ଶାମ୍ବ ଦଶମୀ ପୂଜା କରିବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ ଏହି ସବୁ ନିୟମ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜାନୁଆରୀ ୧ ତାରିଖ ରବିବାର ଦିନ ଶାମ୍ବଦଶମୀ ପାଳିତ ହେବା ପାଇଁ ଯାଉଅଛି । ଏହି ପବିତ୍ର ଶାମ୍ବଦଶମୀ ଓଡିଶାର ପ୍ରତ୍ଯେକଟି ଘରେ ହିନ୍ଦୁ ଗୃହିଣୀ ମାନେ ପାଳନ କରିଥାନ୍ତି । ନିଜ ପରିବାରର ସଂପୂର୍ଣ୍ଣ ବର୍ଷର ଆରୋଗ୍ୟ ଓ ଦିର୍ଘ୍ୟାୟୁ କାମନା କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରାଯାଇଥାଏ । ଏହି ପୂଜାଟି ଦିନର ୩ ଟି ପ୍ରହରରେ କରାଯାଇଥାଏ ।

ଯେପରି ସକାଳେ, ମଧ୍ୟାହ୍ନ ଓ ସୂର୍ଯ୍ୟ ଅସ୍ତ ଯିବା ସମୟରେ ମଧ୍ୟ କରାଯାଇଥାଏ । ତେଣୁ ସୂର୍ଯ୍ୟ ପୂଜାର କିଛି ନୀତି ନିୟମ ମାନି ପୂଜା କରିବା ଉଚିତ । ଭାନୁ ବା ସୂର୍ଯ୍ୟଦେବ ନମସ୍କାର ପ୍ରିୟ ହୋଇଥାନ୍ତି । ତେଣୁ ସୂର୍ଯ୍ୟକୁ ୩ ପ୍ରହରରେ ନିହାତି ଭାବରେ ପ୍ରଣାମ କରିବା ଉଚିତ । ବହୁତ ଲୋକ ଶାମ୍ବଦଶମୀ ଦିନ ପ୍ରଭୁ ସୂର୍ଯ୍ୟଦେବଙ୍କୁ କ୍ଷୀର କିମ୍ବା ଜଳରେ ତୁଳସୀ ପକାଇ ଅର୍ଘ୍ୟ ଦେଇଥାନ୍ତି ।

କାରଣ ତୁଳସୀ ସୂର୍ଯ୍ୟଦେବଙ୍କର ବହୁତ ପ୍ରିୟ ହୋଇଥାଏ । ତାପରେ ସେହି ଅର୍ଘ୍ୟକୁ ତଳେ ଢାଳି ଦେଇଥାନ୍ତି । ଏପରି ଜମାରୁ ମଧ୍ୟ କରିବା ଉଚିତ ହୋଇନଥାଏ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିସାରିଲା ପରେ ତାକୁ ନେଇ ନିଜ ପିଲାଙ୍କର ମଥାରେ କିଛି ଲଗାଇ ତାପରେ କୌଣସି ବୃକ୍ଷ ମୂଳରେ ଢାଳିଦେବା ଉଚିତ । ସୂର୍ଯ୍ୟ ଦେବଙ୍କର ପୂଜାରେ ଅଁଳା କିମ୍ବା ବେଲ ପତ୍ରର ପ୍ରୟୋଗ କରିବେ ନାହିଁ ।

ସୂର୍ଯ୍ୟ ନାରାୟଣଙ୍କୁ ଧଳା ରଙ୍ଗ ପସନ୍ଦ ହୋଇନଥାଏ । ତେଣୁ ସୂର୍ଯ୍ୟଦେବଙ୍କୁ ଧଳା ରଙ୍ଗର କୌଣସି ଫୁଲ ଦେବା ଉଚିତ ହୋଇନଥାଏ । ନାଲି କିମ୍ବା ହଳଦିଆ ରଙ୍ଗର ଫୁଲ ହିଁ ଅର୍ପଣ କରିବା ଉଚିତ । ଯେଉଁ ମହିଳା ମାନେ ସୂର୍ଯ୍ୟଙ୍କର ପୂଜା କରୁଥିବେ । ସେମାନେ ନାଲି, ହଳଦିଆ କୌଣସି ଲାଇଟ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ । କୌଣସି ପ୍ରକାର ଅତି ଗାଢା ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଅନୁଚିତ ।

ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିବା ସମୟରେ ପୂର୍ବ ଦିଗକୁ ମୁହଁ କରି ପୂଜା କରିବାର ବିଧି ରହିଥାଏ । ବହୁତ ଜଣ ମହିଳା ମଧ୍ୟାହ୍ନରେ ପୂଜା କରିବା ସମୟରେ  ସୂର୍ଯ୍ୟଙ୍କର ଅବସ୍ଥାନକୁ ଦେଖି ସେହି ଦିଗରେ ପୂଜା କରିଥାନ୍ତି । ତେଣୁ ଯେଉଁ ସମୟ ହେଉ ପଛେ ପୂର୍ବ ଦିଗକୁ ହିଁ ପୂଜା କରିବା ଉଚିତ । ସୂର୍ଯ୍ୟଙ୍କର ପୂଜା କରିବା ସମୟରେ ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ଜପ କରି ପୂଜା କରିବା ଉଚିତ ।

ସେହି ମନ୍ତ୍ରଟି ହେଉଛି ଓମ୍ ଆଦିତ୍ୟାୟ ବିଦ୍ମହେ ଭାସ୍କରାୟ ଧୀମହୀ ତନ୍ନୋ ଭାନୁଃ ପ୍ରଚୋଦୟାତ । ଏହି ମନ୍ତ୍ରକୁ ଜପ କରି ସୂର୍ଯ୍ୟଦେବଙ୍କର ନିଷ୍ଟାର ସହ ପୂଜା କରିବା ଦ୍ଵାରା ପୂଜାଟି ସଂପୂର୍ଣ୍ଣ ହୋଇଥାଏ । ନଚେତ କେବଳ ଓମ୍ ସୂର୍ଯ୍ୟ ନାରାୟଣ ନମଃ ମାତ୍ର ଜପ କରି କରି ପୂଜା କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *