Makara Rashi, Rasifala 2022, ନୂଆ ବର୍ଷ 2022 ଆପଣଙ୍କ ଜୀବନରେ ନେଇ କରି ଆସୁଛି ଏହି ଖୁସି ଖବର, ଆପଣଙ୍କ ଜୀବନରେ ଆସିବ ବହୁତ ବଡ ପରିବର୍ତ୍ତନ

ବନ୍ଧୁଗଣ, ଆପଣ ମାନଙ୍କୁ ଇଂରାଜୀ ନବବର୍ଷ ର ହାର୍ଦ୍ଧିକ ଅଭିନନ୍ଦନ । ଇଂରାଜୀ ନବବର୍ଷ ୨୦୨୨ ଆପଣ ମାନଙ୍କ ପାଇଁ ଶୁଭ ଦାୟକ ହେଉ । ଏହି ବର୍ଷ ଟି ଆପଣ ମାନଙ୍କ ପାଇଁ ଅନୁକୂଳ ହେଉ । ଆପଣଙ୍କ ସମସ୍ତ ଇଛା ତଥା ଅଭିଳାଷା ପରିପୂର୍ଣ୍ଣ ହେଉ । ୨୦୨୨ ବର୍ଷ ନବବର୍ଷ ମକର ରାଶି ର ବ୍ୟକ୍ତି ମାନଙ୍କ ପାଇଁ କିପରି ଫଳ ପ୍ରଦାନ କରିବ ସେ ବିଷୟରେ କହିବାକୁ ଯାଉଅଛୁ । ମକର ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ରାଶ୍ୟାଧିପତି ହେଉଛନ୍ତି ଶନି ।

ମକର ରାଶିର ବ୍ୟକ୍ତି ବିଶେଷ ସ୍ପଷ୍ଟବାଦୀ ହୋଇଥାନ୍ତି । ସେମାନେ ଯାହା କହିବେ ମୁହେଁ ମୁହେଁ କହିଦେବେ । ନୀତି ନିୟମ ସମ୍ପର୍ଣ୍ଣ ତଥା ଅନୁଶାସନ ସମ୍ପର୍ଣ୍ଣ । ନ୍ୟାୟ ବିଚାର ଆଗରେ ପରିବାର ଲୋକେ, ବାହାର ଲୋକେ ସମସ୍ତେ ସମାନ । ମାତ୍ର ଆପଣ ବହୁତ ସମୟରେ ଅପ୍ରିୟ ସତ୍ୟକଥା କହି ବହୁତ ଅଡୁଆରେ ପଡିଥାନ୍ତି । ବେଳେ ବେଳେ ଆପଣଙ୍କ ଅତ୍ୟଧିକ ଆତ୍ମବିଶ୍ଵାସ ଆପଣଙ୍କୁ ଅସୁବିଧାରେ ପକାଇଥାଏ, ଏଣୁ ଆପଣ ଜଗିରଖି ଚଳନ୍ତୁ ।

ମକର ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ୨୦୨୨ ମସିହା ଆପଣଙ୍କ ପାଇଁ ବହୁତ ଶୁଭ ହେଉ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଅଛି । ଆପଣ ପ୍ରତିଯୋଗୀତା ମୂଳକ କାର୍ଯ୍ୟରେ କୃତକାର୍ଜ୍ୟ ହୋଇପାରିବେ । ଆପଣଙ୍କ ପାଇଁ ସ୍ଥିତି ଭଲ ରହିଅଛି । ଆପଣଙ୍କ ପାଇଁ ବିଦେଶ ଯାତ୍ରା ର ଯୋଗ ରହିଅଛି ।

ବିଦେଶ ରେ ଉଚ୍ଚଶିକ୍ଷା ନିମନ୍ତେ ଆପଣଙ୍କର ଏହିବର୍ଷ ଭଲ ରହିଅଛି । ଆପଣଙ୍କ ଆର୍ଥିକ ସ୍ଥିତି ବର୍ଷ ଆରମ୍ଭରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଭଲ ରହିବ । ଆପଣ ଅଧିକ ରୋଜଗାର କ୍ଷମ ହୋଇପାରିବେ । ଆପଣଙ୍କ ପଦୌନ୍ନତି ରେ ପ୍ରମୋଶନ ମିଳିଯାଇପାରେ । ଆପଣଙ୍କ ଦାମ୍ପତ୍ୟ ଜୀବନ ସାମାନ୍ୟ ଭାବରେ ପ୍ରଭାବିତ ହୋଇପାରେ । ସନ୍ତାନଙ୍କ ବିବାହ ଭଳି ମାଙ୍ଗଳିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବେ ।

ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟ ରେ ଲାଭ ବହୁତ ମାତ୍ରାରେ ହେବ । ଯେକୌଣସି କର୍ମ କ୍ଷେତ୍ରରେ ଥାନ୍ତୁ ଉନ୍ନତି ଆପଣଙ୍କ ନିଶ୍ଚିତ ଭାବରେ ହେବ । ଚାକିରି କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ଵ ଭାବରେ ପରିଗଣିତ ହେବେ । ମାତା ପିତା ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଭରପୁର ରହିବ । ଏହାଫଳରେ ଆପଣଙ୍କ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଯିବ । ମାତ୍ର ଆପଣଙ୍କ ମାତା ପିତା ଙ୍କ ସ୍ୱାସ୍ଥ୍ୟ ଏହିବର୍ଷ ସେତେଟା ଭଲ ରହିବା ନାହିଁ ।

ଆପଣଙ୍କ ଆଖିର ସମସ୍ୟା ମଧ୍ୟ ଦେଖାଦେଇପାରେ କିନ୍ତୁ ବାକି ବର୍ଷ ସାରା ଅନ୍ୟ କୌଣସି ରୋଗ ସମସ୍ୟା ଦେଖାଦେବ ନାହିଁ । ଆପଣ ନିଜ ଜୀବନରେ ଉନ୍ନତି ତଥା ଅତ୍ୟଧିକ ଶୁଭଫଳ ପାଇବା ନିମନ୍ତେ ପ୍ରତ୍ୟକ ଶନିବାର ଦିନ ଭଗବାନ ଶିବ ଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *