Vastu Tips- କିଛି ବି ହେଇଯାଉ ନା କାହିଁକି ମନିପ୍ଲାଣ୍ଟ ସହିତ ଏହି 1 ଭୁଲ କେବେ ବି ହେବାକୁ ଦିଅନ୍ତୁ ନାହିଁ, ପୁରା ପରିବାର ହେଇଯାଏ ବର୍ବାଦ, ମାଡି ଆସେ ସଙ୍କଟ

ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି ।

ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ ।

ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ବନ୍ଧୁଗଣ ଅନେକ ଲୋକ ନିଜ ଘରେ ମନୀପ୍ଲାଣ୍ଟ ଲଗାଇ ଥାଆନ୍ତି । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ କିନ୍ତୁ ଯଦି ଭୁଲ ହୋଇଯାଏ ତେବେ ଏହା ବହୁତ ବିପଦ କୁ ମଧ୍ୟ ଡାକି ଆଣିଥାଏ । ତେବେ ଆଜି ଆମେ ଆପଣଂକୁ ସେହି ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଘରକୁ ଧନ ଆସିବା ପାଇଁ ଲୋକମାନେ ଘରେ ମନୀପ୍ଲାଣ୍ଟ ଲଗାଇ ଥାଆନ୍ତି । କିନ୍ତୁ ଏହାକୁ କେବଳ ଘରେ ଲଗାଇ ଦେଲେ ହେବ ନାହିଁ ଏହାର ଭଲ ଭାବରେ ତଦାରଖ ମଧ୍ୟ କରିବାକୁ ହେବ । ନଚେତ ଏହା ଅନେକ ବିପଦକୁ ମଧ୍ୟ ଡାକି ଆଣିଥାଏ । ମନୀପ୍ଲାଣ୍ଟ ଯେତେ ସବୁଜିମା ରହିବ ଘରେ ସେତେ ସୁଖ ଶାନ୍ତି ର ପରିବେଶ ଦେଖିବାକୁ ମିଳିବ । ଯଦି ଏହାର ପତ୍ର ଶୁଖିଯାଏ କିମ୍ବା ଧଳା ହୋଇଯାଏ ତେବେ ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ମନୀପ୍ଲାଣ୍ଟ ର ଯେଉଁ ପତ୍ର ଖରାପ ହେଉଛି ତାହାକୁ ବାହାର କରିଦେବା ଉଚିତ କାରଣ ଏହାର ପତ୍ର ମାଟିରେ ପଡିବା ଶୁଭ ହୋଇ ନ ଥାଏ । ଯଦି ଏହାର ପତ୍ର ସେହି ଗଛ ପାଖରେ ପଡିରୁହେ ତେବେ ଏହା ସମ୍ପୂର୍ଣ୍ଣ ଘର ପାଇଁ ବିପଦ ଓ ଦାରିଦ୍ର୍ୟତା କୁ ଡାକି ଆଣିଥାଏ । ଏହା ବ୍ୟତୀତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧ ପ୍ରକାଶ କରିଥାନ୍ତି ଯାହା ଦ୍ୱାରା ଆପଣଙ୍କ ର ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହିଥାଏ ।

ମନୀପ୍ଲାଣ୍ଟ କୁ କେବେ ମଧ୍ୟ ଐଶ୍ୱନ୍ୟ କୋଣ ବା ଉତ୍ତର ପୂର୍ବ କୋଣ ରେ ଲଗାଇବା ଉଚିତ ନୁହେଁ । ଯଦି ଏହି ଦିଗରେ ଲଗାଯାଏ ତେବେ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଅଗ୍ନି କୋଣ ବା ଦକ୍ଷିଣ ପୂର୍ବ କୋଣ ରେ ଲଗାଇବା ଉଚିତ । ଏହି କୋଣ ରେ ମନୀପ୍ଲାଣ୍ଟ ଗଛ ଲଗାଇବା ଦ୍ଵାରା ଏହା ଘର ଉପରେ ବହୁତ ଭଲ ପ୍ରଭାବ ପକାଇ ଥାଏ । ବନ୍ଧୁଗଣ ମନୀପ୍ଲାଣ୍ଟ ଙ୍କୁ ସବୁବେଳେ ଖରା ପଡୁ ନ ଥିବା ସ୍ଥାନ ରେ ଲଗାଇବା ଉଚିତ ।

କାରଣ ଏହିପରି ସ୍ଥାନ ରେ ମନୀପ୍ଲାଣ୍ଟ ଲଗାଇବା ଦ୍ୱାରା ଏହା ବହୁତ ଭଲ ରେ ବଢିଥାଏ ଓ ଏହି ଗଛ ଯେତେ ଅଧିକ ବଢିଥାଏ ଘର ପାଇଁ ସେତେ ଭଲ ହୋଇଥାଏ ଓ ଘରେ ସକରାତ୍ମକ ଶକ୍ତି ର ବାସ ହୋଇଥାଏ । ଯଦି ଆପଣ ମନୀପ୍ଲାଣ୍ଟ କୁ ପାଣି ରେ ବୁଡାଇ କରି ରଖୁଛନ୍ତି ତେବେ ଆପଣ ପ୍ରତିଦିନ ଏହାର ପାଣି କୁ ବଦଳାଇବା ଉଚିତ । ମନୀପ୍ଲାଣ୍ଟ କୁ କାଚ ପାତ୍ର ରେ ଲଗାଇବା ଦ୍ଵାରା ଏହା ଅଧିକ ଶୁଭ ଫଳ ପ୍ରଦାନ କରିଥାଏ ତେଣୁ ଏହାକୁ କୌଣସି କାଚ ପାତ୍ର ରେ ହିଁ ଲଗାନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *