Health Tips- ପତଳା ପିଲାଙ୍କୁ କିପରି ଶୀଘ୍ର ମୋଟା କରିବେ ? କରନ୍ତୁ ଏହି ଜବରଦସ୍ତ ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଛୋଟ ପିଲାମାନେ ଖାଦ୍ୟ ଖାଇବାକୁ ବହୁତ ଅଝଟ କରିଥାନ୍ତି । ଯାହା ଦ୍ଵାରା ତାଙ୍କ ଶରୀରକୁ ଉପଯୁକ୍ତ ପୋଷଣ ମିଳିପାରିନଥାଏ । ଏହି କାରଣରୁ ପ୍ରାୟତଃ ଶିଶୁ ବା ଅଳ୍ପ ବୟସର ପିଲାମାନେ ଦୁର୍ବଳ ହୋଇଯାଥାନ୍ତି । ଏହି କ୍ଷେତ୍ରରେ ପିଲାମାନେ ଅଧିକାଂଶ ରୋଗକ୍ରାନ୍ତ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଆଜି ଆପଣ ଏକ ଏପରି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବାକୁ ପାଇବେ ।

ଯାହା ପ୍ରସ୍ତୁତ କରି  ପିଲାଙ୍କୁ ଖୁଆଇବା ଦ୍ଵାରା ପିଲାର ଓଜନ ବଢିବା ସହ ତାର ଶାରୀରିକ ଗ୍ରୋଥ ଠିକ ଭାବରେ ହେଇପାରିବ । ଏହି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଉପାଦାନ ହେଉଛି ଗହମରୁ ପ୍ରସ୍ତୁତ ସୁଜି ।  ୬ ରୁ ୭ ମାସର ଛୁଆଙ୍କ ପାଇଁ ଆପଣ ଏକ ଚାମଚ ଓ ୧ ବର୍ଷରୁ ଅଧିକ ବୟସର ଛୁଆଙ୍କ ପାଇଁ ୨ରୁ ୩ ଚାମଚ ସୁଜିର ବ୍ୟବହାର କରିବେ । ଆପଣ ପିଲାର ବୟସ ଅନୁସାରେ ସୁଜିର ପରିମାଣ ଦେଖିକି ଖାଦ୍ୟ ପ୍ରସ୍ତୁତ କରିବେ । ତାପରେ ଆପଣଙ୍କୁ କିଛି ଡ୍ରାଏ ଫୃଟ୍ ଦରକାର ।

ଆପଣ ଡ୍ରାଏ ଫୃଟ୍ ରେ କିଛି ପାଣି କିମ୍ବା କ୍ଷୀର ମିଶାଇ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ପ୍ରଥମେ ଗ୍ଯାସରେ ଏକ କଢେଇ ବସାଇ ସେଥିରେ ଏକ ଚାମଚ ଘିଅ ପକାନ୍ତୁ । ଘିଅ ଅଳ୍ପ ଗରମ ହୋଇସାରିଲା ପରେ ସେଥିରେ ୩ ରୁ ୪ ଚାମଚ ସୁଜି ପକାନ୍ତୁ । ଧୀମା ଆଞ୍ଚରେ ସୁଜିକୁ ଆସ୍ତେ ଆସ୍ତେ ଭାଜନ୍ତୁ । ତାପରେ ସେଥିରେ ଏକ ଗ୍ଳାସ କ୍ଷୀର ମିଶାନ୍ତୁ ।

ଏହାପରେ ଆପଣ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ଡ୍ରାଏ ଫୃଟ୍କୁ ସେଥିରେ ମିଶାନ୍ତୁ । ଏହି ଖାଦ୍ୟକୁ ମିଠା କରିବା ପାଇଁ ସେଥିରେ ଦୁଇ ଚାମଚ ଚିନି ମିଶାନ୍ତୁ । ଚାମଚ ସାହାଜ୍ଯରେ ଖାଦ୍ୟକୁ ଧୀରେ ଧୀରେ କରି ଗୋଳାନ୍ତୁ । ନହେଲେ ଏହି ଖାଦ୍ୟ କଢେଇରେ ଲାଗିଯାଇପରେ । ଖାଦ୍ୟ ମିଠା କରିବାକୁ ଚାହୁଁନଥିଲେ ତେବେ ସେଥିରେ ସ୍ଵାଦ ଅନୁସାରେ ଲୁଣ ଆଡ୍ କରିପାରିବେ । ଯଦି ଆପଣଙ୍କ ପିଲାର ବୟସ ୬ ରୁ ୭ ମାସ ମଧ୍ୟରେ ଅଟେ ।

ତେବେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ବେଶି ବହଳିଆ ନକରି ଅଳ୍ପ ପାଣି କିମ୍ବା କ୍ଷୀର ମିଶାଇ ଏହାକୁ ପାଣିଆ ଭାବେ ପ୍ରସ୍ତୁତ କରନ୍ତୁ । କାରଣ ବେଶି ବହଳିଆ ହେଲେ ଛୁଆ ଖାଇବାରେ ଅସୁବିଧା ହୋଇପାରେ । ଯଦି ପିଲାର ବୟସ ୧ ବର୍ଷରୁ ଅଧିକ ହୋଇଥାଏ । ତେବେ ଆପଣ ଯଥା ପରିମାଣରେ ବହଳିଆ କରି ପ୍ରସ୍ତୁତ କରିବେ । ଏହି ଖାଦ୍ୟ ପଦାର୍ଥକୁ ଆପଣ ପିଲାଙ୍କୁ ୧ ରୁ ୨ ମାସ ଖୁଆଇବା ଦ୍ଵାରା ପିଲାଙ୍କର ଦୁର୍ବଳତା ଦୂର ହୋଇଥାଏ ।

ପିଲାମାନଙ୍କର ଓଜନ ବଢିବା ସହ ସଠିକ ଭାବରେ ଶାରୀରିକ ଗ୍ରୋଥ ମଧ୍ୟ ହୋଇଥାଏ । ଆପଣ ଏହାକୁ ପ୍ରତିଦିନ ନଖୂଆଇ ଦିନେ ଖୁଆଇ ତାପରେ ୧ ରୁ ୨ ଦିନ ପରେ ପୁଣି ଖୁଆଇବେ । ଏହିପରି ମାସ ରୁ  ଦୁଇ ମାସ ଖୁଆନ୍ତୁ । ନିଶ୍ଚୟ ପିଲାଙ୍କର ଶରୀରରେ ଉନ୍ନତି ଦେଖିବାକୁ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *