟ ଖୋଜିଥାନ୍ତି ।
କାରଣ ସେହି ସଞ୍ଚିତ ଧନ ଆମ ଖରାପ ସମୟରେ କାମ ରେ ଆସି ପାରିବ । ତେବେ ଯଦି ଆପଣ ଙ୍କ କୌଣସି କ୍ଷତି ହୋଇଯିବ ଏବଂ ଧନ ଦୌଲତ ଆପଣ ଙ୍କ ପାଖରେ ରହିବ ନାହିଁ ତେବେ ଏହା ହୁଏତ ଆପଣ ଙ୍କ ଗ୍ରହ ଦୋଷ ହୋଇପାରେ କିମ୍ବା ଆପଣ ଙ୍କ ଘରର ବାସ୍ତୁ ଦୋଷ ଯୋଗୁଁ ମଧ୍ୟ ହୋଇଥାଏ । ତେଣୁ କୌଣସି ଆର୍ଥିକ ସମସ୍ୟା ରୁ ବଞ୍ଚିବା ପାଇଁ ଆପଣ ଙ୍କୁ ନିଜ ବାସ୍ତୁ ଦୋଷ ର ନିବାରଣ କରିବାକୁ ପଡିବ ତେବେ ଆସନ୍ତୁ ଜାଣିନେବା ବାସ୍ତୁ ଦୋଷକୁ ଆମେ କିପରି ଏବଂ କେଉଁ କେଉଁ ଉପାୟ ଦ୍ୱାରା ନିବାରଣ କରି ତାକୁ ଦୁରେଇ ପାରିବା ।
୧- ପ୍ରଥମ ରେ ହେଉଛି ଯଦି ଆପଣ କାହାକୁ ଟଙ୍କା ପଇସା ଉଧାର ଦିଅନ୍ତି ତେବେ ଦିନ ଏବଂ ସମୟ ର ଧ୍ୟାନ ନିଶ୍ଚିତ ରଖନ୍ତୁ । ସନ୍ଧ୍ୟା ସମୟରେ କିମ୍ବା ସନ୍ଧ୍ୟା ପରେ କିମ୍ବା ଭଗବାନ ଙ୍କ ପାଖରେ ଦୀପ ଲଗାଇବା ପରେ କେବେବି କାହାକୁ ଉଧାର ଦିଅନ୍ତୁ ନାହିଁ । ବୁଧବାର ଦିନ ଭୁଲ ରେ ବି ଉଧାର ଦିଅନ୍ତୁ ନାହିଁ କାରଣ ଏହି ଦିନ ଦେବା ଦ୍ୱାରା ହୁଏତ ଆପଣ ଙ୍କ ପଇସା ବୁଡି ଯାଇ ପାରେ କିମ୍ବା ଫେରସ୍ତ ପାଇଁ ବହୁତ ସମୟ ମଧ୍ୟ ଲାଗି ପାରେ ।
୨- ଦ୍ଵିତୀୟ ରେ ହେଉଛି ଘରର ବାସ୍ତୁ ଦୋଷ ଦୁର କରିବା ପାଇଁ ଘରର ଉତ୍ତର ଦିଗ ରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କ ସହ କୁବେର ଯନ୍ତ୍ର ରଖି “ଯସଚାୟ କୁବେରାୟ ବୈଷ୍ଣବାୟ ଧନ ଧାନ୍ୟଧିପତୟେ ଧନ ଧାନ୍ୟ ସମୃଦ୍ଧି ମେ ଦେହୀ ଦାପୟ ସ୍ୱହା” । ଏହି ମନ୍ତ୍ର ର ଉଚ୍ଚାରଣ କରି କୁବେର ଙ୍କୁ ପ୍ରସନ୍ନ କରି ପାରିବେ । ଏହି ମନ୍ତ୍ର କୁ ୧୦୮ ଜପ କରିବେ ଏବଂ ନିଜ ଘରେ ଧନ ଧାନ୍ୟ ପ୍ରାପ୍ତ କରିବେ ଏବଂ ବାସ୍ତୁ ଦୋଷ କୁ ଦୁର କରିବେ ।
୩- ତୃତୀୟ ରେ ହେଉଛି ଅଶ୍ୱଥ ଗଛ ରେ ଅନେକ ଦେବ ଦେବୀ ବାସ କରିଥାନ୍ତି ମାତା ଲକ୍ଷ୍ମୀ ମଧ୍ୟ ସେଠାରେ ବାସ କରିଥାନ୍ତି । ତେଣୁ ସବୁ ପୂର୍ଣ୍ଣିମା ର ରାତିରେ ୧୨ ଟା ପରେ ସେହି ଗଛ ମୂଳରେ ଦୀପ ଲଗାନ୍ତୁ ଏବଂ ହେବ ଯଦି ସବୁ ଦିନ ପୂଜା କରନ୍ତୁ ଏହା ଦ୍ୱାରା ମଧ୍ୟ ଧନ ଲାଭ ହୋଇଥାଏ ।
୪- ଚତୁର୍ଥ ରେ ହେଉଛି ନିଜ ଘରେ ମୟୁର ପର କୁ ଦକ୍ଷିଣ ଦିଗ ରେ ଲଗାନ୍ତୁ ଏବଂ ତା ତଳେ ଏକ ଧୂପପ ମଧ୍ୟ ଲଗାନ୍ତୁ ଏହା ଦ୍ୱାରା ଆପଣ ଙ୍କ ଅଟକି ରହିଥିବା ଟଙ୍କା ପଇସା ପ୍ରାପ୍ତ କରି ପାରିବେ ଏବଂ ସୁଖ ଶାନ୍ତି ମଧ୍ୟ ଘରକୁ ଆସିବ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ