ହାତ-ଗୋଡ ଝିମିଝିମି ହେବା ବା Numbness ହେଉଛି ତ ହେଇ ଯାଆନ୍ତୁ ସାବଧାନ ! ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଟି ଜିନିଷ (Remedy for Numbness)

ବନ୍ଧୁଗଣ, ଆପଣ ବେଳେ ବେଳେ ଅନୁଭବ କରୁଥିବେ କି ଆପଣ କିଛି ସମୟ ବିଶ୍ରାମ ନେଇ ସାରି ଉଠିଲା ବେଳକୁ ଆପଣଙ୍କ ଗୋଡ଼ ଷ୍ଟିଫ୍ ହୋଇଯାଇଥାଏ । ଗୋଡ଼ ଆଉ ଚାଲେନି ବେଳେ ବେଳେ ହାତ ମଧ୍ୟ ସେମିତି ହୋଇଥାଏ । ଏବଂ କେବେ କେବେ ଗୋଡ ଝିମ ଝିମ୍ ମଧ୍ୟ ହୋଇଥାଏ । ଆପଣଙ୍କୁ ଏମିତି ଅନୁଭବ ହୁଏ ସତରେ ଯେମିତି ଗୋଡ଼ ହିଁ ନାହିଁ ଓ ଗୋଡ଼ରେ ଛୁଞ୍ଚି ଫୋଡ଼ି ହେଲା ଭଳି ଅନୁଭବ ହୁଏ ।

କିଛି ସମୟ ପରେ ଆସ୍ତେ ଆସ୍ତେ ଚାଲିବା ପରେ ଗୋଡ଼ ପୁଣି ଆଗଭଳି ଠିକ୍ ହୋଇ ଯାଇଥାଏ । ବାସ୍ତବରେ କିଛି ସମୟ ଗୋଟେ ଜାଗାରେ ବସି ରହିଗଲେ ହାତ ଓ ଗୋଡ଼ ରେ କିଛି ସ୍ନାୟୁ ଦବି ହୋଇକି ରହିଯାଏ । ଯାହା ଫଳରେ ଅମ୍ଳଜାନ ଆମ ହାତ ଓ ଗୋଡ଼ କୁ ସଠିକ୍ ମାତ୍ରା ରେ ମିଳି ପାରେନି । ହାତ ଗୋଡ଼ ଝିମଝିମ୍ ହେବା ସମସ୍ୟା କେବେ କେବେ ଯଦି ଆପଣଙ୍କୁ ହୋଇଥାଏ ତା’ହେଲେ ଠିକ୍ ଅଛି କିନ୍ତୁ ଯଦି ଆପଣଙ୍କୁ ସବୁବେଳେ ହୁଏ ତ ଆପଣ ସାବଧାନ ହୋଇ ଯାଆନ୍ତୁ । ଏସବୁ କିଛି ବେମାରୀ ର କାରଣ ହୋଇଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ,-

୧;- ବାରମ୍ବାର ହାତ ଗୋଡ ଝିମଝିମ୍ ହେବା ମାନେ ହେଉଛି ଆପଣଙ୍କ ଶରୀରରେ ପୋଷୋଣ ର ଅଭାବ । ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ, ଆଇରନ, ପୋଟାସିୟମ, ଭିଟାମିନ B-12 ର ଅଭାବ ହୋଇଥାଏ, ତେବେ ଆପଣଙ୍କ ହାତ ଗୋଡ଼ ଝିମ୍ ଝିମ୍ ହୋଇଥାଏ ।

ଏଥିରୁ ରକ୍ଷା ପାଇବା ପାଇଁ ଆପଣ ନିଜ ଖାଦ୍ୟଶୈଳୀ କୁ ପରିବର୍ତ୍ତନ କରନ୍ତୁ । ସଠିକ୍ ସମୟରେ ଆପଣ ଖାଦ୍ୟ ଖାଆନ୍ତୁ । ଆପଣଙ୍କ ଶରୀର ରେ ଆଇରନ ର ବୃଦ୍ଧି ପାଇଁ ଆପଣ ସବୁଜ ଶାଗ ଖାଇ ପାରିବେ । ବିଶେଷ କରି ପାଳଙ୍ଗ ଶାଗ, ଏହା ଛଡା ଆପଣ ଦିନକୁ ଦୁଇଟି କଦଳୀ ଖାଆନ୍ତୁ ଏବଂ ଛତୁ ମଧ୍ୟ ଖାଆନ୍ତୁ । ଯଦି ଆପଣ ଆଳୁ ଖାଉଛନ୍ତି ତାହେଲେ ଆଳୁ କୁ ଚୋପା ସହ ସେବନ କରନ୍ତୁ । କ୍ୟାଲସିୟମ ପାଇଁ ଆପଣ ଗୋଟେ ଗ୍ଲାସ୍ କ୍ଷୀର ସବୁଦିନ ପିଅନ୍ତୁ ।

ଯଦି ଆପଣ କ୍ଷୀର ନ ପିଅନ୍ତି ତେବେ ଆପଣ ରାଶି ଲଡ଼ୁ ଖାଇ ପାରିବେ, କାରଣ ରାଶିରେ କ୍ୟାଲସିୟମର ପରିମାଣ ଭରପୁର ଥାଏ । ଏବଂ ଗୁଡ଼ ରେ ମଧ୍ୟ କ୍ୟାଲସିୟମ ବହୁତ ମାତ୍ରାରେ ଥାଏ । ଏବେ ସବୁଠୁ ବେଶୀ ଦରକାରୀ ହେଉଛି ଭିଟାମିନ୍-B12 । ଆମ ଦେଶରେ ଭିଟାମିନ୍-B12 ର ଅଭାବ ର ଶିକାର ବହୁତ ଲୋକ ଅଛନ୍ତି । ବିଶେଷ କରି ଯେଉଁ ଲୋକମାନେ ଶାକାହାରୀ ଅଟନ୍ତି ।

ସେମାନେ କ୍ଷୀର ପିଅନ୍ତି ନାହିଁ କି ଆମିଷ ଖାଆନ୍ତି ନାହିଁ । ଭିଟାମିନ୍-B12 ଆମିଷ ରେ ବହୁତ ମାତ୍ରାରେ ଥାଏ, ଯେମିତିକି ଅଣ୍ଡା, ଚିକେନ, ମାଛ ଏହି ସବୁରେ ଭରପୁର ମାତ୍ରାରେ ରହିଥାଏ । ଏବଂ ଏହାଛଡା କ୍ଷୀର, ଲହୁଣୀ, cheese ଏ ସବୁରେ ଭିଟାମିନ୍-B12 ଆମେ ପାଇଥାଉ । ଯଦି ଆପଣ ଶାକାହାରୀ ଓ କ୍ଷୀର ଜାତିୟ ଜିନିଷ ଖାଆନ୍ତି ନାହିଁ, ତେବେ ଆପଣ ବଜାର ରେ ମିଳୁଥିବା ଓଟ୍ସ୍ କୁ ଖାଇ ପାରିବେ ।

୨;- ବେଳେ ବେଳେ ଆପଣଙ୍କ ଶରୀର ର ବେକ ରୁ ନେଇ ପାଦ ଯାଏ ଝିମ୍ ଝିମ୍ ହୋଇଥାଏ । ଏହାର କାରଣ ଆପଣ ଯଦି ସଠିକ୍ ଭାବେ ବସି ନ ଥିବେ ଏବଂ ଗଣ୍ଠି ର କାରଣ ରୁ ସ୍ନାୟୁ ଦବି ହୋଇଯାଇ ଯଦି ଆପଣଙ୍କ ଦୁଇ ହାତ ଏକା ସଙ୍ଗେ ଝିମ୍ ଝିମ୍ ହେଉଛି ତେବେ ଆପଣଙ୍କୁ ଭିଟାମିନ୍-B12 ବହୁତ ମାତ୍ରା ରେ ଆବଶ୍ୟକ । ଏହାର ଅଭାବରୁ ଆପଣଙ୍କ ଦୁଇ ହାତ ଝିମ୍ ଝିମ୍ ହେଇଥାଏ । ଏହା କାରଣ ରୁ ଆପଣଙ୍କ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ ।

୩;- ଯଦି ଆପଣ ଦିନ ସାରା ବସି କମ୍ପ୍ୟୁଟର ପାଖରେ କାମ କରୁଛନ୍ତି, ତେବେ ଆପଣଙ୍କ ହାତ ଝିମ୍ ଝିମ୍ ହେଉଥିବ ଏବଂ ଯେଉଁମାନେ ଡାଇବେଟିସ୍ ରୋଗୀ ସେମାନଙ୍କ ହାତ ଗୋଡ଼ ଝିମ୍ ଝିମ୍ ହୋଇଥାଏ । କାରଣ ସେମାନଙ୍କ ସୁଗର ବଢ଼ିଯିବା ଫଳରେ ହାତ ଗୋଡ଼ ଝିମ୍ ଝିମ୍ ହୋଇଥାଏ । ଆପଣଙ୍କୁ ନିଜ ଜୀବନଶୈଳୀ ରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ଏହି ନିୟମ ସବୁ ଆପଣ ପ୍ରୟୋଗ କରନ୍ତୁ ଦେଖିବେ ହାତ ଗୋଡ ଝିମ୍ ଝିମ୍ ରୁ ଆପଣଙ୍କୁ ଉପଶମ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *