ବନ୍ଧୁଗଣ ଯଦି ଆପଣ ମାନଙ୍କର ସକାଳ ସମୟରେ ପେଟ ସଫା ହେଉ ନାହି ବା କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦେଖା ଯାଉଛି ତେବେ ଆପଣଙ୍କର କବଜ ସମସ୍ଯା ରହିଛି । କବଚ ହୋଇ ଥିଲେ ଏହାକୁ ଅଣଦେଖା କରନ୍ତୁ ନାହି । କବଚ ହେଲେ ପେଟରେ କଷ୍ଟ ଜ୍ଵଳନ ପେଟ ଫମ୍ପିବା ସମସ୍ୟା ହୋଇଥାଏ । ଏହାର ପ୍ରଭାବ ଆମ ଲିଭର ଉପରେ ପଡିଥାଏ ଯାହା ଫଳରେ ଲିଭର ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥାଏ ।
ଏହା ସହ ଲିଭର ଆମ ଖାଦ୍ୟକୁ ଠିକ ଭାବେ ପଚନ କରିପାରେ ନାହି । ଏହା ଦ୍ଵାରା ପେଟରେ ଚର୍ବି ବଢିବା କାରଣରୁ ମୋଟାପା ସମସ୍ଯା ଦେଖାଯାଏ । ଆଜି ଆମେ ଆପଣଙ୍କ ସହ କବଚ ସମସ୍ଯା ଦୂର କରିବା ପାଇଁ ହୋମ ରେମେଡି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।
ଯଦି ଆମ ଲିଭର ଠିକ ଭାବେ କାମ କରେ ନାହି ତେବେ ତ୍ଵଚା ଓ କେଶ ଉପରେ ପ୍ରଭାବ ପଡିଥାଏ । ଯାହା ଫଳରେ କେସ ଝଡିବା ଆରମ୍ଭ ହୋଇଥାଏ । ଆୟୁର୍ବେଦିକ ରେ କୁହାଯାଇଛି କି ଯଦି ଆମ ପେଟ ସଫା ଅଛି ତେବେ ୪୬ ପ୍ରକାରର ରୋଗ ହୁଏ ନାହି । ଏହି ରେମଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ପାନମଧୁରି, ଜୀରା, ଜୁଆଣୀ, କଳା ଲୁଣ । ପ୍ରଥମେ ଦୁଇ ଚାମଚ ଜୁଆଣିକୁ ଏକ ପାତ୍ରରେ ନିଅନ୍ତୁ । ପେଟକୁ ତୁରନ୍ତ ସଫା କରିବା ପାଇଁ ଓ ଗ୍ଯାସ କାରଣରୁ ପେଟରେ ହେଉଥିବା କଷ୍ଟ କୁ ଦୂର କରିବା ପାଇଁ ଜୁଆଣୀ ଲାଭଦାୟକ ଅଟେ ।
ଏହା ପରେ ଦୁଇ ଚାମଚ ଜୀରା ମିଶାଇ ଏହାକୁ ୨ ମିନିଟ ଯାଏଁ ହାଲକା ଭାଜି ଦିଅନ୍ତୁ । ୨ ମିନିଟ ଭଜିବା ପରେ ଏହାର ରଙ୍ଗ ବଦଳିବା ସହ ଏହା ମଧ୍ୟରୁ ବହୁତ ସୁନ୍ଦର ବାସନା ଆସିବ । ପରେ ଏଥିରେ ଏକ ଚାମଚ ପାନମଧୁରୀ ମିଶାଇବା । ଯଦି ଆପଣଙ୍କର ଖାଦ୍ୟ ହଜମ ହେଉ ନାହି ତେବେ ପାନମଧୁରୀ ବହୁତ ଲାଭଦାୟକ ଅଟେ । ଏବେ ସେଥିରେ ଅଧ ଚାମଚ କଳା ଲୁଣ ଆଡ କରନ୍ତୁ ।
ଏହା ପରେ ଏହି ୪ଟି ସାମଗ୍ରୀର ର ପାଉଡର ତିଆରି କରନ୍ତୁ । ଏହି ପାଉଡର ଆପଣଙ୍କ କବଚ ଓ ପେଟ ଜମା ହୋଇଥିବା ମଳ କୁ ସଫା କରିବା ପାଇଁ ବହୁତ ଲାଭଦାୟକ ଅଟେ । ଏବେ ଆସନ୍ତୁ ଜାଣିବା ଏହାର ସେବନ କିପରି କରିବେ । ଏହି ରେମେଡି କୁ ସେବନ କରିବା ଏପାଇଁ ଏକ ଗ୍ଳାସ ହାଲକା ଉଷୁମ ପାଣି ଦରକାର ।
ଉଷୁମ ପାଣିରେ ଏକ ଚାମଚ ପୂର୍ବରୁ ତିଆରି ହୋଇଥିବା ପାଉଡର ଭଲ ଭାବେ ମିକ୍ସ କରନ୍ତୁ । ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଏହାର ସେବନ କରନ୍ତୁ । ଦିନରେ ମାତ୍ର ଥରେ ଏହାର ସେବନ କରିବାକୁ ହେବ । ରାତିରେ ଖାଇବା ପୂର୍ବରୁ ଏହାର ସେବନ କରି ହେବ । ଏହାର ସେବନ ଦ୍ଵାରା ମଳ ସଫା ହେବା ସହ କବଚ ସମସ୍ଯା ଦୂର ହେବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ