ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୀତ ଦିନେ ପରିବେଶର ଆଦ୍ରତା କମିଯାଉଥିବାରୁ ଏହା ସୁସ୍ଖ ହୋଇଯାଇଥାଏ । ଯାହାର ପ୍ରଭାବ ବ୍ୟକ୍ତିର ଶରୀରରେ ଦେଖିବାକୁ ମିଳିଥାଏ । ତେଣୁ ହାତ ଗୋଡ ରୁକ୍ଷ ଓ ସୁକ୍ଷ ହୋଇଯାଇଥାଏ । ଖାସ୍ କରି ପାଦର ଗୋଇଠି ଗୁଡିକ ଶୁଖି ଫାଟିଯାଇଥାଏ । ଶରୀରର ସଂପୂର୍ଣ୍ଣ ଭାର ପାଦ ଉପରେ ପଡିଥାଏ । ତେଣୁ ପାଦର ଯତ୍ନ ନେବା ନିହାତି ଦରକାର ହୋଇଥାଏ ।
ତେଣୁ ଫଟା ଗୋଇଠିକୁ ଭଲ କରିବା ପାଇଁ ଏହି ଉପାୟକୁ ନିହାତି କରନ୍ତୁ । ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ୪ ଟି ସାମଗ୍ରୀର ଆବଶ୍ୟକତା ରହିଛି। ସେହି ସାମଗ୍ରୀ ଗୁଡିକ ହେଉଛି ଆଲୋଭେରା, ମହମ, ନଡିଆ ତେଲ ଓ ସୋରିଷ ତେଲ । ପ୍ରଥମେ ମହମକୁ ନେଇ ଛେଲି ତାହାର ଗୁଣ୍ଡ ଗୁଣ୍ଡ ଛେଲା ବାହାର କରି ଏକ ପାତ୍ରରେ ରଖି ଦିଅନ୍ତୁ ।
ଏକ ବଡ ଚାମଚରେ ୧ ଚାମଚ ମହମର ଛେଲା ବାହାର କରନ୍ତୁ । ତାପରେ ସେହି ଚାମଚ ଅନୁସାରେ ୧ ଚାମଚ ସୋରିଷ ତେଲ ସେଥିରେ ମିଶାନ୍ତୁ । ତାପରେ ସେହି ଚାମଚ ଅନୁସାରେ ନଡିଆ ତେଲ ମିଶାନ୍ତୁ । ତାପରେ ଆଲୋଭେରାକୁ ଛେଳଲି ତାହାର ଜେଲ୍ ବାହାର କରନ୍ତୁ । ସେହି ଚାମଚ ଅନୁସାରେ ହିଁ ୧ ଚାମଚ ଆଲୋଭେରା ଜେଲ ଆଣି ମଧ୍ୟ ସେହି ସମସ୍ତ ଜିନିଷ ରଖିଥିବା ପାତ୍ରରେ ରଖନ୍ତୁ ।
ତାପରେ ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ । ତାପରେ ତାହାକୁ ଗ୍ଯାସ ଉପରେ ବସାଇ ଅଳ୍ପ ସମୟ ଗରମ କରି ଦିଅନ୍ତୁ । ଗ୍ଯାସକୁ ଧିମା ଆଞ୍ଚରେ ରଖି ତାହାକୁ ଚାମଚ ସାହାଜ୍ଯରେ ଗୋଳାଉ ଥାନ୍ତୁ । ତାପରେ ଯେତେବେଳେ ସେଥିରେ ରଖାଯାଇଥିବା ସମସ୍ତ ସାମଗ୍ରୀ ତରଲି ଜୀବ । ତାପରେ ତାହାକୁ ଗ୍ଯାସରୁ କାଢି ଆଣିବ ।
କିଛି ସମୟ ଏହାକୁ ଥଣ୍ଡା ହେବାକୁ ଦେବ । ତାପରେ ଏକ ଡବାରେ ଏହି ପ୍ରସ୍ତୁତ କରିଥିବା ସାମଗ୍ରୀକୁ ଭର୍ତ୍ତି କରି ରଖନ୍ତୁ । ତାପରେ ଅନ୍ୟ ଏକ ପାତ୍ରରେ ଥଣ୍ଡା ପାଣି ରଖନ୍ତୁ ଓ ସେହି ପ୍ରସ୍ତୁତ ରେମିଡି ରଖିଥିବା ଡବାକୁ ଆଣି ସେହି ଥଣ୍ଡା ପାଣି ଉପରେ ରଖି ଚାମଚ ସାହାଜ୍ଯରେ ତାହାକୁ ଗୋଳାନ୍ତୁ । ଯେପରି ସମସ୍ତ ସାମଗ୍ରୀ ବସିଯାଇ ଏକ ଭାସେଲିନ ସଦୃଶ ହୋଇଯିବ ।
ତାପରେ ସକାଳୁ ଗାଧୋଇ ଆସିଲା ପରେ ପ୍ରସ୍ତୁତ କରିଥିବା ଭାସେଲିନକୁ ଭଲ ଭାବରେ ପାଦରେ ମାଲିସ କରି ଲଗାନ୍ତୁ । ତାପରେ ପାଦରେ ମଉଜା ଲଗାଇ ସବୁ କାର୍ଯ୍ୟ କରିପାରିବେ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଏହାକୁ ଲଗାଇ ପାଦରେ ମଉଜା ପିନ୍ଧି ଶୁଅନ୍ତୁ । ଏହିପରି କିଛି ଦିନ କରିବା ପରେ ଆପଣ ଫଟାମୁକ୍ତ ଗୋଇଠି ଓ ମସୃଣ, ନରମ ପାଦ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ