Swapna Shastra- ସ୍ଵପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ କଣ ? ମିଳିଥାଏ କେଉଁ ସଙ୍କେତ ?

ନମସ୍କାର ବନ୍ଧୁଗଣ , ଆପଣମାନେ ଶୋଇଥିବା ସମୟରେ ଅନେକ ଗୁଡାଏ ସ୍ଵପ୍ନ ଦେଖିଥାଉ । କିଛି ସ୍ଵପ୍ନ କୁ ମନେ ରଖିଥାଉ  ଆଉ କିଛି ବିଷୟବସ୍ତୁ କୁ ଭୁଲି ଯାଇ ଥାଉ । ଆପଣମାନେ କେବେ ସ୍ଵପ୍ନ ରେ ଭଗବାନ କୁ ଦେଖିଛନ୍ତି କି ଯଦି ଦେଖିଛନ୍ତି ତେବେ କ’ଣ ଆପଣମାନେ ଏହାର ଅର୍ଥ ଜାଣିଛନ୍ତି କି । ଯଦି ଜାଣି ନାହାନ୍ତି ତେବେ ମୁଁ ଆଜି ଆପଣମାନଙ୍କୁ କହିବି  ସ୍ଵପ୍ନରେ ଭଗବାନ ଦେଖିବାର ଅର୍ଥ ବିଷୟରେ ।

ଆପଣମାନେ ବିଭିନ୍ନ ପ୍ରକାର ସ୍ଵପ୍ନ ଦେଖିଥାଉ କିନ୍ତୁ ଆପଣ ଏହା ଜାଣିଛନ୍ତି ଆମେ ଦେଖୁଥିବା ସ୍ଵପ୍ନ ର ଭିନ୍ନ ଭିନ୍ନ ଅର୍ଥ ରହିଥାଏ । ଏହା ଛଡା  ଆମେ ଦେଖୁଥିବା ସ୍ଵପ୍ନ ଆମ ଜୀବନରେ ବହୁତ ପ୍ରଭାବ ପକେଇଥାଏ । ସାଧାରଣତ ଆମେ ରାତ୍ରି ସମୟରେ ଯେଉଁ ସ୍ଵପ୍ନ ଦେଖିଥାଉ ଆମେ ତାହାକୁ ସକାଳେ ହେଲେ ମାତ୍ରେ ସାଙ୍ଗ ସାଥି ଓ ଘର ଲୋକଙ୍କ ସାମନାରେ ପ୍ରକାଶ କରିଥାଉ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏମିତି କରିବା ଦ୍ଵାରା ଆମେ ଆମ ଜୀବନରେ ବହୁତ ଅସୁବିଧାର ସାମନା କରିଥାଉ । ତେଣୁ କିଛି ସ୍ଵପ୍ନ ଗୁଡାକୁ ପ୍ରକାଶ କରିବା ଅନୁଚିତ୍ ଅଟେ ।

ଆପଣମାନେ ଯଦି ସ୍ଵପ୍ନ ରେ ଭଗବାନ କୁ ଦେଖିଥାନ୍ତି , ତେବେ ଏହାର ଅର୍ଥ ହେଲା ଭଗବାନ ଆପଣଙ୍କ  ସହିତ ସମ୍ପର୍କିତ ହେବାକୁ ଚାହୁଛନ୍ତି ବା ଆପଣଙ୍କ  ସହିତ କିଛି କହିବାକୁ ଚାହାନ୍ତି । ତେଣୁ କରି ଏହି ସ୍ଵପ୍ନ କୁ ଅନ୍ୟ ଆଗରେ ପ୍ରକାଶ କରିବା କଥା ନୁହେଁ । ସ୍ଵପ୍ନରେ ଭଗବାନ ଦେଖାଯିବା ଏକ ଶୁଭ ସଂକେତ ଅଟେ । ତେଣୁ କରି ଏହାକୁ ଅନ୍ୟ ଆଗରେ ପ୍ରକାଶ  କରିବା ଦ୍ଵାରା ଭଗବାନଙ୍କ  ଦୟାରୁ ବଞ୍ଚିତ ହୋଇଥାଉ ଓ ତାଙ୍କ କୃପା ଦୂରେଇ ଥାଏ ଭଗବାନ ମଧ୍ୟ  ଆଉ  ଆମ ସହ ସମ୍ପର୍କିତ ହୋଇନଥାନ୍ତି ।

ତେଣୁ କରି ଏହି ବିଷୟକୁ ଅନ୍ୟ ଆଗରେ ନ କହିବ ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଯଦି ଆମେ ସ୍ଵପ୍ନରେ ମା ‘ ଲକ୍ଷ୍ମୀଙ୍କୁ ଦେଖିଥାଉ ତେବେ ଏହାର ଅର୍ଥ ହେଲା ଯାହାର ଅର୍ଥ ଅଭାବ ରହିଥାଏ ସେମାନଙ୍କ ଗୃହରେ ଅର୍ଥ ଆସିଥାଏ ଧନ ର ଆଗମନର ଏହା ଏକ ସଂକେତ ଅଟେ । ଯଦି ଆପଣଙ୍କ ସ୍ଵପ୍ନରେ ଭଗବାନ ଗଣେଶ ଙ୍କ ଦର୍ଶନ ହୋଇଥାଏ ତେବେ ଆପଣଙ୍କ ଭାଗ୍ୟ ଅତି ଶୀଗ୍ର ବଦଳିବାକୁ ଯାହୁଅଛି , ଯେଉଁ କାମ ଗୁଡିକ ଆପଣମାନେ ଆଗରୁ ଚେଷ୍ଟା କରିଛନ୍ତି । ମାତ୍ର ତାହା ସଫଳ ହେଇନି ସେହି ଗୁଡକୁ ଆଉଥରେ ଚେଷ୍ଟା କରନ୍ତୁ ।

ଦେଖିବେ ଏଥର ଆପଣ ସଫଳ ହେବେ । ଏବେ ଜାଣିବା ଭଗବାନ ଶିବଙ୍କ ସ୍ଵପ୍ନ ଅର୍ଥ ବିଷୟରେ । ଯଦି ଆପଣଙ୍କ ସ୍ଵପ୍ନରେ ଭଗବାନ ଶିବଙ୍କୁ ଦେଖିଥାନ୍ତି । ତେବେ ଏହାର ଅର୍ଥ ହେଲା ଅତି ଶୀଗ୍ର ଆପଣଙ୍କ ଜୀବନରେ କେହି ଏମିତି ବ୍ୟକ୍ତି ଆସିବେ ଯାହାଙ୍କର  ଆପଣ ଅପେକ୍ଷା କରୁଛନ୍ତି , ଯିଏ କି ଆପଣଙ୍କ ଜୀବନରେ ଖୁସି ନେଇକି ଆସିବେ । ଯଦି ଆପଣଙ୍କ ସ୍ଵପ୍ନରେ ଭଗବାନ ହନୁମାନ ଦେଖା ଯାନ୍ତି । ତେବେ ଏହାର ଅର୍ଥ ହେଲା ଭଗବାନ ହନୁମାନ ଆପଣଙ୍କୁ ଆପଣଙ୍କର ଶତ୍ରୁଙ୍କ ଠାରୁ ସାବଧାନର ସଂକେତ ଦେଉଛନ୍ତି ।

ଯଦି ଆପଣଙ୍କ ସ୍ଵପ୍ନରେ ସନି ଦେବ ଦେଖାଯାଆନ୍ତି । ତେବେ ଜାଣି ନିଅନ୍ତୁ କି କୋଣସି ସଂକଟ ଆସିଆଚି ବୋଲି । ତେଣୁ ଏହି ସବୁ ସ୍ଵପ୍ନ କୁ କାହାରି ଆଗରେ କୁହନ୍ତୁ ନାହିଁ । ଏଭଳି ପୋସ୍ତ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *