Health Tips- ପିଲାଙ୍କ ଠାରୁ ନେଇ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଥଣ୍ଡା, କାଶ ଓ  ଜ୍ଵର ଗୋଟିଏ ଦିନରେ ହେବ ଠିକ, ବାସ ପିଇ ନିଅନ୍ତୁ ଏହି କାଢା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଦଳୁ ଥିବା ଋତୁ ମାନଙ୍କରେ ପ୍ରାୟତଃ ଲୋକ ମାନଙ୍କର ଥଣ୍ଡା, କାଶ ଓ ଜ୍ଵର ଭଳି ସମସ୍ଯା ଦେଖାଯାଇଥାଏ । ଏହା ଖାସ୍ କରି ଶୀତଦିନ ସମୟରେ ଛୋଟ ଛୁଆଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା, ସର୍ଦ୍ଧିରେ ଅଣନିଶ୍ବାସୀ ହୋଇଯାଇଥାନ୍ତି । ଯେଉଁ ମାନଙ୍କର ଇମ୍ମ୍ଯୂନୀଟି ପାୱାର କମ୍ ଥାଏ । ସେମାନଙ୍କୁ ଅଧିକ ମାତ୍ରାରେ ଏହି ରୋଗ ବହୁତ ଶୀଘ୍ର ଆକ୍ରାନ୍ତ କରିଦେଇଥାଏ । ଏହାକୁ ଭଲ କରିବା ପାଇଁ ଲୋକ ମାନେ ଅନେକ ପ୍ରକାରର ମେଡ଼ିସିନର ବ୍ୟବହାର କରିଥାନ୍ତି ।

ଆଜି ଆପଣ ବିନା ମେଡ଼ିସିନରେ ମଧ୍ୟ ଏକ ଘରୋଇ ଉପାୟରେ ଏହାକୁ ଭଲ କରିପାରିବେ । ପ୍ରଥମେ ଏକ ପାତ୍ରରେ ୧ ଗ୍ଲାସ ପାଣି ଗରମ କରନ୍ତୁ । ସେଥିରେ ୧୦ ରୁ ୧୨ ଟି ଗୋଲମରୀଚ ଛେଚି ପକାନ୍ତୁ । ଗୋଲମରୀଚ ଥଣ୍ଡାରୁ ହେଉଥିବା ଗଳା କଷ୍ଟରୁ ମୁକ୍ତି କରିବା ପାଇଁ ଉପକାରୀ ହୋଇଥାଏ । ଏଥିରେ ଆଣ୍ଟି ଅକ୍ଷିଡେଣ୍ଟ ଥିବାରୁ ଏହା ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ।

ତାପରେ ଏଥିରେ ୨ ଟି ଲବଙ୍ଗକୁ ଛେଚି ସେଥିରେ ପକାନ୍ତୁ । ଏଥିରେ ମଧ୍ୟ ଆଣ୍ଟିଆକ୍ସିଡେଣ୍ଟର ଗୁଣ ଅଧିକ ମାତ୍ରାରେ ରହିଥାଏ । ଥଣ୍ଡା କାଶ ଭଲ କରିବା ସହିତ କଫ କାଢିବାରେ ଏହା ସାହାଜ୍ଯ କରିଥାଏ । ତାପରେ ସେଥିରେ ଏକ ଚାମଚ ଜୁଆଣୀ ପକାନ୍ତୁ । ଜୁଆଣୀରେ ଆଣ୍ଟି ବାୟୋଟିକ ଓ ଆଣ୍ଟି ଇନଫ୍ଲାମେଣ୍ଟାରି ଭଳି ତତ୍ଵ ରହିଥାଏ ।

ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ତାପରେ ସେଥିରେ ଅଧା ଚାମଚ ସୁଣ୍ଠି ପାଉଡର ପକାଇବା । ସେଥିରେ ୫ ରୁ ୬ ଟି ତୁଳସୀ ପତ୍ର ମଧ୍ୟ ମିଶାନ୍ତୁ । ତୁଳସୀ ପତ୍ର ଥଣ୍ଡା ପାଇଁ ଅନେକ ମାତ୍ରାରେ ପ୍ରଭାବଶାଳୀ ହୋଇଥାଏ । ତାପରେ ସେଥିରେ କଞ୍ଚା ହଳଦୀକୁ ଛେଳି ତାର ଗୁଣ୍ଡ ସେଥିରେ ଏକ ଚାମଚ ମିଶାନ୍ତୁ । ଯଦି ଆପଣଙ୍କୁ କଞ୍ଚା ହଳଦୀ ନମିଳେ । ତେବେ ଆପଣ ଏଥିରେ ହଳଦୀ ଗୁଣ୍ଡ ମଧ୍ୟ ପକାଇପାରିବେ ।

ଏଥିରେ ମଧ୍ୟ ଆପଣ ଏକ ଚାମଚ ଭଳି ଗୁଡକୁ ଗୁଣ୍ଡ କରି ମିଶାନ୍ତୁ । ଗୁଡ ମିଶାଇବା ଦ୍ଵାରା ଏଥିରୁ ଔଷଧୀୟ ଗୁଣ ମିଳିବା ସହ ଆପଣଙ୍କ କାଢାର ସ୍ଵାଦ ବଢାଇବାରେ ମଧ୍ୟ ଏହା ସାହାଜ୍ଯ କରିଥାଏ । ତାପରେ ଏଥିରେ ୨ ଟି ଗୁଜୁରାଟୀ ହଲ୍କା ଛେଚି ମିଶାନ୍ତୁ । ଏହା ଫୁଟି ଫୁଟି ଅଧା ହୋଇସାରିବା ପରେ ତାହାକୁ ଗ୍ଯାସରୁ କାଢି ଦିଅନ୍ତୁ ।

ଏଥିରେ ପ୍ରୟୋଗ କରିଥିବା ସମସ୍ତ ପୋଷକ ତତ୍ଵ ପାଣି ମଧ୍ୟକୁ ଚାଲିଆସିଯାଇଥିବ । ଯଦି ଏହା ଆପଣ ବଡ ଲୋକଙ୍କୁ ଦେବେ ଏହାକୁ ଛାଣି ଦିନକୁ ୨ ଥର ୨ ଚାମଚ ଏହାର ସେବନ କରିବେ । ଯଦି ଛୋଟ ପିଲା ତେବେ ୨ ଥର ୧ ଚାମଚ ଏହାକୁ ସେବନ କରିବେ । ଏହାର ସେବନରେ ଥଣ୍ଡା, କାଶ, ଜ୍ଵର ସବୁ ଠିକ ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *