ନମସ୍କାର ବନ୍ଧୁଗଣ ତେବେ ଆପଣଙ୍କ ରୋଷେଇ ଘରେ ପନି ପରିବା ରହିଥିବ ତା ଭିତରେ ମୂଳା ନିଶ୍ଚିତ ଭାବରେ ରହିଥିବ । ତେବେ ଆଜି ଆମେ ମୂଳା ଖାଇବାର କିଛି ଏଭଳି ଫାଇଦା ବିଷୟରେ ଆଲୋଚନା କରିବା ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ । ତେବେ ଶୀତଦିନେ ମୂଳା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଥଣ୍ଡା ସିଜିନରେ ମୂଳ ସବୁଆଡ଼େ ପ୍ରାୟତଃ ଲପଲବ୍ଧ ହୋଇଥାଏ । ମୂଳାରେ କ୍ୟାଲସିୟମ, ଫାଇବର, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ଆଦି ରହିଛି । ତେଣୁ ଏହା ଶରୀରରେ ହଜମ କ୍ରିୟାକୁ ଠିକ ରଖିବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ମୂଳା ଖାଇଲେ କଣ ଫାଇଦା ମିଳେ । ମୂଳାକୁ ସାଲାଡ ଭାବରେ ଖାଇବା ଦ୍ୱାରା ଶରୀରରେ ସୃଷ୍ଟି ହେଉଥିବା ପଥର ତରଳଯିବା ସହ ବାହାରି ଯାଇଥାଏ ।
ଲ୍ୟୁ-କୋ-ରିଆ ରୋଗରେ ଆ-କ୍ରା-ନ୍ତ ଥିବା ବ୍ୟକ୍ତି ମୂଳା ରସ ଓ ପତ୍ର ଖାଇବା ଉଚିତ । ଏଥିସହ ମୂଳା ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ । ମୂଳା ଶରୀରକୁ ପୋଟାସିୟମ ଯୋଗାଉ ଥିବାରୁ ଏହା ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ-ସି ଥିବାରୁ ଏହା ଥଣ୍ଡା ଓ କାଶରୁ ରକ୍ଷା କରିଥାଏ । ନିୟମିତ ମୂଳା ଖାଇବା ଦ୍ୱାରା ଶରୀରରେ ଲାଲ ରକ୍ତକଣିକା ଠିକ ଭାବେ ନିୟନ୍ତ୍ରିତ ହୋଇଥାଏ ।
ଏହା ସହ ସ୍ମରଣ ଶକ୍ତି ବଢାଇବାରେ ମୂଳା ଖୁବ୍ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ ସି ଥାଏ ଯାହା ଦାନ୍ତକୁ ମଜବୁତ୍ କରେ । ଏଥିସହ ମୂଳା ରକ୍ତରେ ଅମ୍ଲଜାନ ଯୋଗାଣ କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ସକାଳେ ମୂଳା ରସ ପିଇବା ଦ୍ୱାରା ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ଚର୍ମର ଶୁଷ୍କତା, ଦାଗ, ବ୍ରଣ ଆଦିକୁ ଏହା ରୋକିଥାଏ ।
ଏଥିସହ କେଶ ଝଡ଼ିବା ବନ୍ଦ କରିବା ସହ କେଶ ମୂଳକୁ ମଜବୁତ କରିଥାଏ । ଥାଇରଏଡ୍ ରୋଗରେ ଆକ୍ରାନ୍ତ ରୋଗୀମାନେ ମାତ୍ରାଧିକ ମୂଳା ଖାଇବା ଅନୁଚିତ । ଏହା ସହ ପ୍ରତ୍ୟେକ ଦିନ ସକାଳୁ ଗୋଟେ ମୂଳା ଖାଇବା ଦ୍ୱାରା ଜଣ୍ଡିସ୍ ଦୂର ହୋଇଥାଏ । ମୂଳା ବେଶୀ ଖାଇବା ଦ୍ୱାରା ଶରୀରରେ ହରମୋନ ସୃଷ୍ଟିରେ ବାଧା ସୃଷ୍ଟି ହୋଇଥାଏ ।
ଏଥିସହ ମୂଳା ଶରୀରରେ ଅମ୍ଲତା, ଗ୍ୟାଷ୍ଟ୍ରିକ, ମୋଟାପଣ ଆଦିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହ କୋଷ୍ଠ କାଠିନ୍ୟ ଏବଂ କବଜ ମଧ୍ୟ ଭଲ କରିଦେଇଥାଏ ଏହାସହ ହଜମ କ୍ରିୟା ମଧ୍ୟ ଭଲ ହୋଇ ଯାଇ ଥାଏ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ