ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଜଣାଇବୁ ଜିରା ପାଣି ସେବନ କଲେ କେଉଁ କେଉଁ ଫାଇଦା ମିଳିଥାଏ । ଏବଂ ସକାଳୁ ଖାଲି ପେଟରେ ଏହାକୁ ସେବନ କଲେ ଆପଣଙ୍କୁ କେଉଁ ଚମତ୍କାର ମିଳିଥାଏ ? ତେବେ ଆସନ୍ତୁ ଜିରାରୁ ମିଳୁଥିବା ଫାଇଦା ବିଷୟରେ ବିସ୍ତାର ଭାବେ ଜାଣିବା । ଜିରା ରେ ଥାଇମୋଲ ନାମକ ଏକ ତତ୍ତ୍ଵ ରହିଥାଏ । ଯାହା ଆପଣଙ୍କ ପାଚନ ପ୍ରକ୍ରିୟା କୁ ବଢ଼ାଇଥାଏ । ଜିରା ପାଣି ସେବନ ଦ୍ଵାରା ଏନଯାଇମ ର ପ୍ରକ୍ରିୟା ବଢ଼ି ଯାଇଥାଏ ଯାହାଦ୍ଵାରା ଆପଣଙ୍କ ଶରୀରରେ କାର୍ବୋହାଇଡ୍ରେଟ, ଗ୍ଲୁକୋଜ ଓ ଫ୍ୟାଟ ବହୁତ ସହଜରେ ଡାଇଜେଷ୍ଟ ହୋଇପାରେ ।
ଜିରା ପାଣି ସେବନ ଦ୍ଵାରା ଆପଣଙ୍କ ଶରୀରରେ ମେଟାବୋଲିସିମ ବଢ଼ିଥାଏ ଯାହାଦ୍ଵାରା ଆପଣଙ୍କ ଶରୀରର ଓଜନ ମଧ୍ୟ କମିଯାଏ । ଜିରା ପାଣି ରେ ଆଣ୍ଟି ଅକ୍ସିଡାଣ୍ଟ ର ମାତ୍ରା ଅଧିକ ରହିଥାଏ । ଏହା ଆପଣଙ୍କ ଶରୀରରୁ ଟକ୍ସିନ କୁ ବାହାର କରିଦେଇଥାଏ । ଏବଂ ଆପଣଙ୍କ ଆଭ୍ୟନ୍ତରିଣ ଅଙ୍ଗ ଲିଭର ପାଇଁ ବହୁତ ଫାଇଦା ଦେଇଥାଏ । ଜିରା ପାଣି ରେ ଆଇରନ ପ୍ରଚୁର ପରିମାଣରେ ଥାଏ ।
ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ରୋଗ ପ୍ରତିରୋଧ ଶକ୍ତି ଶରୀରରେ ସଠିକ ପରିମାଣରେ ରହିଲେ ଆପଣ କୌଣସି ବି ରୋଗରୁ ରକ୍ଷା ପାଇପାରିବେ । ଏଥିରେ ଭିଟାମିନ ଏ ଓ ସି ଅଧିକ ମାତ୍ରାରେ ରହିଥାଏ, ଯାହା ଆପଣଙ୍କୁ ଇନ୍ଫେକ୍ସନ ରୁ ବଞ୍ଚାଇ ଥାଏ । ଜିରା ଆପଣଙ୍କ କଫ ଭଳି ସମସ୍ୟାକୁ ଦୂର କରିଥାଏ ।
ଯେଉଁ ଲୋକମାନଙ୍କୁ ଶ୍ୱାସ ର ସମସ୍ୟା ଅଛି ତେବେ ସେମାନେ ଏକ ଜିରା ପାଣିର ସେବନ ନିଶ୍ଚୟ କରନ୍ତୁ । ଜିରା ରେ ଅଧିକ ପୋଟାସିୟମ ରହିଥାଏ ଯାହା ଆମ ଶରୀରରେ ଇଲେକ୍ଟଲାଇଟ କୁ ସନ୍ତୁଳନ ରଖିଥାଏ । ଜିରା ପାଣି ଆମ ଶରୀର ଏ ବ୍ଲଡ କୁ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏକ ମାସ ପର୍ଯ୍ୟନ୍ତ ସକାଳୁ ଖାଲିପେଟରେ ଜିରା ପାଣିର ସେବନ କରିବା କଲେ ଆପଣଙ୍କ ଓଜନ କମହୋଇଥାଏ ।
ଏହି ପାଣି କୁ କେମିତି ବନାଇବେ ଆସନ୍ତୁ ଜାଣିବା । ପ୍ରଥମେ ଗୋଟେ ପାତ୍ରରେ ୧ ଗିଲାସ ପାଣି ନିଅନ୍ତୁ ସେଥିରେ ୨ ଚାମଚ ଜିରା ପକାଇ ରାତି ସାରା ଭିଜିବାକୁ ଛାଡି ଦିଅନ୍ତୁ । ଏବଂ ସକାଳୁ ଉଠି ଏହାକୁ ଖାଲିପେଟରେ ସେବନ କରନ୍ତୁ । ଯଦି ଆପଣ ଏହା କରିପାରୁ ନାହାନ୍ତି ତେବେ ଆପଣ ୧ ଗିଲାସ ପାଣି ନେଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ପାଣି ଫୁଟିଗଲେ ଏହାକୁ ଚୁଲିରୁ ଓହ୍ଲାଇ ୨ ଚାମଚ ଜିରା ପକାନ୍ତୁ । ଏହି ପାଣି ଥଣ୍ଡା ହୋଇଗଲେ ଏହାକୁ ସେବନ କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ