Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି ୫ ଟି ଜିନିଷ ଅନ୍ୟକୁ ଦେବା ଦ୍ଵାରା ଘରକୁ ଆସିଥାଏ ଭୟଙ୍କର ଦରିଦ୍ରତା, କଣ ଆପଣ ଏମିତି ଭୁଲ କରି ନାହାଁନ୍ତି ତ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଦାନ କରିବା ଦ୍ୱାରା ଅନେକ ସମସ୍ୟା ରୁ ମୁକ୍ତି ମିଳିଥାଏ ଏବଂ ଦାନ କରିବା ହେଉଛି ସବୁଠାରୁ ପୂଣ୍ୟ ର କାମ ।

ଦାନ କରିବା ଦ୍ୱାରା ମନୁଷ୍ୟ ପୂଣ୍ୟ ର ଅଧିକାରୀ ହୋଇଥାଏ ଏବଂ ମନୁଷ୍ୟ ଜୀବନ ର ଦୁଃଖ କଷ୍ଟ ଦାନ କରିବା ଦ୍ୱାରା ଦୂର ହୋଇଥାଏ । କିନ୍ତୁ କଣ ଆପଣ ମାନେ ଜଣିଛନ୍ତି ଯେ, କିଛି ଜିନିଷ ଏଭଳି ମଧ୍ୟ ରହିଛି ଯାହାକୁ ଦାନ କରିବା ଦ୍ଵାରା ପୂଣ୍ୟ ତ ଦୂରର କଥା ମନୁଷ୍ୟ ପାପର ଭାଗିଦାରୀ ହୋଇଥାଏ ଏବଂ ସେହି ଜିନିଷ ଦାନ କରିବା ଦ୍ୱାରା ମାତାଲଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଯାହା ଫଳରେ ଆପଣଂକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ୫ଟି ଜିନିଷ ସମ୍ବନ୍ଧରେ ଯାହାକୁ ଦାନ କରିବା ଦ୍ୱାରା ମାତାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କୁ ଆର୍ଥିକ ପରିସ୍ଥିତି ର ସମ୍ନା କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଆଭୂଷଣ ହେଉଛି ମାତାଲଷ୍ମୀ ଙ୍କ ଆଶୀର୍ବାଦ । ଯେବେବି କୌଣସି ବିବାହିତା ମହିଳା ଆଭୂଷଣ ପରିଧାନ କରିଥାଏ ପ୍ରଥମେ ମାତା ଲଷ୍ମୀ ଙ୍କ ଉପାସନା କରିଥାଏ ଏବଂ ଆଭୂଷଣ କୁ ପରିଧାନ କରିଥାଏ । ଯଦି ଆପଣ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ଆପଣଙ୍କ ଆଭୂଷଣ ଦାନ ସ୍ୱରୂପ ଦେବେ ତେବେ ମାତା ଲଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ ଏବଂ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିବ । ଖାସ କରି ବିବାହିତା ମହିଳା ମାନେ ନିଜ ମଙ୍ଗଳସୁତ୍ର, ପାଉଁଜି ଏବଂ ଗୋଡ଼ମୁଦି ଅନ୍ୟ କାହାକୁ ଦାନ କରିବା ଉଚିତ ନୁହେଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, କେବେବି କୌଣସି ବ୍ୟକ୍ତି ଙ୍କୁ ଝାଡ଼ୁ ଦାନ କରନ୍ତୁ ନାହିଁ । ଝାଡୁ ହେଉଛି ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଜିନିଷ । ଘରର ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ କେବେବି ଘରେ ବାସ କରନ୍ତି ନାହିଁ । ଯେଉଁ କାରଣ ରୁ ଘରେ ଧନ ର ଘୋର ଅଭାବ ହୋଇଥାଏ ଏବଂ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ କେବେବି ଭୁଲ ରେ ମଧ୍ୟ ଅନ୍ୟ କୌଣସି ବ୍ୟକ୍ତି ଘରର ଝାଡୁ ମାଗିଲେ ଦିଅନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, କେବେବି ଭୁଲ ରେ ମଧ୍ୟ ସନ୍ଧ୍ୟା ସମୟରେ କୌଣସି ବ୍ୟକ୍ତି ଙ୍କୁ କ୍ଷୀର, ଚାଉଳ, ନଡ଼ିଆ ଭଳି ଧଳା ଖାଦ୍ୟ ପଦାର୍ଥ କେବେବି ଦାନ କରନ୍ତୁ ନାହିଁ । କାରଣ ଧଳା ଜିନିଷ ଦ୍ୱାରା ନଜର ଲାଗି ଯାଇଥାଏ । ଯଦି କୌଣସି ବ୍ୟକ୍ତି ଙ୍କୁ ଏହି ଜିନିଷ ର ଅତ୍ୟାବଶ୍ୟକ ରହିଛି ତେବେ ବଜାର ରୁ କିଣି ତାଙ୍କୁ ଦିଅନ୍ତୁ । କିନ୍ତୁ କେବେବି ଘରର ରୋଷେଇ ଘରୁ ଏହି ଖାଦ୍ୟ ପଦାର୍ଥ ଦାନ କରନ୍ତୁ ନାହିଁ ।

୪. ବନ୍ଧୁଗଣ ଚତୁର୍ଥତଃ, କେବେବି କୌଣସି ବ୍ୟକ୍ତି ଙ୍କୁ ପଇସା ଦାନ କରନ୍ତୁ ନାହିଁ । କାରଣ ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି ଏବଂ ଘରେ ଥିବା ପଇସା ତଥା ଧନକୁ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ଦାନ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏକାଦଶୀ ଦିନ କେବେବି ଭୁଲ ରେ ମଧ୍ୟ କୌଣସି ବ୍ୟକ୍ତି ଙ୍କୁ ପଇସା ଦାନ କରନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ ଘରେ ବାସ କରିବେ ନାହିଁ ଏବଂ ଘରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହେବ ।

୫. ବନ୍ଧୁଗଣ ପଞ୍ଚମତଃ, କେବେବି କୌଣସି ବ୍ୟକ୍ତି ଙ୍କୁ ନିଜ ଘରେ ଥିବା ବେଲେଣା ପେଡ଼ି, ତାୱା ଆଦି ଦାନ କରନ୍ତୁ ନାହିଁ । କାରଣ ଏଥିରେ ଘରର ଖାଦ୍ୟ ମାତାଲକ୍ଷ୍ମୀ ଙ୍କ ନାମରେ ତିଆରି ହୋଇଥାଏ । ଯଦି ଆପଣ ଏହାକୁ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ଦାନ କରିବା ଦ୍ୱାରା ମାତାଲକ୍ଷ୍ମୀ ଙ୍କୁ ଏହା ଅପ୍ରିୟ ହୋଇଥାଏ । ତେଣୁ ଭୁଲ ରେ ମଧ୍ୟ ଏହାକୁ ଦାନ କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *