ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭବତୀ ମହିଳା ପ୍ରତ୍ୟେକ, ଦିନ କରନ୍ତୁ ଏହି କାମ

ଅନେକ ମହିଳା ମାନଙ୍କ ମାଆ ହେବା ପୂର୍ବରୁ ଅନେକ ଶଙ୍କା ଥାଏ । ମହିଳା ମାନେ ଭାବନ୍ତି ଯେ ପ୍ରାକୃତିକ ପ୍ରସବ ଭଲ ହୋଇଥାଏ । ସିଜରିଂ ଉପାୟରେ ଡେଲିଭରି ରେ ବହୁତ ଆଶଙ୍କା ବିପଦ ଥାଏ ଏବଂ ଅଧିକ କଷ୍ଟ ଅନୁଭବ ହୁଏ । ତେବେ ଏହା ଏକ ଧାରଣ ପ୍ରକୃତରେ ନର୍ମାଲ ଡେଲିଭରି ରେ କଷ୍ଟ ଅଧିକ ହୁଏ । ସିଜରିଂ ରେ ଅଧିକ ବିପଦ ଥାଏ ଏହା ହେଉଛି ସତ କଥା । ମହିଳାମାନଙ୍କ ପାଇଁ ଗର୍ଭଧାରଣ ଏକ କଷ୍ଟକର ସମୟ ।

ଏହି ସମୟ ମଧ୍ୟରେ, ବ୍ୟାୟାମ ପିଲାଙ୍କ ପାଇଁ ନିରାପଦ ଅଟେ ଏବଂ ଏହା ସିଜରିଂ ବିପଦକୁ ହ୍ରାସ କରିଥାଏ । 16 ଟି ଦେଶର 12, 500 ମହିଳାଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ମହିଳାମାନେ ଗର୍ଭଧାରଣ ସମୟରେ ବ୍ୟାୟାମ କରନ୍ତି ଏବଂ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତି, ସେମାନଙ୍କର ସାଧାରଣ ପ୍ରାକୃତିକ ଉପାୟରେ ପ୍ରସବ ହୋଇଥାଏ ।

ଗର୍ଭାବସ୍ଥାରେ ଏହି ଭୁଲ କରନ୍ତୁ ନାହିଁ:

ଏହି ସମୟରେ ଅତ୍ୟଧିକ ଚର୍ବିଯୁକ୍ତ ଜିନିଷ ଖାଆନ୍ତୁ ନାହିଁ । ଅଧିକ ଚିନି ଥିବା ଖାଦ୍ୟଠାରୁ ଦୂରରେ ରୁହନ୍ତୁ । ଥଣ୍ଡା ପାନୀୟ କିମ୍ବା ଘର ବାହାର ଫାଷ୍ଟ ଫୁଡ଼, ରଙ୍ଗ ଦିଆ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ମହିଳାମାନେ ଗର୍ଭାବସ୍ଥାରେ ଅତି କମରେ 30 ମିନିଟ୍ ଏରୋବିକ୍ସ ବ୍ୟାୟାମ କରିବା ଉଚିତ୍ ।

ଏଥିରେ ଚାଲିବା, ନୃତ୍ୟ ଏବଂ ପହଁରିବା ଅନ୍ତର୍ଭୁକ୍ତ । କିନ୍ତୁ ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି, ବ୍ୟାୟାମ ବନ୍ଦ କରନ୍ତୁ । ଏହା ମଧ୍ୟ ମନେ ରଖିବା ଉଚିତ ଯେ ଗର୍ଭାବସ୍ଥାରେ କୌଣସି ବ୍ୟାୟାମର ତୀବ୍ରତା ନାହିଁ । ଗର୍ଭାବସ୍ଥାରେ ଯୋଗ ଆସନ କରିବା ମଧ୍ୟ ଲାଭଦାୟକ ଅଟେ । କିନ୍ତୁ କିଛି କଷ୍ଟିଆ ଯୋଗ ମୁଦ୍ରା ରହିଛି ତାହା ଗର୍ଭାଧାନ ଅବସ୍ଥାରେ କରିବା ଉଚିତ ନୁହେଁ ।

ଏହି ସମୟ ମଧ୍ୟରେ ପ୍ରଚୁର ପନିପରିବା ଏବଂ ଫଳ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି କିନ୍ତୁ ମନେରଖନ୍ତୁ ଯେ ବାଇଗଣର ପରିଷ୍କାରତା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ଗର୍ଭବତୀ ସମୟରେ କଲରା ଅଳ୍ପ ଅଳ୍ପ ଖାଇବା ଭଲ ଅଟେ କିନ୍ତୁ ଧ୍ୟାନ ରଖିବେ ଏହି ସମୟରେ ଅମୃତଭଣ୍ଡା ଖାଇବା ଉଚିତ ହୋଇନଥାଏ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *