ମଳକଣ୍ଟକ କ’ଣ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା Dr Biswajit Mohapatra ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ମଳକଣ୍ଟକ ଏକ ଏପରି ସମସ୍ଯା ହୋଇଯାଇଛି ଯେ ଯାହା ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଏହାର କାରଣ ଆଜିକାଲି ସମୟର ଜୀବନଶୈଳୀ ଓ ଅସ୍ଵାସ୍ଥ୍ୟକର ଖାଦ୍ଯପେୟ । ଯାହା ମନୁଷ୍ୟକୁ ଭିନ୍ନ ଭିନ୍ନ ରୋଗ ସମସ୍ଯାର ସମ୍ମୁଖୀନ କରାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ବିଶିଷ୍ଟ ଲାପାରୋସ୍କୋପିକ ସର୍ଜନ ଡାକ୍ତର ବିଶ୍ଵଜିତ ମହାପାତ୍ରଙ୍କ ଠାରୁ ମଳକଣ୍ଟକ ରୋଗର କାରଣ ଓ ଏହାର ପ୍ରତିକାର ।

ବନ୍ଧୁଗଣ ପ୍ରାୟତଃ ଲୋକ ମାନଙ୍କର ଚିନ୍ତାଧାରା ରହିଥାଏ କି, ମଳକଣ୍ଟକ ଓ ଅର୍ଶ ଉଭୟ ସମାନ । କିନ୍ତୁ ବାସ୍ତବରେ ଉଭୟ ଭିନ୍ନ ଭିନ୍ନ । ଅର୍ଥାତ ଅର୍ଶରେ ରୋଗୀକୁ କୌଣସି ପ୍ରକାର ର କଷ୍ଟ ହୋଇନଥାଏ ,ମାତ୍ର ରୋଗୀ ମଳ କରିବା ସମୟରେ କିଛି କିଛି ମାତ୍ରରେ ରୋଗୀର ମଳ ସମୟରେ ରକ୍ତ ବାହାରି ଥାଏ ।

କିନ୍ତୁ ମଳକଣ୍ଠକରେ ରୋଗୀର ରକ୍ତ ବାହାରି ନଥାଏ ଅପିତୁ ରୋଗୀ ମଳ କରିବା ସମୟରେ ଅନେକ କଷ୍ଟ ଅନୁଭବ କରିଥାଏ । କାରଣ ଯଦି ରୋଗୀର ମଳକଣ୍ଟକ ଥାଏ । ତେବେ ରୋଗୀ ମଳତ୍ଯାଗ ସମୟରେ ଠିକ ଭାବରେ ମଳ ତ୍ୟାଗ କରି ପାରୁ ନଥିବାରୁ, ଯେତେବେଳେ ରୋଗୀ ଜୋର କରି ଶରୀରକୁ ପ୍ରେସେର୍ରାଇଜ କରିବାକୁ ଚେଷ୍ଟା କରେ, ସେହି ସମୟରେ ମଳ ଦ୍ଵାର ରେ ଚାପ କାରଣରୁ ଏକ ଫାଟ ପଡିଯାଏ ।

ଏବ॰ ସେହି ସ୍ଥାନରେ ଏକ ଛୋଟ ଘା ପରି ହୋଇଯାଏ । ସେହି ଘା କାରଣରୁ ହିଁ ରୋଗୀକୁ କଷ୍ଟ ହୋଇଥାଏ । ପୁନଃ ଯେତେବେଳେ ରୋଗୀ ମଳ ତ୍ୟାଗ କରିବାକୁ ଯାଇଥାଏ । ସେହି ଘା ଟି ଶୁଖିବା ପରିବର୍ତେ ପୁନଃ ବଡ ହୋଇଥାଏ । ଏବ॰ ଦିନକୁ ଦିନ ସେହି ଘା ଟି ବଡ ହୋଇ ଯାଇଥାଏ । ଯେତେବେଳ କେହି ରୋଗୀ ଏହି ସମସ୍ଯାକୁ ନେଇ ଡକ୍ଟରଙ୍କ ପାଖକୁ ଯାଇଥାଏ ।

ଡକ୍ଟର ରୋଗୀକୁ କିଛି ଏପରି ଔଷଧ ମାନ ଦେଇଥା’ନ୍ତି, ଯାହାଦ୍ୱାରା କି ରୋଗୀର ମଳ କିଛିଦିନ ପାଇଁ ଟିକେ ପତଳା ହୋଇଯାଇଥାଏ । ଏବ॰ ଯାହାଫଳରେ ସେହି ମଳ ଦ୍ଵାରରେ ଥିବା ଘା ଉପରେ କୌଣସି ପ୍ରଭାବ ପଡେ ନାହିଁ । ତାହାଛଡା ରୋଗୀକୁ ନିଜ ଖାଦ୍ୟ ପେୟର, ମଧ୍ୟ ବିଶିଷ୍ଟ ଧ୍ୟାନ ନେବା ଉଚିତ୍ । ବନ୍ଧୁଗଣ ମଳକଣ୍ଟକ ଓ ଅର୍ଶ ଉଭୟ ଭିନ୍ନ ପ୍ରକାରର କିନ୍ତୁ ଏହି ଦୁଇର କାରଣ କିନ୍ତୁ ଏକ ହୋଇଥାଏ ।

ଏହାର ପ୍ରଥମ କାରଣ ଆଜିକାଲିର ମୁଖ୍ୟତଃ ଖାଦ୍ୟ ପଦାର୍ଥ। ଯେପରିକି ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ପଦାର୍ଥ, ମଇଦା ପ୍ରସ୍ତୁତି ଖାଦ୍ୟ, ତାହାସହ ବିଭିନ୍ନ ପ୍ରକାରର ଜଙ୍କ୍ଫୁଡ ଓ ଫାଷ୍ଟ ଫୁଡର ଅସବୁବେଳେ ସେବନ । ଏହାଛଡା ଠିକ ଭାବରେ ପାଣି ନ ପିଇବା ଓ ରାତିରେ ଠିକ ଭାବରେ ନ ଶୋଇବା, ଯାହାଦ୍ୱାରା କି ଖାଦ୍ଯ ଠିକ ଭାବରେ ହଜମ ହୋଇ ପାରି ନଥାଏ ।

ଏହି ସବୁ କାରଣ ମଳକଣ୍ଟକ ଓ ଅର୍ଶ ଭଳି ରୋଗକୁ ଶରୀରରେ ସୃଷ୍ଟି କରିଥାଏ । ବନ୍ଧୁଗଣ ଯଦି ଆପଣ ଏହି ଭଳି କିଛି ରୋଗ ର ଶିକାର ହୋଇଥାନ୍ତି ତେବେ ନିଶ୍ଚୟ ଡାକ୍ତରଙ୍କ ସହ ପରାମର୍ଶ କରି ନେବା ଉଚିତ୍ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆମ ପେଜ କୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *