ମଳକଣ୍ଟକ କ’ଣ ? କାହିଁକି ହୁଏ ଓ କିପରି କରିବେ ଏହାର ଚିକିତ୍ସା… (Dr Biswajit Mohapatra)

ବନ୍ଧୁଗଣ, ଆଜିକାଲି ମଳକଣ୍ଟକ ଭଳି ସମସ୍ୟା ବହୁତ ଲୋକଙ୍କ ପାଖରେ ଦେଖା ଗଲାଣି । ଅର୍ଶ ଓ ମଳକଣ୍ଟକ ମଧ୍ୟରେ ବହୁତ ଫରକ ରହିଛି । ଅର୍ଶରେ ରକ୍ତ ବହୁତ ବାହାରି ଥାଏ କିନ୍ତୁ ବଥା ବେଶୀ ହୁଏ ନାହିଁ କିନ୍ତୁ ମଳକଣ୍ଟକ ହେଲେ ବହୁତ ବଥା ହୋଇଥାଏ । କାରଣ ଝାଡ଼ା କଠିନ ହେବା ଦ୍ଵାରା ଆପଣଙ୍କ ମଳ ଦ୍ଵାର ରେ ଗୋଟେ ଫାଟ ହୋଇଯାଇଥାଏ । ସେହି ଫାଟ ଟି ପ୍ରଥମେ ଛୋଟ ଘା’ ପରି ସୃଷ୍ଟି ହୋଇଥାଏ ।

ବାରମ୍ବାର ଝାଡ଼ା ଯିବା ପରେ ସେହି ଘା’ ଉପରେ ଅଧିକ ପ୍ରେସର ପଡ଼ିଥାଏ । ଯାହାକୁ ମଳକଣ୍ଟକ ବୋଲି କୁହାଯାଇଥାଏ । ମଳକଣ୍ଟକ ହେଲେ ମଳ ଦ୍ଵାର ଟି ସଙ୍କୁଚିତ ହୋଇ ଯାଇଥାଏ । ଯାହାଦ୍ଵାରା ଝାଡ଼ା ତ୍ୟାଗ ସମୟରେ ସେହି ଘା ଉପରେ ପ୍ରେସର ପଡ଼ିଥାଏ । ଓ ବେଳେବେଳେ ଏଥିରୁ ରକ୍ତ ବାହାରିଥାଏ । ଡାକ୍ତରଙ୍କ ପରାମର୍ଶ ଅନୁସାରେ କିଛି ଦିନ ଔଷଧ ଖାଇ ଝାଡ଼ା କୁ ପତଳା ମଧ୍ୟ କରିହେବ ।

ଯାହାଦ୍ଵାରା ଆପଣଙ୍କୁ କିଛି ଦିନ ପାଇଁ କଷ୍ଟ ଅନୁଭବ ହୋଇନଥାଏ । ଝାଡ଼ା କୁ ପତଳା କରିବା ପାଇଁ ଡାକ୍ତର ଔଷଧ ମଧ୍ୟ ଦେଇଥାନ୍ତି । କିନ୍ତୁ କେତେ ଦିନ ଔଷଧ ଖାଇ ଝାଡ଼ା କୁ ପତଳା କରିବେ । ସେଥିପାଇଁ ଡାକ୍ତରଙ୍କ ଅନୁସାରେ ମଳକଣ୍ଟକ ର ସବୁଠୁ ଭଲ ଉପଚାର ହେଉଛି ସର୍ଜରୀ । ସର୍ଜରୀ ଦ୍ଵାରା ଆପଣଙ୍କ ମଳଦ୍ଵାର ର ମାଂସପେଶୀ କୁ ଟିକେ ଢିଲା କରି ଦିଆ ଯାଇଥାଏ ।

ଯଦ୍ଵରା ମଳଦ୍ୱାର ପୂର୍ବ ପରି ହୋଇଯାଇଥାଏ । ଝାଡ଼ା ଯିବାକୁ ଆଉ କଷ୍ଟ ହୁଏ ନାହିଁ । ସର୍ଜରୀ ହେଉଛି ସବୁଠୁ ଭଲ ଉପଚାର ମଳକଣ୍ଟକ ରୋଗୀ ମାନଙ୍କ ପାଇଁ । କିନ୍ତୁ ସର୍ଜରୀ ପରେ ଆପଣଙ୍କୁ ଖାଦ୍ୟ ପାନୀୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟପ୍ରଣାଳୀ ଠିକ ରଖିବା ଦ୍ଵାରା ଆପଣ କେବେ ମଧ୍ୟ ମଳକଣ୍ଟକ ର ଶିକାର ହେବେ ନାହିଁ ।

ତେଣୁ ମଳକଣ୍ଟକ ହେବା ମାତ୍ରେ ଆପଣ ତୁରନ୍ତ ଡାକ୍ତର ଙ୍କୁ ସାକ୍ଷାତ କରି ଏହାର ଟ୍ରିଟମେଣ୍ଟ ନିଶ୍ଚିତ କରନ୍ତୁ । ଏହାଦ୍ୱାରା ଆପଣ ମଳକଣ୍ଟକ ରୁ ରକ୍ଷା ପାଇ ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *