ମନୁଷ୍ୟ ଜୀବନରେ କର୍ମ ନା ଭାଗ୍ୟ କାହାକୁ ପ୍ରାଧାନ୍ୟ ଦେବା ଉଚିତ ! କର୍ମ ବଡ ନା ଭାଗ୍ୟ ! Motivational Speech 

ନମସ୍କାର ବନ୍ଧୁଗଣ ,  ଜଗତରେ କର୍ମ ବଡ ନା ଭାଗ୍ୟ ବଡ ଏହି ପ୍ରଶ୍ନ ପ୍ରତ୍ୟେକ ମଣିଷ ମନରେ ରହିଥାଏ । କିଛି ଲୋକମାନେ ଭାଗ୍ୟ କୁ ମାନି ଥାଆନ୍ତି ଅନ୍ୟ ପକ୍ଷେ ଆଉ କିଛି ଲୋକମାନେ କର୍ମ କି ମାନି ଥାଆନ୍ତି । ଆପଣମାନେ କାହାକୁ ମାନନ୍ତି କମେଣ୍ଟ କରି ଜଣାନ୍ତୁ । ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଏହି ପ୍ରଶ୍ନ ର ଉତ୍ତର ସରଳ ଭାବରେ ଦେବୁ ।

ଏକ ସମୟରେ ସ୍ଵର୍ଗରେ ପ୍ରଭୁ ବିଷ୍ଣୁ ବିଶ୍ରାମ କରିଥାନ୍ତି ଠିକ ସେହି ସମୟରେ ନାରଦ ତାଙ୍କ ପାଖକୁ ଆସି କହିଲେ ହେ ପ୍ରଭୁ କିଛି କରନ୍ତୁ । ପୃଥିବୀ ପୁଷ୍ଟରେ  ପୂଣ୍ୟର ଭାର ଦିନ ଦିନକୁ କମିବାକୁ ଲାଗିଲାଣି । ଏହା ଶୁଣି ପ୍ରଭୁ କହିଲେ କଣ ହେଲେ ନାରଦ କହିଲେ ମୁଁ ଏମିତି କିଛି ଦେଖିକି ଆସିଛି , ଯେ ଯିଏ ଭଲ କାମ କରିଛନ୍ତି ସେ ଦୁଃଖ ରେ ରହୁଛନ୍ତି । ମାତ୍ର ଯିଏ ମନ୍ଦ କମ କରୁଛି ସେ ଖୁସି ଅଛି ।

ଏମିତି କଣ ପାଇଁ  ଘଟୁଛି ମୁଁ ଏବେ ଆସୁଥିବା ବାଟରେ ଦେଖିଲି ପଶୁ ଟିଏ ଗାତ ରେ ପଶିଗଲା ଜଣେ ଯୁବକ ଟି ଆସି ତାଙ୍କୁ ବାହାରକୁ ଆଣିବା ବଦଳ ରେ ତା  ପିଟି ଉପରେ ପାଦ ଦେଇ ଆର ପାର କୁ ପଳେଇଲା ଓ ତାଙ୍କୁ ସୁନା ର ତାଳି ମିଳିଲା । ପ୍ରଭୁ କହିଲେ ତା ‘ ପରେ କଣ ହେଲା ନାରଦ କହିଲେ ପରେ ଜଣେ ସାଧୁ ବ୍ୟକ୍ତି ଆସିଲେ ସେହି ଗାତ ରେ ଆଘାତ ପାଇଁ ରକ୍ତ ଆସିଲା ପରେ ବି ପଶୁ କୁ ରକ୍ଷା କରିଲେ ।

ଏହି ସବୁ କଥା କୁ ଶୁଣି ଭଗବାନ ବିଷ୍ଣୁ  କହିଲେ ଯାହା ହେଇଛି କର୍ମ ହିସାବ ରେ ଠିକ ହୋଇଛି । ବିଷ୍ଣୁ କହିଲେ ଯେଉଁ ଚୋର ଟିଏ ପଢୁ ର ପିଟି ରେ ପଦ ଦେଇ ଆର ପାର ଗଲା ତା ଆଗରେ ସୁନାର ଭଣ୍ଡାର ଥିଲା କିନ୍ତୁ ସେ ତାର କୁକର୍ମ ରେ ତାହାକୁ ପାଇଲା ନାହିଁ । ଅନ୍ୟ ପକ୍ଷ ରେ ସାଧୁ ଲୋକଙ୍କର ସେହି ଦିନ ମରଣ ଥିଲା କିନ୍ତୁ ଭଲ କର୍ମ ହେତୁ ତାହା ସାମାନ୍ୟ ଆଘାତ ରେ ପରିଣତ ହେଇଯାଇଥିଲା ।

ଭଗବାନ କହିଲେ ଭାଗ୍ୟ ନୁହେଁ କର୍ମ ଦ୍ଵାରା ଆମ ଭାଗ୍ୟ ନିଦ୍ଧାରିତ ହୋଇଥାଏ । ତେଣୁ ଆପଣମାନଙ୍କୁ ଭାଗ୍ୟ ଉପରେ ନିଭର ନ କରି  ଉତ୍ତମ କର୍ମ କରି ଚାଲିବା ଦରକାର । କାରଣ ଆମ କର୍ମ ଆମ ଭାଗ୍ୟରେ ଥିବା ବିପଦ , ସମସ୍ଯା କୁ ଆମ ଠାରୁ ଦୂର କରିଥାଏ । ଆପଣ ଦେଖିଥିବେ ଖରାପ କର୍ମ କରିଥିବା ବ୍ୟକ୍ତି ଖୁସି ରେ ରହିଛି , ମାତ୍ର ସେ ତାହା ଭାଗ୍ୟ ରେ ଯାହା ଅଛି ତାଙ୍କୁ ପାଇପାରିନଥାଏ ।

ଭଲ ଲୋକମାନ ଭଲ କର୍ମ ତାଙ୍କ ଭାଗ୍ୟ କୁ ପରିବର୍ତ୍ତନ କରିଥାଏ । ଆମ ପୋଷ୍ଟ ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *