ମଣିଷର ଭାଗ୍ୟ କେବେ ଲେଖା ଯାଇଥାଏ ? ଆପଣ ଏହାର ରହସ୍ୟମୟ କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ! 

ନମସ୍କାର ବନ୍ଧୁଗଣ , ମଣିଷ ପୃଥିବୀ ପୁଷ୍ଟରେ ଜନ୍ମ ନେଇଥାଏ ଓ ସମୟ ଆସିଲେ ଏହି ଧରା ପୁଷ୍ଟ କୁ ତ୍ୟାଗ କରି ଯାଇଥାଏ । କାରଣ  ଏହା ଇଶ୍ଵରଙ୍କ ଠାରୁ ଲିଖିତ ବିଧିବିଧାନ ଅଟେ । ମାତ୍ର ମଣିଷ ର ଭାଗ୍ୟ ରେ ଯାହା ହେବାକୁ ଯାଇଥାଏ ତାହା କଣ ପୂର୍ବରୁ ନିର୍ଣ୍ଣୟ ହେଇକି ରହିଥାଏ କିମଭା ମନୁଷ୍ୟମାନଙ୍କ କର୍ମ ତାହାକୁ  ଭଲ; ଓ ମନ୍ଦ କର୍ମ  ତାହାକୁ ନିଦ୍ଧାରିତ  କରିଥାଏ ।

ଆସନ୍ତୁ ଆଜି ଆମେ ଏହି ବିଷୟ କୁ ପୌରାଣିକ ବିଷୟବସ୍ତୁ ମାଧ୍ୟମ କିଛି ବିଷୟ କୁ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବୁ । ଆପଣମାନେ ସମସ୍ତେ ଜାଣିଥିବେ ଯେ ଭବିଷ୍ୟତବାଣୀ ହୋଇଥିଲା କି ଦେବକୀଙ୍କ ଅଷ୍ଟମ ସନ୍ତାନ ଯଥା ଭଗବାନ  ଶ୍ରୀ କୃଷ୍ଣ କଂସଙ୍କ ର ବୋଧ କରିବେ ।   ମାତ୍ର କଂସ କହିଲେ ମୁଁ ତ ସବୁ  ସନ୍ତାନମାନଙ୍କର ହତ୍ୟା କରିବି , କିନଥି ବିଧିର ବିଧାନ କୁ କେହି ଅଟକାଇ ପାରିଲେ ନାହିଁ ।

ଅଥାଥ ଭଗବାନ ଶ୍ରୀ କୃଷ୍ଣ କଂସଙ୍କଏ ବୋଧ କରିଥିଲେ ଏହାର ଅର୍ଥ ହେଲା ଯେ କଂସଙ୍କ ଭାଗ୍ୟ ପୂର୍ବରୁ ନିଦ୍ଧାରିତ ହୋଇଥିଲା ଯେ କେଉଁ ସମୟରେ କାହା ହାତରେ ଘଟିବ ବୋଲି । ଏହା ନୁହେଁ ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟେକ ମଣିଷ ର ଭାଗେ ପୂର୍ବରୁ ନିର୍ଣ୍ଣୟ ହେଇକି ଆସିଥାଏ । ଲୋକମାନଙ୍କ ଜନ୍ମ କେହେ ହେବ  ଓ ସେମାନେ ଜୀବନ ରେ କଣ କଣ ସମସ୍ୟାମାନ ଆସିବ ଏହି ସବୁ ବିଧାଟା ପୂର୍ବରୁ ନିଦ୍ଧାରିତ କରି ରଖିଥାନ୍ତି ।

ଏହା ବ୍ଯତୀତ ପ୍ରଭୁ ରାମ , ସୀତା ଓ ଲକ୍ଷ୍ମଣଙ୍କ ର ବନବାସ ପୂର୍ବରୁ ନିର୍ଣ୍ଣୟ ହେଇକି ଥିଲା ପ୍ରଭୁ ରାମଙ୍କ ବନବାସ ଯିବା ପଛରେ ରାବଣଙ୍କୁ ବୋଧ କରିବା ପ୍ରମୁଖ କାରଣ ରହିଥିଲା । ଆପଣମାନେ ନିଜେ ଆଲୋଚନା କରନ୍ତୁ ଯଦି ପ୍ରଭୁ ରାମ ରାଜ୍ୟ ତ୍ୟାଗ ନ କରିଥାନ୍ତି ତେବେ ଦୁଷ୍ଟ ରାବଣ ର ବୋଧ ହେଇନଥାନ୍ତା । ଭଗବାନ ପୂର୍ବରୁ ସମସ୍ତ ବିଷୟ ନିର୍ଣ୍ଣୟ କରି ରଖିଥାନ୍ତି ଓ ଆମେ ହେଉଛି ଏହି ନାଟକ ର ଗୋଟାଏ ଗୋଟାଏ ପାତ୍ର ।

ଗୋଟାଏ ଦିନ ନାଟକ ଶେଷ ହେଇଯାଏ ଓ ଆମମାନଙ୍କୁ ଏହି ପାତ୍ରରୁ ସବୁ  ଦିନ ପାଇଁ ଯିବାକୁ ପଡିଥାଏ । ଏହା ମଧ୍ୟ ସତ୍ୟ ଅଟେ କି ଆପଣଙ୍କ ଭାଗ୍ୟ ଆପଣଙ୍କ କର୍ମ ଉପରେ ନିର୍ଭର ହୋଇଥାଏ । ଆପଣମାନେ ଯେପ୍ରକାରର କାମ କରିଥାନ୍ତି ତହି ଅନୁଯାୟୀ ଫଳ ପ୍ରାପ୍ତ କରନ୍ତି । ଆପଣ ମାନେ ଭଲ କାମ କରିଲେ ଭଲ ଆପଣ ସହିତ ରହିଥାଏ ।

କିନ୍ତୁ ଆପଣ ଜୀବନ ସାରା ଖରାପ କାମ ଲୀନ ରହିଥାନ୍ତି ତେବେ ଆପଣଙ୍କ ଆଗାମୀ ଭବିଷ୍ୟତ ଉପରେ ତାହାର ଖରାପ ପ୍ରଭାବ ପଡିଥାଏ । ଆମ ଭବିଷ୍ୟତ କୁ ଭଗବାନ ପୂର୍ବରୁ ଲେଖିଥାନ୍ତି , ମାତ୍ର ଆମ ଭାଗ୍ୟ କର୍ମ ଉପରେ ନିଭର କରିଥାଏ । ତେଣୁ ଲୋକମାନଙ୍କୁ ସର୍ବଦା ଭଲ କାମ କରିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *