Health Tips- ଯେତେ ବି ପୁରୁଣା ମୋଟାପା, Belly Fat, ଅଣ୍ଟା ଓ ଜଙ୍ଘର ଚର୍ବି ମହମ ପରି ତରଳେଇ ଦେବ…ଏହି ଘରୋଇ ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜର ଶରୀରକୁ ସୁସ୍ଥ ଓ ଫିଟ୍ କରି ରଖିବା ପାଇଁ ଆପଣ ବିଭିନ୍ନ ପ୍ରକାର ସୁଷମ ଖାଦ୍ଯ ସେବନ କରିଥାନ୍ତି । ଆପଣ ଯେତେବେଳେ ଖାଦ୍ଯ ଖାଉଛନ୍ତି । ତାହାର କିଛି ସମୟ ପରେ ପାଣି ପିଇବା ଉଚିତ । ସଙ୍ଗେ ସଙ୍ଗେ ଖାଇସାରି ପାଣିର ସେବନ କରିବା ଜମାରୁ ଠିକ କଥା ହୋଇନଥାଏ । ପାଣିକୁ ସେବନ କରିବାର ମଧ୍ୟ କେତେକ ଠିକ ତରିକା ଅଛି । ଆପଣ ମାନେ ଯଦି ସେହି ନିୟମ ମାନି ଜଳ ସେବନ କରିବେ ।

ଯଦି ଆପଣଙ୍କର ମୋଟାପଣ ଅଛି  ତାହେଲେ ନିଶ୍ଚୟ ଆପଣଙ୍କର ସେହି ଜିଦି ମୋଟାପଣରୁ ମୁକ୍ତି ପାଇବେ । ଖାଇବାର ଠିକ ଅଧ ଘଣ୍ଟା କିମ୍ବା ଘଣ୍ଟାଏ ପରେ ପାଣି ପିଇବା ଉଚିତ । ପାଣି ପିଇବା ସମୟରେ ବହୁତ ଲୋକ ଗିଲାସ ମୁହଁରେ ଲଗାଇ ଢକ ଢକ କରି ଥରକେ ଗିଲାସ ପାଣି ପିଇକି ଶେଷ କରିଦେଉଛନ୍ତି । ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ବୋତଲକୁ ଟେକିକି ପାଣି ପିଇଦିଅନ୍ତି । କିନ୍ତୁ ଏହି ସବୁ ଉପାୟରେ ପାଣି ପିଇବା ଉଚିତ ହୋଇନଥାଏ ।

ଆୟୁର୍ବେଦ ଅନୁସାରେ ପାଣିର ସଠିକ ରୂପରେ ସେବନ କରିବା ଦ୍ଵାରା ହିଁ ସ୍ଵାସ୍ଥ ପାଇଁ ଏହାର ମହତ୍ଵ ଆସିଥାଏ । ଯେପରି ଆପଣ ଚା, କଫି, କିମ୍ବା ଗରମ ପାଣିକୁ ମୁହଁରେ ଲଗାଇ ଆସ୍ତେ ଆସ୍ତେ କରି ପିଉଛନ୍ତି । ସାଧାରଣ ଜଳର ଆପଣ ମାନେ ସେହି ପରି ସେବନ କରିବା ଉଚିତ । ଏହି ପରି କରି ପାଣି ପିଉଥିବା ଲୋକଙ୍କୁ କେବେ ମଧ୍ୟ ଅଯଥା ମୋଟାପଣ ଆସିନଥାଏ।   ପାଣିକୁ ଟେକିକି ପିଇବା ଉଚିତ ନୁହେଁ ।

ପାଣି ପିଇଲା ବେଳେ ସର୍ବଦା ବସିକି ପାଣି ପିଅନ୍ତୁ । କାରଣ ଠିଆ ହୋଇ ପାଣି ପିଇବା ଦ୍ଵାରା ଆଣ୍ଠୁ ଓ ଗଣ୍ଠିରେ ବ୍ୟଥା ହୋଇଥାଏ । ସକାଳୁ ଉଠିବା ସମୟରେ ଆପଣ ଅଧୂଆ ମୁହଁରେ ୧ ରୁ ୨ ଗ୍ଲାସ ପାଣି ପିଅନ୍ତୁ । କାରଣ ଉଠିଲା ପରେ ଆପଣଙ୍କ ମୁହଁରେ ଯେଉଁ ଲାଳ ଥାଏ । ସେଥିରେ କିଛି ଉପକାରୀ ବ୍ୟାକେଟେରିଆ ଥାନ୍ତି । ରାତିରେ ତମ୍ବା ପାତ୍ରରେ ପାଣି ରଖିଦିଅନ୍ତୁ । ସକାଳୁ ଉଠି ଏହାର ସେବନ କରନ୍ତୁ ।

ଏହାଦ୍ବାରା ଆପଣଙ୍କ ଶରୀର ପାଇଁ ଏହା ବହୁତ ହିତକର ହୋଇଥାଏ । ଏହା ସହିତ ଯଦି ଆପଣ ନିଜର ମୋଟା ପଣରୁ ତୁରନ୍ତ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି । ତେବେ ଜୀରା, ପାନମଧୁରୀ, ଜୁଆଣୀ, ଅଳସି ଏହି ୪ଟି ଜିନିଷରୁ ସବୁଥିରୁ ୫୦ ଗ୍ରାମ ଆଣି ତାକୁ ଭାଜିଦେବେ । ତାପରେ ତାକୁ ଗୁଣ୍ଡ କରି ଡବାରେ ରଖିଦେବେ ।

ସକାଳ ବ୍ରେକଫାଷ୍ଟ ଓ ଲଞ୍ଚର ଅଧା ଘଣ୍ଟା ପୂର୍ବରୁ ଏହି ଗୁଣ୍ଡକୁ ପାଣିରେ ମିଶାଇ ପିଅନ୍ତୁ । କିଛି ଦିନ ଏହି ପାଣିକୁ ଦିନକୁ ଦୁଇଥର ସେବନ କଲେ, ଆପଣ ଚାହୁଁନଥିବା ମୋଟାପଣ ଦୂର ହେବା ସହ ପେଟ ଜାତୀୟ ସମସ୍ତ ରୋଗ ଦୂର ହେବ । ଏହା ସହ ଶାରୀରିକ ବ୍ୟାୟାମ କରନ୍ତୁ। ଆପଣଙ୍କ ଶରୀର ସୁସ୍ଥ ଓ ଫିଟ ରହିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *