ମନ୍ଦିରରେ ଘଣ୍ଟି ହାତରେ ବଜାଉଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଆଜିର ଏହି Anuchinta

ନମସ୍କାର ବନ୍ଧୁଗଣ, ଜୀବନକୁ ଖରାପ ପ୍ରଭାବରୁ ବଞ୍ଚାଇବା ପାଇଁ ଚାହୁଁଥିଲେ ସର୍ବଦା ନିୟମ ପାଳନ କରନ୍ତୁ । ଯାହା ଆପଣ ଅଜାଣତରେ ଭୁଲ କରିଦେଇଥାନ୍ତି ଏବଂ ନିୟମର ଉଲଂଘନ ହୋଇଥାଏ । ତେଣୁ ତାହାର କୁପରିଣାମ ଆପଣଙ୍କୁ ଭୋଗ କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ଅସଜଡା ଜୀବନକୁ ସଜାଡି ଦେବ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ଅନୁଚିନ୍ତା ସମ୍ପର୍କରେ ।

୧- ସୂର୍ଯ୍ୟ ଅସ୍ତ ହେବା ପରେ ଯଦି କେହି ଆପଣଙ୍କୁ କ୍ଷୀର, ହଳଦୀ ଏବଂ ଝାଡୁ ମାଗନ୍ତି ତେବେ କାହାକୁ ମଧ୍ୟ ଦିଅନ୍ତୁ ନାହିଁ । ୨- ମାଙ୍କଡ ଯଦି ଆପଣଙ୍କ ଘର ଉପରେ, ଛାତ ଉପରେ କିମ୍ବା ଅଗଣାରେ ଆସି ବସେ ତେବେ କିଛି କ୍ଷତି ନାହିଁ । କିନ୍ତୁ ଯଦି ମାଙ୍କଡ ଆପଣଙ୍କ ଘର ଭିତରକୁ ପଶିଯାଏ ତେବେ ମନେ ରଖନ୍ତୁ ନିଶ୍ଚୟ କିଛି ଅର୍ଥ ହାନି ହେବ ଆପଣଙ୍କର ଆଗକୁ ।

ଏହାର ପ୍ରତିକାର ସ୍ୱରୂପ ଆପଣ ମଙ୍ଗଳବାର ଦିନ ଜଣେ ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ବହି ଟିଏ ଦାନ କରନ୍ତୁ । ଏବଂ ଏହା ସହିତ କିଛି ଦକ୍ଷିଣା ମଧ୍ୟ ଦିଅନ୍ତୁ । ତେବେ ଆପଣଙ୍କ ଉପରେ ଆସିବାକୁ ଯାଉଥିବା ସେହି ଦୋଷ କଟିଯାଇଥାଏ । ୩- ପୋଡିଯାଇଥିବା ବସ୍ତ୍ର କେବେ ମଧ୍ୟ ପରିଧାନ କରନ୍ତୁ ନାହିଁ । ନିଆଁ ପଡି ଯଦି ଟିକିଏ ବି କଣା ହୋଇଥାଏ ତେବେ ମଧ୍ୟ ଆପଣ ସେହି ବସ୍ତ୍ରକୁ ପିନ୍ଧିବା ଉଚିତ ନୁହେଁ ।

୪- ନଖ ଏବଂ ଦାଢି ଗାଧୁଆ ଘରେ କେବେ ମଧ୍ୟ କାଟନ୍ତୁ ନାହିଁ । ୫- ପୂଜା ପାଇଁ ସର୍ବଦା ଆପଣ ତମ୍ବା ବାସନ ବ୍ୟବହାର କରନ୍ତୁ । ସୂର୍ଯ୍ୟଙ୍କୁ ପାଣି ଦେବା ବେଳେ ଆଙ୍ଗୁଠିରେ ଯଦି ତମ୍ବା ମୁଦି ଥାଏ ତେବେ ସୂର୍ଯ୍ୟ ବହୁତ ପ୍ରସନ୍ନ ହୋଇଥାନ୍ତି । ୬- ସକାଳୁ ଉଠିବା ପରେ ଚରିତ୍ରହିନା ସ୍ତ୍ରୀ, ଲଙ୍ଗଳା ଛୁଆ, ଏକ ଆଖିଆ ଲୋକ, କୃପଣ ଲୋକ ଏବଂ ଭିକାରିକୁ ଦେଖିବା ଉଚିତ ନୁହେଁ ।

ସକାଳୁ ଉଠିବା ପରେ ଆପଣ ନିଜର ଦୁଇ ହାତର ପାପୁଲିକୁ ଯୋଡି ଦେଖିବା ଆବଶ୍ୟକ । ୭- ମନ୍ଦିର ଯାଇ ସର୍ବ ପ୍ରଥମେ ଆପଣ ବାହନକୁ ମୁଣ୍ଡିଆ ମାରନ୍ତୁ । ଏହାପରେ ଆପଣ ମନ୍ଦିରରେ ଥିବା ଘଣ୍ଟି ବାଡାନ୍ତୁ । ଘଣ୍ଟି ବାଡେଇ ସାରିବା ପରେ ଯାଇ ଆପଣ ମନ୍ଦିର ଭିତରକୁ ଯିବା ଆବଶ୍ୟକ ଏବଂ ଠାକୁରଙ୍କୁ ଦର୍ଶନ କରିବା ଉଚିତ ହୋଇଥାଏ ।

ଆପଣ ଯଦି ଏହି ନିୟମ ପାଳନ କରି ମନ୍ଦିର ଭିତରକୁ ପ୍ରବେଶ କରନ୍ତି ତେବେ ଆପଣଙ୍କ ପାଇଁ ତାହା ମଙ୍ଗଳକାରୀ ହୋଇଥାଏ । ଏବଂ ଆପଣଙ୍କ ମନରେ ଥିବା ମନସ୍କାମନା ମଧ୍ୟ ପୁରା ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ  ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *