Malika Bachana- ଦେଖା ଦେଲେଣି ଧଳା କାଉ ଆସୁଛି କି ମହାବିପତ୍ତି, କଣ ସତ ହେବାକୁ ଯାଉଛି ମାଳିକା ବଚନ ?

ଭକ୍ତ ବନ୍ଧୁ ମାନେ ମହାପୁରୁଷ ଯସବନ୍ତ ଦାସ ମାଳିକାରେ ଅନେକ ତଥ୍ୟ ଲେଖି ଯାଇଛନ୍ତି । ତାଙ୍କ ଉପରେ ଏତେ ସହଜ କଥା କହିବା ସମ୍ଭବ ନୁହେଁ । ସେ ମଧ୍ୟ କହିଥିଲେ ମୋତେ ପ୍ରଭୁ ଆପଣଙ୍କ ଆଜ୍ଞାରେ ହିଁ ଡଙ୍ଗା ମାଟିରେ ଜନ୍ମ ମିଳିଛି । କାହିଁକି ନା ସେ ନିଜେ ପ୍ରକାଶ କରିଛନ୍ତି । ଏବେ ଗଣମାଧ୍ୟମ ରେ କୋରାପୁଟରେ ଧଳା କାଉ କୁ ନେଇ ଭୟ ସୃଷ୍ଟି ହେଲାଣି । ଧଳା କାଉକୁ ନେଇ ବିଭିନ୍ନ ଭିଡିଓ ଭାଇରାଲ ହେଉଛି ଆଉ ବିପଦ ଆସିବାର ସଂକେତ ମିଳୁଛି ବୋଲି କୁହାଯାଉଛି ।

ଏନେଇ ଯସବନ୍ତ ଦାସ ମାଳିକାରେ ଲେଖିଛନ୍ତି ଯେ ଏମିତି ସମୟ ଆସିବ ଯେଉଁ ସମୟ ଭିତରେ କଳିଯୁଗର ଶେଷରେ ଯାହା ଏ ଆଖି ଦେଖି ନାହି ତାହା ଦେଖିବ । କାନ ନ ଶୁଣିଥିଲା ଯେଉଁ କଥା ସେହି କଥା କଳିଯୁଗରେ ଅସମ୍ଭବ କଥା ଶୁଣିବ । ପ୍ରକୃତରେ ଆମେ ମାନେ ଯାହା ଅସମ୍ଭବ ତାହା ଦେଖୁଛେ । ମହାପୁରୁଷ ଯସବନ୍ତ କହୁଛନ୍ତି ପ୍ରକୃତିର ବିପଦ ହେବ । ଅସମ୍ଭବ ହେବ ସମ୍ଭବ ହେବ । ଅଦିନରେ ନିମ୍ବ କାଢି ଧରିବ, ପୁରୁଷ ପୁତ୍ର ଜନ୍ମ କରିବେ, ଆମ୍ବେ ବଉଳ ଧରିବ ।

ଭୟଙ୍କର ରୂପରେ ଧରା ପୃଥିବୀର କମ୍ପନ ହେବ ଆଉ ଅଦିନରେ ଋତୁ ବଦଳିବ କଳିଯୁଗରେ । ଗର୍ଭରେ ସବୁ ଲୀନ ହୋଇଯିବ କଳିଯୁଗର ଶେଷରେ । ଅନେକ ଗାଁ ଗନ୍ଦା ମାଟି ତଳେ ରହିସାରିଲାଣି ଯାହା ମାଳିକାରେ ଲେଖାଯାଇଛି । 600 ବର୍ଷ ତଳେ ଲେଖା ହୋଇଥିବା ମାଳିକା କଥା ଏବେ ସତ୍ୟ ହେବାରେ ଲାଗିଛି ।

ଏମିତି ଅନିତି ବଢିବ ମନ୍ଦିରରୁ ଆଗକୁ ଠାକୁର ଦୂରେଇ ଯିବେ । ଆଉ ଅନେକ ଦେଶରେ ବରଫ ଝଡରେ ଲୋକେ ମାରିବେ ଆଉ ଅଚିହ୍ନା ବ୍ୟାଧି ସୃଷ୍ଟି ହେବ । ଯାହା ପାଇଁ ଅନେକ ଲୋକ ମାରିବେ । ଦେଖିବାକୁ ଗଲେ ଅନେକ ଜାଗାରେ ବରଫ ଝଡ ଦେଖାଗଲାଣି । ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଆଉ ଚୋରା ଖଣ୍ଟ ଆସିବେ ।

ଆଗକୁ ମହାପୁରୁଷ କହୁଛନ୍ତି ଅନେକ ଲୋକ ରାଜସ୍ଵ ଦେବସ୍ଵ ଲୁଟି ଖାଇବେ ତେଣୁ ସେମାନେ ଅଚିହ୍ନା ରୋଗରେ ମାରିବେ । କଳିଯୁଗରେ ଧର୍ମୀ ରହିବେ ଚେତା ଭକ୍ତ ମାନେ ଯେତେବେଳେ କଳିଯୁଗର ଅନ୍ତ ହେବ । ଯାହାକୁ ମହାପୁରୁଷ ଯସବନ୍ତ କହିଛନ୍ତି । ତେବେ ମହାପୁରୁଷ ଯସବନ୍ତ କହିଛନ୍ତି ଯେ ଧଳା କାଉ ଦେଖିବା କିଛି ନୂଆ କଥା ନୁହେଁ ।

ଆମେ ସବୁ ଆଜି ଯାଏଁ କଳା କାଉ ଦେଖି ଆସିଛେ । କିନ୍ତୁ କଳିଯୁଗ ଶେଷରେ ଧଳା କାଉ ଦେଖାଯିବ ଆଉ ଏହା ଦେଖି ଲୋକେ ନିଶ୍ଚୟ ଭୟଭୀତ ହେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *