ବନ୍ଧୁଗଣ, ଯଦି ଆପଣଙ୍କ ପେଟ ଅଥବା ଅଣ୍ଟା ରେ ଚର୍ବି ଜମିଯାଇଅଛି ତେବେ ଆପଣ ଏହି ଉପାୟଟିକୁ ପ୍ରୟୋଗ କରି ଏହାର ଲାଭ ପାଇପାରିବେ । ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ, ଆପଣ ସର୍ବ ପ୍ରଥମେ ୭ ରୁ ୮ ଟି ରଶୁଣ ନିଅନ୍ତୁ ଏହାପରେ ଏହାକୁ ତାୱା ରେ ହାଲ୍କା ଗରମ କରି ନିଅନ୍ତୁ । ଏହାପରେ ରସୁଣ ର ଚୋପା ଛଡାଇ ଦିଅନ୍ତୁ । ରଶୁଣ ଖାଇବା ନିମନ୍ତେ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି । କାରଣ ରଶୁଣ ସେବନ ଦ୍ଵାରା ଦୃତ ଗତିରେ ଆପଣଙ୍କ ଚର୍ବି କମିଥାଏ ଅଥବା ଆପଣଙ୍କ ଓଜନ କମିଥାଏ ।
ଆପଣ ଏକ ଗ୍ଳାସ ରେ ଗରମ ପାଣି ନିଅନ୍ତୁ । ଏହାପରେ ସେଥିରେ ଆପଣ ୧ ରୁ ୨ ଚାମଚ ମହୁ ମିଶାଇ ଦିଅନ୍ତୁ । ଆପଣ ଦେଶୀ ମହୁ ମଧ୍ୟ ବ୍ୟବହାର କରିପାରିବେ ମାତ୍ର ଚିନୀ ରସ ମିସାଇଥିବା ମହୁ ର ବ୍ୟବହାର କରନ୍ତୁ ନାହିଁ । ପାଣି ଆପଣଙ୍କୁ ସଂପୂର୍ଣ୍ଣ ଗରମ ରହିବା ଆବଶ୍ୟକ । ଗରମ ପାଣି ରେ ମହୁ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏହାପରେ ଯେଉଁ ରଶୁଣ କୁ ରୋଷ୍ଟ କରି ରଖିଥିଲେ, ତାହାକୁ ଆପଣ ଚୋବାଇ ଚୋବାଇ ଖାଇ ନିଅନ୍ତୁ । ବଡ ବଡ ରଶୁଣ କୋଲ ହେଲେ ୭ ରୁ ୮ ଟି ନିଅନ୍ତୁ । ମାତ୍ର ଯଦି ଛୋଟ ସାଇଜ ର ରଶୁଣ ଆପଣ ନିଅନ୍ତି ତେବେ ଆପଣ ୧୦ ଟି କୋଲ ନେଇ ରୋଷ୍ଟ କରି ଖାଆନ୍ତୁ । ଆପଣ ସକାଳେ ଉଠି ନିଜ ନିତ୍ୟ କର୍ମ ସାରି ଏହି ରସୁଣ କୁ ଖାଲି ପେଟରେ ଚୋବାଇ ଚୋବାଇ ଖାଇ ନିଅନ୍ତୁ ।
ଏହାପରେ ଆପଣ ଏକ ଗ୍ଳାସ ଗରମ ପାଣି ସେବନ କରି ନିଅନ୍ତୁ । ଏହାକୁ ଖାଇ ସାରିବା ପରେ ଆପଣ ପେଟକୁ ପ୍ରାଏ ୩୦ ମିନିଟ ରୁ ୪୦ ମିନିଟ ପର୍ଯ୍ୟନ୍ତ ଖାଲି ରଖନ୍ତୁ ଏହାପରେ ଆପଣ କିଛି ଖାଇ ପାରନ୍ତି । ଏହି ଘରୋଇ ଉପାୟ କୁ ଆପଣ ୭ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ । ଏହାପରେ ୭ ଦିନ ପରେ ଆପଣଙ୍କ ଚର୍ବି ତଥା ଓଜନ କମିବାକୁ ଲାଗିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।