ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତିନୋଟି ହାତ ଆଙ୍ଗୁଠି ର ଚିତ୍ର ଦେଖାଇବୁ ଏବଂ ଏହି ୩ଟି ଆଙ୍ଗୁଠି ଚିତ୍ର ମଧ୍ୟ ରୁ ଆପଣଙ୍କ ଆଙ୍ଗୁଠି ର ଆକୃତି ଅନୁଯାୟୀ ଆପଣଙ୍କୁ ଯେକୌଣସି ଗୋଟିଏ ଆକୃତି କୁ ବାଛିବାକୁ ପଡ଼ିବ।
ବନ୍ଧୁଗଣ ଏହା ମଧ୍ୟରୁ ଆପଣ ଗୋଟିଏ ଆକୃତି ବାଛିବା ପରେ ଆମେ ଆପଣଙ୍କୁ ଆପଣ ବାଛିଥିବା ନିଜ ହାତ ଆଙ୍ଗୁଠି ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜଣାଇବୁ। ତେବେ ବନ୍ଧୁଗଣ ଚିତ୍ରରେ ଥିବା ଏହି ୩ଟି ଆଙ୍ଗୁଠି ମଧ୍ୟରୁ ଆପଣ ଯେ କୌଣସି ଗୋଟିଏ କୁ ବାଛନ୍ତୁ। ଆଶା କରୁଛୁ ଆପଣ ନିଜ ଅନୁସାରେ କୌଣସି ଗୋଟିଏ ଚିତ୍ରକୁ ବାଛି ନେଇଥିବେ।ତେବେ ଆସନ୍ତୁ ଜାଣିବା ଆପଣଙ୍କ ବ୍ୟକ୍ତିତ୍ବ ତଥା ଖାସ କଥା ସମ୍ବନ୍ଧରେ।
୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ପ୍ରଥମ ରେ ଥିବା ହାତ ଆଙ୍ଗୁଠି ର ଆକୃତି ସମ୍ବନ୍ଧରେ। ବନ୍ଧୁଗଣ ଯଦି ଆପଣ ପ୍ରଥମ ରେ ଥିବା ଚିତ୍ର କୁ ବାଛିଛନ୍ତି ତେବେ ଆପଣ ପରୋପକାରୀ ସ୍ୱଭାବ ର ଅଟନ୍ତି। ଆପଣ ସର୍ବଦା ଅନ୍ୟ ମାନଙ୍କ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି। ଯେ କୌଣସି ପରିସ୍ଥିତି ରେ ମଧ୍ୟ ଆପଣ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଇ ନଥାନ୍ତି। ବନ୍ଧୁଗଣ ଏହା ସହିତ ଆପଣ ବହୁତ ଜିଜ୍ଞାସୁ ସ୍ୱଭାବ ର ଅଟନ୍ତି ଏବଂ ଆପଣ ସର୍ବଦା ନୂଆ ନୂଆ କଥା ଜାଣିବା ନିମନ୍ତେ ଇଚ୍ଛୁକ ଥାଆନ୍ତି। କିନ୍ତୁ ଆପଣ ବହୁତ ଅଧର୍ଯ୍ୟ ଅଟନ୍ତି ଏବଂ ପରିସ୍ଥିତି କୁ ଦେଖି ଅତ୍ୟନ୍ତ ବ୍ୟାକୁଳ ହୋଇଯାନ୍ତି। ଆପଣଙ୍କ ଏହି ସ୍ୱଭାବ କୁ ନେଇ ଅନ୍ୟ ମାନେ ଆପଣଂକୁ ଭିନ୍ନ ଭିନ୍ନ କଥା କହିଥାନ୍ତି କିନ୍ତୁ ଆପଣ କୌଣସି କଥା କୁ ଖାତିର ନକରି ସର୍ବଦା ଅନ୍ୟର ସାହାଯ୍ୟ କରିବା ନିମନ୍ତେ ଆଗଭର ରୁହନ୍ତି।
୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଦ୍ଵିତୀୟ ରେ ଥିବା ଆଙ୍ଗୁଠି ଆକୃତି ସମ୍ବନ୍ଧରେ। ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ରେ ଥିବା ଚିତ୍ରକୁ ବାଛିଛନ୍ତି ତେବେ,ଆପଣଙ୍କୁ କଳାର ରାଜା ବୋଲି ମାନି ନିଆ ଯାଇଥାଏ।ଆପଣ ଜଣେ ଭଲ କଳାକାର ହୋଇଥାନ୍ତି। ଆପଣ ଜଣେ ଭଲ ପେଣ୍ଟର, ଲେଖକ, ଆକ୍ଟର ଅଟନ୍ତି। ଏହି ଚିତ୍ରକୁ ଯେଉଁମାନେ ବାଛିଛନ୍ତି ସେହି ବ୍ୟକ୍ତି ମାନଙ୍କ ମସ୍ତିଷ୍କ ବହୁତ ତେଜ ହୋଇଥାଏ ଏବଂ ସେମାନେ ବ୍ୟପାର ଏବଂ ରାଜନୀତି କ୍ଷେତ୍ରରେ ଖୁବ ସଫଳତା ହାସଲ କରିଥାନ୍ତି। ଏହି ବ୍ୟକ୍ତି ମାନେ ଯେ ପର୍ଯ୍ୟନ୍ତ ନିଜ ଡର କୁ କାବୁ ରେ ରଖନ୍ତି ସେ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଯଦି ଏହି ବ୍ୟକ୍ତି ମାନଙ୍କ ମନୋବଳ ଦୃଢ଼ ହୋଇନଥାଏ ତେବେ ଏମାନଙ୍କ ଆତ୍ମ ବିଶ୍ୱାସ ଭାଙ୍ଗି ଯାଇଥାଏ।
୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ତୃତୀୟ ରେ ଥିବା ଆଙ୍ଗୁଠି ଆକୃତି ସମ୍ବନ୍ଧରେ। ବନ୍ଧୁଗଣ ଯଦି ଆପଣ ତୃତୀୟ ରେ ଥିବା ଚିତ୍ର କୁ ବାଛିଛନ୍ତି ତେବେ, ଆପଣ ଅତ୍ୟନ୍ତ ଆକର୍ଷଣୀୟ ଅଟନ୍ତି। ଆପଣ ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି। ଏହି ଚିତ୍ରକୁ ବାଛିଥିବା ବ୍ୟକ୍ତି ବହୁତ ଲାଜକୁରା ସ୍ୱଭାବ ର ହୋଇଥାନ୍ତି ଏବଂ ଏମାନେ କୌଣସି ଅନ୍ୟ ବ୍ୟକ୍ତି ସହ ଶୀଘ୍ର ମିଶି ପାରନ୍ତି ନାହିଁ।
ଏମାନେ ଯେଉଁ ବ୍ୟକ୍ତି ଙ୍କୁ ନିଜର ଭାବନ୍ତି ତାଙ୍କ ସହ ବହୁତ ଭଲ ସମ୍ପର୍କ ସ୍ଥାପନ କରିଥାନ୍ତି।ଏହି ବ୍ୟକ୍ତି ମାନଙ୍କର ଏହି ସ୍ୱଭାବ ର ପ୍ରଶଂସା ମଧ୍ୟ ହୋଇଥାଏ।ଏହି ବ୍ୟକ୍ତି ମାନେ ନିଜ ମନ କଥା କୁ ନିଜ ମଧ୍ୟରେ ଲୁଚାଇ ରଖନ୍ତି।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ