Health Tips- ପ୍ରେଗନେଣ୍ଟ ହେବାର ସଠିକ ସମୟ କଣ ? ଜାଣନ୍ତୁ ଗର୍ଭ ଧାରଣ କରିବାର ନିୟମ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଗ ସମୟରେ ପୁଅ ଓ ଝିଅ ମାଚ୍ୟୁରୀଟି ପାଇଲା ପରେ ସେମାନଙ୍କର ବାହାଘର କରିଦିଆଯାଇଥାଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପ୍ରଥମେ ନିଜର ପାଠ ପଢା କମ୍ପ୍ଲିଟ ହେବ । ତାପରେ ନିଜର କ୍ଯାରିଅରରେ ସେଟେଲ ହେବ ତାପରେ ମ୍ୟାରେଜ କରିବାର ଚିନ୍ତାଧାରା ଆଜି କାଲିର ପିଲାମାନେ ରଖୁଛନ୍ତି । ବାପା ମା ତଥା ଗୁରୁଜନଙ୍କ ମତ ଅନୁସାରେ ପିଲା ୨୫ ରୁ ୩୦ ବର୍ଷର ହେବା ଭିତରେ ସେମାନଙ୍କର ମ୍ୟାରେଜ କରିଦେଲେ । ସେମାନେ ସନ୍ତାନ ଜନ୍ମ  କରିବାର କୌଣସି ଅସୁବିଧା ହେବ ନାହିଁ ।

କାରଣ ୩୦ ବର୍ଷ ପରେ ମଣିଷ ଶରୀରର ଫରଟିଲିଟି କମିଯାଇଥାଏ । ଯାହା ଦ୍ଵାରା ଆଗାମୀ ସମୟରେ ପିଲାପିଲି କରିବାରେ ଅସୁବିଧା ଦେଖା ଯାଇଥାଏ । ଝିଅ ମାନଙ୍କର ୩୫ ବର୍ଷ ଡେଇଁଗଲେ ସେମାନଙ୍କ ଠାରୁ ବହୁତ ଲୋକ ସନ୍ତାନ ଜନ୍ମ ହେବାର ଆଶା ମଧ୍ୟ ଛାଡି ଦେଇଥାନ୍ତି । ମହିଳା ମାନେ ସନ୍ତାନ ଜନ୍ମ ନ ହେବାରେ ତଥା ପ୍ରେଗନେଣ୍ଟ ନ ହେବାରେ  ନିର୍ଦ୍ଧିଷ୍ଟ କାରଣ କେବଳ ବୟସ ଅଧିକ ହେବା ନୁହେଁ ଏଥି ପାଇଁ ଅନେକ କାରଣ ମଧ୍ୟ ଦାୟୀ ହୋଇଥାଏ ।

ଯେମିତିକି ମହିଳାମାନେ ଯଦି ସ୍ମୋକିଂ କରୁଥାନ୍ତି । ତେବେ ଏହାର କୁପ୍ରଭାବ ତାଙ୍କର ଗର୍ଭାବସ୍ତା ଉପରେ ପଡିଥାଏ । କେବଳ ନାରୀ ନୁହେଁ ପୁରୁଷ ମାନଙ୍କ ପାଇଁ ମଧ୍ୟ ସ୍ମୋକିଙ୍ଗ କରିବା ଉଚିତ ନୁହେଁ । ଦିତୀୟରେ ମହିଳା ମାନେ ଏକ୍ସସରସାଇଜ କରିବା ଦ୍ଵାରା  ସ୍ବାସ୍ଥ ପାଇଁ ବହୁତ ଭଲ ହୋଇଥାଏ । କିନ୍ତୁ ମହିଳା ମାନେ ଯଦି ଅଧିକ ଶାରୀରିକ ପରିଶ୍ରମ କରୁଥିବାର ଦେଖାଯାଏ ।

ସେ ମହିଳା ମାନଙ୍କ କ୍ଷେତ୍ରରେ ସନ୍ତାନ ଜନ୍ମ ହେବାରେ ଅସୁବିଧା ଆସିପାରେ।  ଯଦି ଆପଣଙ୍କ ପାର୍ଟନରଙ୍କ ସ୍ପମ କମ ଥାଏ କିମ୍ବା ଆପଣ ଓବିଲେଟ ଭଲରେ କରୁନଥିବେ । ତେବେ ମଧ୍ୟ ଜଣେ ନାରୀ ପ୍ରେଗନେଣ୍ଟ ହେବାରେ ପ୍ରବଲେମ ଆସିବ । ସବୁଠୁ ବଡ ସମସ୍ଯା ହେଉଛି PCOD ଓ PCOS । ଏହାର ମାନେ ପଲିସଷ୍ଟିକ ଓଭାରିଆନ ଡିଜିଜ୍ ଏବଂ ପଲିସସ୍ଟିକ ଓଭାରିଆନ ସିନଡ୍ରମ । ଏହି ରୋଗ ହେଲେ ଗର୍ଭାଶୟରେ ଛୋଟ ଛୋଟ ପଲିକାଲ୍ ସୃଷ୍ଟି ହୋଇଯାଇଥାନ୍ତି ।

ଯାହା ଦ୍ଵାରା ଠିକ ସମୟରେ ଅଣ୍ଡା ରିଲିଜ ହେଇପାରେ ନାହିଁ । ଯଦି ଆପଣଙ୍କ ପିରିୟଡ ନିୟମିତ ଭାବରେ ହେଉନାହିଁ, ମୁହଁରେ ବ୍ରଣ ଆସିବା ଓ ରାତିରେ ଠିକଭାବରେ ନିଦ ନହେବା । ଏହିସବୁ ଲକ୍ଷଣ ଦେଖିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଉପରସ୍ଥ କାରଣ ସବୁ ଛାଡିଦେଲେ ଆପଣ ପ୍ରେଗନେଣ୍ଟ ହେବାରେ ଅନ୍ୟ କିଛି ସମସ୍ଯା ନଥାଏ । ଆପଣ ଯେତେବେଳେ ଚାହିଁବେ ଗର୍ଭ ଧାରଣ କରିପାରିବେ ।

ସନ୍ତାନ ଜନ୍ମ କରିବାର ସେମିତି କିଛି ନିର୍ଦ୍ଧିଷ୍ଟ ବୟସ ସୀମା ନଥାଏ ।  ୨୦ ବର୍ଷ ପରଠୁ ମହିଳା ଓ ପୁରୁଷ  ମାନଙ୍କର ଫରଟାଇଲ ସବୁଠୁ ଦ୍ରୁତ ହୋଇଥାଏ କିନ୍ତୁ ୩୫ ବର୍ଷ ପରେ ଫରଟାଇଲ ବନ୍ଦ ହେଇନଥାଏ । ଏହା ଧୀରେ ଧୀରେ କମିଥାଏ । ଯଦି ମହିଳା ମାନଙ୍କର ରିପ୍ରଡ଼କଟିଭ ସିଷ୍ଟମ ଠିକ ଭାବରେ କାମ କରୁଥିବ । ତାହେଲେ ଆପଣ ଗର୍ଭଧାରଣ କରିବାରେ କିଛି ଅସୁବିଧା ନାହିଁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *