ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଅଧିକାଂଶ ଲୋକ ଙ୍କଠାରେ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏହା ଦେଖା ଦେବାର କାରଣ ହେଉଛି ଆଜିକାଲିର ଦୈନନ୍ଦିନ ଜୀବନ ଶୈଳୀ ଓ ତାହାଛଡା ଆମେ ଖାଉଥିବା ଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ମାନ । ଯାହା କାରଣରୁ ଆମ ଶରୀର କୁ ସବୁ ପ୍ରକାରର ପୋଷକ ତତ୍ଵ ମିଳି ପାରୁନାହିଁ । ଓ ଆମକୁ ଏହା କାରଣରୁ ବିଭିନ୍ନ ରୋଗ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି ।
ବନ୍ଧୁଗଣ ଗଣ୍ଠି ଯନ୍ତ୍ରଣା ର କିଛି ଭିନ୍ନ ଭିନ୍ନ କାରଣ ହୋଇଥାଏ । ଯେପରି କି ଗଣ୍ଠି ମଧ୍ୟରେ ଥିବା ଦୂରତା ସମୟର ସହ କମି କମି ଯାଇଥାଏ । ଏହାଛଡା କିଛି ଦୁର୍ଘଟଣା କାରଣରୁ ମଧ୍ୟ ଶରୀରରେ ଲିଗାମେଣ୍ଟ ଜନିତ ସମସ୍ଯା ଦେଖା ଦେବା ଆରମ୍ଭ ହୋଇଥାଏ ।
ବନ୍ଧୁଗଣ ଏହି ଯନ୍ତ୍ରଣା ରୁ ରକ୍ଷା ପାଇବା ପାଇଁ ଆଜି ଆମେ ମାନେ କିଛି ସୁନ୍ଦର ସୁନ୍ଦର ଘରୋଇ ଉପଚାର ମାନ ନେଇ ଆସିଛୁ । ଯାହାକୁ ଆପଣ ପ୍ରୟୋଗ କରି ଏହି ଯନ୍ତ୍ରଣା ରୁ ମୁକ୍ତି ହୋଇ ପାରିବେ । ବନ୍ଧୁଗଣ ପ୍ରଥମେ ସକାଳେ ଉଠି ଖାଲି ପେଟ ରେ ମୁହଁ ନ ଧୋଇ ସାଧା ପାଣି ରୁ ଅତିକମ ରେ ଦୁଇ ଗ୍ଳାସ ପାଣି ନିହାତି ପିଇବା ଉଚିତ ।
ଏହାଦ୍ଵାର ଶରୀର ବିଭିନ୍ନ ପ୍ରକାରର ରୋଗ ଭଲ ହୋଇ ଯାଇଥାଏ । ତାହାସହ ପାଣି ସବୁବେଳେ ଅତିକମ ରେ ଦିନକୁ ୩ ରୁ ୪ ଲିଟର ପିଇବା ଉଚିତ । ପାଣି କମ ପିଇବା କାରଣରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଇଥାଏ । ତେଣୁ ପାଣି କୁ ଠିକ ଭାବରେ ପିଇବା ଉଚିତ । ଏହାସହ ପାଣି କୁ ଛିଡା ହୋଇ ବା ଟେକି କରି ପିଇବା ଠିକ ହୋଇ ନଥାଏ । ତେଣୁ ପାଣି ସବୁବେଳ ବସି କି ପିଇବା ଉଚିତ । ଏହାଦ୍ଵାରା ଶରୀରରେ ଗ୍ଯାସ ଜନିତ କୌଣସି ସମସ୍ଯା ଦେଖା ଦେଇ ନଥାଏ ।
ବନ୍ଧୁଗଣ ବନ୍ଧୁଗଣ ରାତିରେ ଏକ ଗ୍ଳାସ ପାଣି କିମ୍ବା କ୍ଷୀର ରେ ତିନି ଚାରୋଟି ଖଜୁର ଦାନା ପକାଇ ରଖି ଦିଅନ୍ତୁ । ଏହାପରେ ସକାଳେ ସେହି ଖଜୁରୀ କୁ ଖାଇ ନିଅନ୍ତୁ । ଓ ସେହି ପାଣି ରେ ଏକ ଚାମଚ କଳାଜୀରା ତେଲ ମିଶାଇ ଏହାକୁ ପିଇ ନିଅନ୍ତୁ । ଏହାଦ୍ବାରା ଶରୀରରେ ଥିବା ସମସ୍ତ କ୍ୟାଲସିୟମ ର ଅଭାବ ଦୂର ହୋଇଯିବ ।
ବନ୍ଧୁଗଣ ମଧୁମେହ ରୋଗ ଥିଲେ ଆପଣ ଏଥିରେ ଖଜୁରି ସ୍ଥାନ ରେ ୪ ରୁ ୫ ଟି ଗୋଲ ମରୀଚ ଓ ୪ ରୁ ୫ଟି କିସମିସ ଦାନା ଓ ୨ ରୁ ୩ ଟି ଅଖରୋଟ କୁ ନେଇ ଗୁଣ୍ଡ କରି ଏହାକୁ ଏକ ଗ୍ଳାସ ଗରମ କ୍ଷୀର ରେ ମିଶାଇ ଏହାକୁ ସେବନ କରିବା ଦ୍ଵାରା ଆପଣ ଙ୍କର ଗଣ୍ଠି ସମସ୍ଯା ମୂଳ ରୁ ଦୂର ହୋଇଯିବ । ବନ୍ଧୁଗଣ ଏହା ସହ ଆପଣ ପଇଡ ପାଣି ମଧ୍ୟ ନିତ୍ୟ ଖାଆନ୍ତୁ, ଯାହାଦ୍ଵାରା ଆପଣ ଙ୍କର ଗଣ୍ଠି ଜନିତ ସମସ୍ଯା ଦୂର ହୋଇ ଯାଇଥାଏ । ବନ୍ଧୁଗଣ ଯଦି ଆପଣ ଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ