ନମସ୍କାର ବନ୍ଧୁଗଣ । ଯେତେବେଳେ କୌଣସି ମନୁଷ୍ୟ କୁ କିଛି ଶାରୀରିକ ଅସୁବିଧା ମାନ ଦେଖା ଦିଏ, ସେତେବେଳେ ସେ ବ୍ୟକ୍ତି ଜଣକ ଶାରୀରକ ପୀଡା ସହ ମାନସିକ ଚାପ ର ଯନ୍ତ୍ରଣା ଭୋଗ କରିଥାଏ । ଆଜିକାଲି ଅନେକ ଲୋକଙ୍କ ଠାରେ ବିଭିନ୍ନ ରୋଗ ଆଦିର ସମସ୍ଯା ଦେଖିବାକୁ ମିଳୁଛି । ସେଥି ମଧ୍ୟରୁ ଅନେକ ଲୋକ ପରିସ୍ରା ପୋଡା ଭଳି ସମସ୍ଯା କୁ ନେଇ ଚିନ୍ତିତ । କିନ୍ତୁ ଏହା କାହିଁକି ଦେଖା ଦିଏ ଓ ଏହା ଦେଖା ଦେବାର ଲକ୍ଷଣ କଣ ବା କିପରି ଭଲ ହୋଇପାରିବ ?
ଏଭଳି ପ୍ରଶ୍ନ ମଧ୍ୟ ମନ କୁ ଆସିଥାଏ । ସେଥିପାଇଁ ବନ୍ଧୁଗଣ ଆଜି ଆମ ସହ ବିଶିଷ୍ଠ ବିଶେଷଜ୍ଞ ଡାକ୍ତର ବିଶ୍ଵଜିତ ମହାନ୍ତି ଯେ କି ଏହାର କାରଣ ଓ ଲକ୍ଷଣ ଓ ନିରାକରଣ ବିଷୟରେ ବିସ୍ତାର ରୂପରେ ବୁଝାଇ କହିଛନ୍ତି । ବନ୍ଧୁଗଣ ପ୍ରଥମେ ହେଉଛି ପରିସ୍ରା ପୋଡା କୌଣସି ରୋଗ ନୁହେଁ । କିନ୍ତୁ ଏହା କିଛି ରୋଗ ର ଲକ୍ଷଣ ହୋଇଥାଏ । ଯାହାକି ସଂକେତ ରୂପରେ ଦେଖା ଦିଏ ।
ପରିସ୍ରା ପୋଡା ସାଧାରଣତଃ ୟୁନାରୀଟ୍ରାକ୍ଟ ଇନଫେକ୍ଶନ କାରଣ ରୁ ହୋଇଥାଏ । ଏହି ଇନଫେକଟିନ ର କାରଣ ବ୍ୟାକଟେରିଆ ହୋଇଥାଏ । ଯଦି କୌଣସି ପରିଷ୍କାର ବା ଅସ୍ଵଚ୍ଛ ସ୍ଥାନରେ କେହି ପରିସ୍ରା କରିଥାନ୍ତି, ତେବେ ସେହି ବ୍ୟକ୍ତି ର ପରିସ୍ରା ସମୟ ରେ ବ୍ୟକ୍ଟେରିଆ ଗୁଡିକ ୟୁରନାରୀ ଭିତର କୁ ଯାଇ ସଂକ୍ରମିତ ହୋଇ ଯାଇଥାଏ ।
ୟୁରିନ ଇନଫେକ୍ଶନ ହେଲେ ପ୍ରଥମେ ପରିସ୍ରା ସମୟ ରେ କଷ୍ଟ ଅନୁଭବ ହୋଇଥାଏ । ଦ୍ବିତୀୟରେ କିଡନୀ ଇନଫେକ୍ଶନ ହେଲେ ବା ଶରୀରରେ କିଡନୀ ଅସୁସ୍ଥ ଥିଲେ ମଧ୍ୟ କିଡନୀ ରେ ଜ୍ଵଳା ପୋଡା ହେବାର ଦେଖା ଦେଇଥାଏ । ତାହାସହ ପରିସ୍ରା ପୋଡା ହେଲ ତଳି ପେଟ ରେ ଦରଜ ହେବା ମଧ୍ୟ ଦେଖା ଦିଏ ।
ସାଧାରଣତଃ ପରିସ୍ରା ପୋଡା ସ୍ତ୍ରୀ ଲୋକଙ୍କ ଠାରେ ଅଧିକ ହେବାର ଦେଖା ଦିଏ । କିନ୍ତୁ ଗର୍ଭବତୀ ମହିଳା ମାନଙ୍କ ଠାରେ ଅଧିକ ରୁ ଅଧିକ ମାତ୍ରାରେ ହେବାର ଦେଖା ଦିଏ । ତାହାସହ ଏହା ଡାଇବେଟିସ ବା ଯେଉଁ ମାନଙ୍କ ଠାରେ ଏଚଆଇବି ଭଳି କୌଣସି କମ୍ପିଲିକେସନ ରୋଗ ଥାଏ ସେମାନଙ୍କ ଠାରେ ମଧ୍ୟ ପରିସ୍ରା ପୋଡା ହେବାର ଦେଖା ଯାଇଥାଏ । ତାହାସହ ଛୋଟ ପିଲାଙ୍କ ଠାରେ ମଧ୍ୟ ଏହା ହେବାର ଦେଖାଯାଏ ।
ପରିସ୍ରା ପୋଡାକୁ ରୋକିବା ପାଇଁ ପାଣି ଅଧିକ ମାତ୍ର ରେ ପିଇବା ଆବଶ୍ୟକ । କାରଣ ପାଣି ଅଧିକ ମାତ୍ରରେ ପିଇବା ଦ୍ଵାରା ଏଭଳି କୌଣସି କିଛି ସମସ୍ଯା ଦେଖା ଦେଇ ନଥାଏ । ଓ ତାହାସହ ପରିଷ୍କାର ପରିଛନତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ତାହାସହ ଭଲ ଖାଇବା ଖାଆନ୍ତୁ ।
ଯଦି ତଥାପି କୌଣସି ପ୍ରକାରର କିଛି ଅସୁବିଧା ଦେଖା ଦିଏ, ତେବେ ବିଳମ୍ବ ନ କରି ଶୀଘ୍ର ହିଁ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ