ନିବସ୍ତ୍ର ହୋଇ କେବେ ବି କରିବେ ନହିଁ ଏହି 3 ଟି କାମ, ହୋଇଥାଏ ଅନର୍ଥ, ଘରକୁ ଆସେ ଦରିଦ୍ରତା

ନମସ୍କାର ବନ୍ଧୁଗଣ, ମଣିଷ ଜନ୍ମ ସମୟରେ ନିଜ ସହ କୌଣସି ମଧ୍ୟ ବସ୍ତ୍ର ନେଇ ଆସି ନଥାଏ । କିନ୍ତୁ ଜନ୍ମ ହେବା ପରଠାରୁ ବସ୍ତ୍ର ମଣିଷ ଜୀବନର ସାଥି ପାଲଟି ଯାଏ । ଆପଣ ଭାବୁଥିବେ ବସ୍ତ୍ର ସମାନ୍ୟ ପରିଧାନ କାରିବା ପାଇଁ ଅଟେ । କିନ୍ତୁ ଏହା ଭୁଲ କାରଣ ନିବସ୍ତ୍ର ହୋଇ ଆପଣ କରୁଥିବା କାର୍ଯ୍ୟର ପରିଣାମ ଆପଣଙ୍କ ଘର ପାଇଁ ଦାରିଦ୍ରତା ଆସିବାର ବଡ କାରଣ ହୋଇଥାଏ । କେଉଁ 3 କାମ ନିବସ୍ତ୍ର ହୋଇ କରିବା ଦ୍ଵାରା ଆପଣଙ୍କ ଘରକୁ ଗରିବୀ ଆସିଥାଏ ଆସନ୍ତୁ ଜାଣିବା ।

ଜୀବନରେ ଖୁସିରେ ରହିବା ପାଇଁ ହେଲେ କିଛି କର୍ମ କେବେ ମଧ୍ୟ ଉଲଗ୍ନ ଅବସ୍ଥାରେ କରିବା ଉଚିତ ନୁହେଁ । ଏହାର ବହୁତ ବଡ ଖରାପ ପ୍ରଭାବ ଜୀବନ ଉପରେ ପଡିଥାଏ । 1-  ବିଷ୍ଣୁ ପୁରାଣ ଅନୁଯାୟୀ କେବେ ମଧ୍ୟ ଆପଣଙ୍କୁ ସମ୍ପୂର୍ଣ ନିବସ୍ତ୍ର ହୋଇ ଗାଧୋଇବା ଉଚିତ ନୁହେଁ । କାରଣ ଏହି କାର୍ଯ୍ୟ କରିବା ଦ୍ଵାରା ଜଳ ଦେବତାଙ୍କର ଅପମାନ ହୋଇଥାଏ ବୋଲି ମନାଯାଏ । ତେଣୁ ଧ୍ୟାନ ରଖନ୍ତୁ ଆପଣ ଗାଧୋଇବା ସମୟରେ ଆପଣଙ୍କ ଶରୀରରେ ନିହାତି ଗୋଟିଏ ବସ୍ତ୍ର ଥିବା ଆବଶ୍ୟକ ।

2- ନିବସ୍ତ୍ର ହୋଇ କେବେ ମଧ୍ୟ ଶୋଇବା ଉଚିତ ହୋଇନଥାଏ । ବହୁତ ଲୋକ ନିବସ୍ତ୍ର ହୋଇ ଶୋଇବା ପାଇଁ ଭଲ ପାଇଥାନ୍ତି । କିନ୍ତୁ ଏଭଳି ଶୋଇବା ଦ୍ଵାରା ଚନ୍ଦ୍ର ଦେବତା ରୁଷ୍ଟ ହୋଇଯାନ୍ତି । ରାତ୍ରିରେ ଆପଣ ଉଲଗ୍ନ ହୋଇ ଶୋଇବା ଦ୍ଵାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।

3-  କିଛି ଲୋକ ସ୍ନାନ କରିବା ପରେ ନିବସ୍ତ୍ର ହୋଇ ଦେବୀ ଦେବତାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ଯାହାକି ସମ୍ପୂର୍ଣ ଭୁଲ ହୋଇଥାଏ । ଆପଣଙ୍କୁ ନିଜ ଶରୀର ଲୁଚୁଥିବା ଭଳି ବସ୍ତ୍ର ପରିଧାନ କରି ପୂଜା କରିବା ଆବଶ୍ୟକ । ନଚେତ ଆପଣ କରୁଥିବା ପୂଜାର ଶୁଭ ପ୍ରଭାବ ଆପଣଙ୍କ ଉପରେ ଅଶୁଭ ହୋଇ ପଡିବାକୁ ଲାଗିଥାଏ ।

ହିନ୍ଦୁ ଧର୍ମରେ ସିଲାଇ ହୋଇନଥିବା କପଡା ପିନ୍ଧି ପୂଜା କରିବାର ବିଧି ରହିଛି । କାରଣ ସିଲାଇକୁ ସାଂସାରିକ ବନ୍ଧନର ପ୍ରତୀକ ବୋଲି ମନାଯାଇଥାଏ । ଏହାର ଅର୍ଥ ଏହା ନୁହେଁ କି ଆପଣ ସିଲାଇ ହୋଇନଥିବା ବସ୍ତ୍ରକୁ ନିଜ ଶରୀର ଫୁଟିକି ଦେଖାଯାଉଥିବା ଭଳି ପିନ୍ଧିବେ । ଆପଣ ଏହି କଥାର ଧ୍ୟାନ ନ ରଖି ଯଦି ବାରମ୍ବାର କରନ୍ତି ତେବେ ଆପଣଙ୍କର ଅମଙ୍ଗଳ ହୋଇଥାଏ ।

ଆପଣ ସର୍ବଦା ଏହି ତିନୋଟି କାମକୁ ଉଲଗ୍ନ ହୋଇ କରିବା ବନ୍ଦ କରିବା ଦରକାର ନଚେତ ଭଗବାନ ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପକାଇବା ସହ ଆପଣଙ୍କ ଘରକୁ ଦାରିଦ୍ରତା ଆଣିଥାନ୍ତି । ଯଦି ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *