Hair Care Tips- ନଡିଆ ତେଲରେ ଏହି ଜିନିଷ ମିଶେଇ ମାତ୍ର 3 ଦିନ ଲଗାନ୍ତୁ, କେଶ ହେବ ମୋଟା, ଲମ୍ବା ଓ ମଝବୁତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରାୟତଃ ଲୋକମାନଙ୍କୁ କେଶର ସମସ୍ଯାର ଶିକାର ହେବା ପାଇଁ ପଡୁଛି । ଯେମିତିକି ଚୁଟି ଉପୁଡିବା, ଚୁଟି ଦୁଇ ମୁହାଁ ହୋଇଯିବା, ସୁସ୍ଖ ହୋଇଯିବା, ଛିଡିବା ଏହିପରି ଅନେକ ସମସ୍ଯା ଆପଣମାନେ ନିଜ କେଶରେ ଦେଖିବାକୁ ପାଇଥାନ୍ତି । ଯେଉଁଥି ପାଇଁ ଏହି ସମସ୍ଯାରୁ ମୁକୁଳିବା ପାଇଁ ଆପଣ ବିଭିନ୍ନ ପ୍ରକାର କେମିକାଲ ଯୁକ୍ତ ସାମ୍ପୁ ଓ ତେଲର ବ୍ୟବହାର କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପାୟ ବତାଇବୁ । ଯାହାଦ୍ୱାରା ଆପଣ ଘନ, ସୁନ୍ଦର ଓ ମଜଭୁତ କେଶ ପାଇପାରିବେ । ଏହା ସହିତ କେଶ ଝଡିବାରୁ ମୁକ୍ତି ପାଇବେ । ପ୍ରଥମେ ଏକ ରଶୁଣ ଆଣନ୍ତୁ । ରଶୁଣ ଏକ ଏପରି ଜିନିଷ ଅଟେ, ଯାହା ଆପଣଙ୍କ ଚନ୍ଦାପଣ ଦୂର କରି ସେହି ସ୍ଥାନରେ ନୂଆ ଚୁଟି ଉଠିବାରେ ସାହାଜ୍ଯ କରେ । ଏହା ଭିତରେ ମିନେରଲ୍ସ, ସଲଫର, କ୍ୟାଲସିୟମ ଓ ଜିଙ୍କ ଭଳି ଉପକାରୀ ତତ୍ଵ ଥାଏ ।

ଏହା ଆପଣଙ୍କ କେଶ ଝଡିବା କମ କରିବା ସହ ନୂଆ କେଶ ସୃଷ୍ଟି କରିବାରେ ସାହାଜ୍ଯ କରିଥାଏ । ଏକ ରଶୁଣକୁ ଆଣି ତାକୁ କୋଲା କୋଲା କରି ଛଡେଇ ଦିଅନ୍ତୁ । ଏହାପରେ ସେହି କୋଲାରୁ ଚୋପା ଛଡେଇ ଦେଇ ସେହି କୋଳାକୁ ଦୁଇ ଫାଳ କରି କାଟି ଦିଅନ୍ତୁ । ତାପରେ ଆପଣ ନଡିଆ ତେଲ ଆଣି ସସ୍ପେନରେ ଢାଳନ୍ତୁ । ସେହି କଟା ହୋଇଥିବା ରଶୁଣଙ୍କୁ ତେଲରେ ପକାଇ ଗ୍ଯାସରେ ୫ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ମଝିରେ ମଝିରେ ଚାମଚରେ ତେଲକୁ ଗୋଳାଉଥାନ୍ତୁ, ଯାହାଦ୍ୱାରା ତେଲ ପୋଡିବ ନାହିଁ ।

ତାପରେ ୪ ରୁ ୫ ମିନିଟ ତେଲକୁ ଫୁଟାଇବା ଦ୍ଵାରା ସେହି ରସୁଣରେ ଥିବା ସମସ୍ତ ପୋଷକ ତତ୍ଵ ସେହି ତେଲକୁ ପଳାଇ ଆସିବ । ତାପରେ ତେଲକୁ ଗ୍ଯାସରୁ କାଢି ଆଣି ଆଣି କିଛି ସମୟ ପାଇଁ ଥଣ୍ଡା କରନ୍ତୁ । ତେଲ ଥଣ୍ଡା ହେଇସାରିଲା ପରେ ଗୋଟିଏ ଡବାରେ ତେଲକୁ ଛାଣିକି ପୁରାନ୍ତୁ, ଯେମିତି ରସୁଣ ଛଣା ଉପରେ ରହିଯିବ । ଏହି ତେଲକୁ ପ୍ରସ୍ତୁତ କରିବାର ଗୋଟିଏ ଦିନ ପରେ ବ୍ୟବହାର କରିବା ଦ୍ଵାରା ଏହା ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ ।

ଆପଣ ଚାହିଁଲେ ଏହି ତିଆରି କରିଥିବା ତେଲର ସଙ୍ଗେ ସଙ୍ଗେ ମଧ୍ୟ ଚୁଟିରେ ଆପ୍ଳାୟେ କରିପାରିବେ । ଆପଣ ଏହି ପ୍ରଭାବଶାଳି ତେଲକୁ ନିଜ ଚୁଟିର ମୂଳରେ ଭଲ ଭାବରେ ଲଗାଇବା ସହ ନିଜ ଚୁଟିର ଲେନ୍ଥ ପର୍ଯ୍ୟନ୍ତ ଭଲସେ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ କେଶ ଝଡିବା ବନ୍ଦ ହେବା ସହ ଛିଡିଯାଇଥିବା କେଶ ପୁଣି ଥରେ ନୂଆ ଭାବରେ ଉଠିବ । କେଶ ଘନ, କଳା ଓ ଲମ୍ବା ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *