ବନ୍ଧୁଗଣ, ରକ୍ତ ବନେଇବା ର ଯନ୍ତ୍ର ହେଉଛି ଏହି ଖାଦ୍ୟ ଏହାକୁ ଖାଇଲେ ଆପଣଙ୍କ ଶରୀର ରେ ବହୁତ ରକ୍ତ ହୋଇଥାଏ । ଏବଂ ଆପଣ ରକ୍ତ ଦାନ ମଧ୍ୟ କରିପାରିବେ । ଆଜି ଆମେ ଆପଣଙ୍କୁ ସେହି ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀର ରେ ରକ୍ତର ଅଭାବ ରହିବ ନାହିଁ । ସାଧାରଣତଃ ଲୋକମାନେ ଜାଣି ପାରନ୍ତି ନାହିଁ, ତାଙ୍କ ଶରୀରରେ ରକ୍ତର ଅଭାବ ଅଛି କି ନାହିଁ । ଶରୀରରେ ରକ୍ତର ଅଭାବ ହେଲେ ଆପଣଙ୍କ ହାତ ହଳଦିଆ ପଡିଯାଏ ଓ ଆଖିତଳ କଳା ପଡ଼ିଥାଏ ଏବଂ ଆପଣଙ୍କୁ କିଛି କାମ କରିବାକୁ ଇଛା ହୁଏ ନାହିଁ ।
ଆପଣ ଟିକେ କାମ କଲେ ଅଳସୁଆ ଅନୁଭବ ହୁଏ । ଏବଂ ଏହାଠାରୁ ବେଶୀ ପିଠି ଅଣ୍ଟା ବିନ୍ଧା ହେବା ସହିତ ଆହୁରି ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ । ପ୍ରାୟତ ରକ୍ତର ଅଭାବ ମହିଳା ମାନଙ୍କ ପାଖରେ ଦେଖା ଯାଇଥାଏ । କାରଣ ସେମାନଙ୍କ ମାସିକିଆ ଅସୁବିଧା ଯୋଗୁ ଏବଂ ଆଜିକାଲି ଆଧୁନିକ ଯୁଗର ଯୁବପିଢିଙ୍କ ପାଖରେ ମଧ୍ୟ ରକ୍ତ ର ଅଭାବ ଦେଖା ଗଲାଣି । ତେବେ ଆସନ୍ତୁ ଜାଣିବା କିପରି ଆପଣ ନିଜ ରକ୍ତର ଅଭାବକୁ ଘରୋଇ ଉପାୟରେ ଭଲ କରିପାରିବେ ?
୧- ସର୍ବ ପ୍ରଥମେ ରାଗି ( ମାଣ୍ଡିଆ ) ଯାହାର ନାମ ଆପଣ ମାନେ ଶୁଣିଥିବେ । ମାଣ୍ଡିଆ କୁ ଗୁଣ୍ଡ କରି ସେଥିରେ କିଛି ରାଶି ଓ ଗୁଡ଼ ମିଶେଇ ରୋଟି ବନାନ୍ତୁ ଓ ଏଥିରେ ଆପଣ ଶୁଦ୍ଧ ଗାଈଘିଅ ମିଶେଇ ଗରମ ଗରମ ଖାଆନ୍ତୁ । ଯଦି ଆପଣ ଏହି ରୋଟି ଖାଇବେ ତେବେ ଏହା ଆପଣଙ୍କ ରକ୍ତର ଅଭାବକୁ ବହୁତ ଶୀଘ୍ର ଠିକ୍ କରିଥାଏ, ଯାହାକୁ ଆପଣ କଳ୍ପନା ମଧ୍ୟ କରି ନ ଥିବେ ।
୨- ଏହାକୁ ଖାଇବା ସହ ଆପଣଙ୍କୁ ପ୍ରାଣାୟମ ଓ ବ୍ୟାୟାମ ମଧ୍ୟ କରିବାକୁ ପଡ଼ିବ । ସକାଳୁ ଉଠି ଯୋଗ ପ୍ରାଣାୟମ କରି ଆପଣ ୨୦ ମିନିଟ ପରେ କିଛି ଡ୍ରାଏଫ୍ରୁଟ ଆପଣ ଖାଇପାଇବେ । ତାହା ପରେ ଆପଣ ଏହି ମାଣ୍ଡିଆ ରୋଟି କୁ ସେବନ କରିବେ । ଧ୍ୟାନ ରଖନ୍ତୁ ଏହାକୁ ଆପଣ ଗରମ ଗରମ ହିଁ ସେବନ କରିବେ । କିନ୍ତୁ ଆପଣଙ୍କୁ ଏହି ରୋଟି କୁ ସବୁଦିନ ଖାଇବାର କିଛି ଆବଶ୍ୟକତା ନାହିଁ ଆପଣ ସପ୍ତାହରେ ୩ ଦିନ ଖାଇ ପାରିବେ ।
୩- ଲାଉ ର ସରବତ ମଧ୍ୟ ରକ୍ତ ର ଅଭାବ କୁ ଦୂର କରିଥାଏ । ଏହା ଆପଣଙ୍କୁ ବହୁତ ଫାଇଦା ଦେଇଥାଏ । ଏହା ଛଡ଼ା ଡାଳିମ୍ବ ର ରସ ଓ ଲେମ୍ବୁ ପାଣି ମଧ୍ୟ ଆପଣଙ୍କ ଶରୀର ର ରକ୍ତ ଅଭାବକୁ ଦୂର କରିଥାଏ । ଖାସ କରି ଗରମ ଦିନ ରେ ଡାଳିମ୍ବ, ଲାଉ ଓ ଲେମ୍ବୁ ରସ ର ସେବନ ଆପଣ ନିଶ୍ଚୟ କରନ୍ତୁ ।
୪- ଏହାଛଡା ମହୁ ଆପଣଙ୍କୁ ବହୁତ ଫାଇଦା ଦେଇଥାଏ । ହାଲୁକା ଉଷୁମ ପାଣିରେ ଏକ ରୁ ଦୁଇ ଚାମଚ ମହୁ ମିଶେଇ ପିଇଲେ ଏହା ମଧ୍ୟ ଆପଣଙ୍କ ଶରୀରର ରକ୍ତ ଅଭାବକୁ ଦୂର କରିବା ସହ ଆପଣଙ୍କ ଶରୀର ରେ ଫୁର୍ତ୍ତୀ ଆଣିଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ