ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶାସ୍ତ୍ର ରେ ଉଲ୍ଲେଖ ରହିଛି ଯେ, ମିଛ କହିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ଅନ୍ୟ କୁ ହାନୀ ପହଞ୍ଚି ଥାଏ ଏବଂ ନିଜେ ମଧ୍ୟ ବିପଦ ରେ ଆମେ ପଡ଼ିଥାଉ । ଅନ୍ୟ ର ମଙ୍ଗଳ ପାଇଁ କୁହାଯାଇଥିବା ମିଛ ରେ କୌଣସି ଆପତ୍ତି ନଥାଏ ।
କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କିଛି ବ୍ୟକ୍ତି ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ସ୍ଵଭାବ ରୁ ହିଁ ମିଛୁଆ ଅଟନ୍ତି । ସେମାନେ ପ୍ରତି କଥାରେ ମିଛ କହିଥାନ୍ତି । ଏହି ବ୍ୟକ୍ତି ମାନଙ୍କ ଉପରେ ସହଜରେ ଭରସା କରିବା ଆଦୋୖ ଉଚିତ ନୁହେଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ରାଶି ଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ବହୁତ ମିଛ କୁହନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ମିଥୁନ ରାଶି- ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ମିଛ କହିବାରେ ମାହିର ହୋଇଥାନ୍ତି । ଏମାନେ କୌଣସି ବି କ୍ଷେତ୍ରରେ ମିଛ କହିବା ନିମନ୍ତେ ପଛଘୁଞ୍ଚା ଦିଅନ୍ତି ନାହିଁ ଏବଂ ସର୍ବଦା ମିଛ କୁହନ୍ତି ।
୨. କୁମ୍ଭ ରାଶି- ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବହୁତ ମତଲବୀ ହୋଇଥାନ୍ତି । ଏମାନେ ସର୍ବଦା ଅନ୍ୟଙ୍କ ଠାରୁ ନିଜ କାର୍ଯ୍ୟ ହାସଲ କରିଥାନ୍ତି । ନିଜର କାମ ପୂର୍ଣ୍ଣ ହେବା ପରେ ଏମାନେ ଅନ୍ୟର ସାହାଯ୍ୟ କୁ ମଧ୍ୟ ଭୁଲି ଯାଆନ୍ତି । ଏମାନେ କେବେବି ମିଛ କହିବା ପୂର୍ବରୁ କିଛି ଭାବନ୍ତି ନାହିଁ ଅଥବା ଡରନ୍ତି ନାହିଁ ।
୩. କର୍କଟ ରାଶି- ଏହି ରାଶି ଅନ୍ତର୍ଗତ ବ୍ୟକ୍ତି କଥାକୁ ସର୍ବଦା ବୁଲେଇକି କୁହନ୍ତି । ଏମାନେ ସିଧାସଳଖ କେବେବି କଥା କୁହନ୍ତି ନାହିଁ । ଏମାନଙ୍କ କଥାରେ କେବେବି ସତ୍ୟତା ରହି ନଥାଏ ଏବଂ ଏମାନେ ସର୍ବଦା ମିଛ କୁହନ୍ତି ।
୪. ମେଷ ରାଶି- ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ମିଛ କୁହନ୍ତି ନାହିଁ । କିନ୍ତୁ ଆବଶ୍ୟକ ସମୟ ରେ ଏମାନେ ଅନ୍ୟକୁ ବଞ୍ଚାଇବା ନିମନ୍ତେ ମିଛ କହିଥାନ୍ତି । ଏହା ସତ୍ୟ ଯେ, ଏହି ରାଶି ଥିବା ବ୍ୟକ୍ତି କେବେବି ଠିକ ଭାବରେ ମିଛ କହି ପାରନ୍ତି ନାହିଁ ।
୫. ବୃଷ ରାଶି- ଏହି ରାଶି ଅନ୍ତର୍ଗତ ବ୍ୟକ୍ତି କେବେବି ମିଛ କୁହନ୍ତି ନାହିଁ । ଏମାନେ ବହୁତ ଇମାନ୍ଦାର ଅଟନ୍ତି । ଏମାନେ ସର୍ବଦା ଅନ୍ୟ ପ୍ରତି ବିଶ୍ୱସ୍ତ ଅଟନ୍ତି । ଅତ୍ୟାବଶ୍ୟକ ସ୍ଥଳେ ଏହି ରାଶିର ବ୍ୟକ୍ତି ଙ୍କୁ ମିଛ ର ସାହାରା ନେବାକୁ ପଡ଼ିଥାଏ । ନଚେତ ଏମାନେ ସତ୍ୟ ର ସାଥି ଅଟନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।