ଏମିତି କଣ କରିବେ କି ପାଠ ପଢାରେ ମନ ଲାଗିବ ? ଜାଣନ୍ତୁ କିଛି ସହଜ ଉପାୟ (Study Tips)

ବନ୍ଧୁଗଣ, ସାଧାରଣତ ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀ ମାନଙ୍କର ମନ ଶିକ୍ଷା କ୍ଷେତ୍ରରେ ଅନେକ କାରଣ ବଶତ ଲାଗି ନଥାଏ । ସେମାନଙ୍କ ଇଛାଶକ୍ତି ପାଠପଢା ପ୍ରତି କ୍ରମଶଃ ହ୍ରାସ ହେବାକୁ ଲାଗିଥାଏ ।

ମାତ୍ର ଆଜି ଆମ୍ଭେ ଆପଣଙ୍କୁ କେତୋଟି ଉପାୟ ମାନ କହିବାକୁ ଯାଉଅଛୁ, ଯାହାକୁ ବିଦ୍ୟାର୍ଥୀ ମାନେ ପ୍ରୟୋଗ କରି ପାଠ ପଢିଲେ ତାଙ୍କର ଶିକ୍ଷା କ୍ଷେତ୍ର ପ୍ରତି ଆଗ୍ରହ ଆହୁରି ବଢି ଚାଲିବ । ଆସନ୍ତୁ ତେବେ ସେହି ସହଜ ଉପାୟ ମାନ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ୧- ଏକାନ୍ତ ଜାଗାରେ ବସି ଅଧ୍ୟୟନ କରିବା;- ଏହାର ଅର୍ଥ ଯଦି ଆପଣ ପାଠ ପଢୁଛନ୍ତି, ତେବେ ପାଠ ପଢିବା ନିମନ୍ତେ ଆପଣ କୌଣସି ଏପରି ଜଗାର ଚୟନ କରନ୍ତୁ ଯେଉଁଟା ସଂପୂର୍ଣ୍ଣ ଏକାନ୍ତ ଥିବ । ଅର୍ଥାତ ଯେଉଁଠାରେ ଆଦୌ ସ୍ଵର ଶବ୍ଦ ଶୁଣାଯାଉନଥିବ । କିମ୍ବା ଯେଉଁଠାରେ ଟିଭି ଅଥବା ରେଡିଓ ଚାଲୁଥିବ ସେଭଳି ଜାଗାକୁ ଆପଣ ଆଦୌ ଜାଆନ୍ତୁ ନାହିଁ ।

୨- ପଢୁଥିବା ସମୟରେ ଏକ ଆରାମଦାୟକ ଚୌକି ର ବ୍ୟବସ୍ଥା କରନ୍ତୁ;- ଏହା ସହିତ ଆଲୋକ ବ୍ୟବସ୍ଥା ମଧ୍ୟ ଉନ୍ନତ ମାନର ହେବା ଆବଶ୍ୟକ । ଏହା ଫଳରେ ଆପଣ ପାଠ କୁ ଭଲ ଭାବରେ ଅଧ୍ୟୟନ କରି ପାରିବେ ।

୩- ପାଠ ସମ୍ବନ୍ଧିତ ସମସ୍ତ ଜିନିଷ ନିଜ ପାଖରେ ରଖନ୍ତୁ;- ପାଠ ପଢୁଥିବା ସମୟରେ ଆପଣଙ୍କୁ ଦରକାର ହେଉଥିବା ସମସ୍ତ ଜିନିଷ ଆପଣଙ୍କ ପାଖରେ ଥିବା ଆବଶ୍ୟକ । କାରଣ ଆପଣ ଟିକେ ଟିକେ କଥାରେ ଯେପରି ନିଜ ଜାଗାରୁ ଉଠନ୍ତୁ ନାହିଁ । ଏହାଫଳରେ ଆପଣଙ୍କ ମନ ପାଠ ପଧାରେ ଲାଗିବା ନାହିଁ । ବାରମ୍ଭାର ନିଜ ଜାଗାରୁ ଉଠିବା ଅନୁଚିତ ସହିତ ଆପଣଙ୍କର ମନ ପୁନର୍ବାର ପାଠ ପଢାରେ ଲାଗିବା ଅସମ୍ଭବ ହୋଇପାରେ ।

୪- ପାଠପଢା ସର୍ବଦା ଏକ ଉତ୍ତମ ସହପାଠୀ ସହିତ କରନ୍ତୁ;- ଯଦି ସମ୍ଭବ ହୁଏ ତେବେ ଆପଣ ନିଜ ଉତ୍ତମ ସହପାଠୀ ଅର୍ଥାତ ସାଙ୍ଗ କୁ ପାଠ ପଢିବା ନିମନ୍ତେ ଘରକୁ ଡାକି ପାରନ୍ତି । ପଥ ପଢୁଥିବା ସହପାଠୀ ଆପଣଙ୍କ ତୁଳନାରେ ଅଧିକ ହୋସିଆର ହେବା ଆବଶ୍ୟକ । ପାଠ ପଢା ପ୍ରତି ନିଜର ଧ୍ୟାନ କୁ ଅଧିକ ବଢାଇବା ନିମନ୍ତେ ଉଭୟ ପ୍ରତିଯୋଗୀତା ମଧ୍ୟ ରଖିପାରନ୍ତି । ଏପରି କରିବା ଦ୍ଵାରା ଅଧ୍ୟୟନ ପ୍ରତି ଆପଣଙ୍କ ଆଗ୍ରହ ରହିବା ସହିତ ଅଧିକ କିଛି ଜାଣିପାରିବେ ।

୫- ମୋବାଇଲ ଫୋନ କୁ ସର୍ବଦା ନିଜ ଠାରୁ ଦୂରରେ ରଖନ୍ତୁ;- ପାଠ ପଢୁଥିବା ସମୟରେ ମୋବାଇଲ ଫୋନ କୁ ନିଜ ଠାରୁ ଦୂରରେ ରଖିବା ଆବଶ୍ୟକ । ଯଦି ଆପଣ ଧ୍ୟାନ ପୂର୍ବକ ଅଧ୍ୟୟନ କରୁଛନ୍ତି ଏବଂ ଅଚାନକ ଆପଣଙ୍କର ଫୋନ ଆସିଯିବା ଫଳରେ ଆପଣଙ୍କ ଧ୍ୟାନ ପାଠ ପଢାରୁ ଭିନ୍ନ ହେବାକୁ ବସିଥାଏ । ଆପଣଙ୍କ ମସ୍ତିସ୍କ ବିଚଳିତ ହେବାକୁ ଲାଗିଥାଏ ।

ଏଥିପାଇଁ ପଢୁଥିବା ସମୟରେ ନିଜ ଫୋନ କୁ ସାଇଲେଣ୍ଟ କରି ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *