Health Hare Tips- ମହିଳାଙ୍କର ବ୍ରେଷ୍ଟ ସାଇଜ ଛୋଟ କିମ୍ବା ବଡ ହେଲେ… ତାଙ୍କ ଶରୀର ଉପରେ କିଛି କୁପ୍ରଭାବ ପକାଇ ଥାଏ କି ?

ନମସ୍କାର ବନ୍ଧୁଗଣ, ଶରୀରର ଅଙ୍ଗ ପୁରୁଷ ଏବଂ ମହିଳାର ପରିଚୟ ଦେଇଥାଏ । ଭଗବାନ ତ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି । କାହାକୁ ଟିକେ ବେଶି ସୁନ୍ଦର କରିଦେଇଛନ୍ତି ତ କାହାକୁ ଅସୁନ୍ଦର । ତେବେ ଆଜିକାଲିର ଏହି ଆଧୁନିକ ଯୁଗରେ ଅସୁନ୍ଦର ଥିବା ବ୍ୟକ୍ତି ନିଜକୁ ସୁନ୍ଦର କରିବାର ଅନେକ ପ୍ରୟାସ ମାନ କରୁଅଛି ଏବଂ ସଫଳ ମଧ୍ୟ ହେଉଅଛି । ସେହିଭଳି ମହିଳାମାନେ ନିଜକୁ ଅନ୍ୟମାନଙ୍କ ଠାରୁ ଆକର୍ଷଣୀୟ ଦେଖାଇବା ପାଇଁ ନିଜ ବ୍ରେଷ୍ଟ ସାଇଜକୁ ବଡ କରିବା କଥା ଭାବୁଛନ୍ତି ତେବେ ଏହା କଣ ସତରେ ଭଲ ହୋଇଥାଏ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ବ୍ରେଷ୍ଟ ଏଡିପୋଜ ଦ୍ଵାରା ତିଆରି ହୋଇଥାଏ । ଏହି ଏଡିପୋଜ ଉପରେ ବ୍ରେଷ୍ଟର ସାଇଜ ନିର୍ଭର କରିଥାଏ । ଏଡିପୋଜ ମଧ୍ୟରେ 15 ରୁ 20 ସେକ୍ସନ ରହିଥାଏ । ଏହାକୁ ଲୋବ କୁହାଯାଏ । ଏହା ଭିତରେ ଛୋଟ ଛୋଟ ଗୋଲ ଥଳି ଥାଏ ଯେଉଁଥିରେ କ୍ଷୀର ତିଆରି ହୋଇଥାଏ । ମା କ୍ଷୀରକୁ ପିଲା ପାଖରେ ପହଞ୍ଚାଇବା ପାଇଁ ଡଟସ ସାହାର୍ଯ୍ୟ କରିଥାଏ ।

ସେକ୍ସ ସମୟରେ ବ୍ରେଷ୍ଟକୁ ଛୁଇଁବା ସମୟରେ ମସ୍ତିସ୍କକୁ ସିଗନାଲ ମିଳିଥାଏ । ଏହାପରେ ଅକସିଟୋକସି ନାମକ ହରମୋନ ବାହାରି ଥାଏ । ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତଙ୍କୁ ବଡ ବ୍ରେଷ୍ଟ ପସନ୍ଦ ହୋଇଥାଏ । ଡାକ୍ତରଙ୍କ କାହିବା ଅନୁଯାୟୀ କୌଣସି ତେଲ କିମ୍ବା କ୍ରିମ ବ୍ରେଷ୍ଟର ସାଇଜ ବଢାଇ ପାରନ୍ତି ନାହିଁ । ମସାଜ ଆପଣଙ୍କ ବ୍ରେଷ୍ଟର ବ୍ଲଡ ସରକୁଲେସନ ବଢାଇବାର କାମ କରିଥାଏ । କିନ୍ତୁ ମସାଜ ଦ୍ଵାରା ମଧ୍ୟ ବ୍ରେଷ୍ଟର ଆକାରରେ କୌଣସି ପରିବର୍ତ୍ତନ ଦେଖିବା ପାଇଁ ମିଳିନଥାଏ ।

ବ୍ରେଷ୍ଟକୁ ବଡ କିମ୍ବା ସାନ କରିବାର କେବଳ ଗୋଟିଏ ମାତ୍ର ଉପାୟ ହେଉଛି ସର୍ଜରୀ । ଏହି ସର୍ଜରୀର ମଧ୍ୟ ବହୁତ ସାରା ସାଇଡିଫେକ୍ଟ ରହିଥାଏ । ବ୍ରେଷ୍ଟ ସର୍ଜରୀ କରିବା ପାଇଁ ଆପଣଙ୍କୁ ନିଜର ସହମତି ଜଣାଇବା ସହ ଏହାର ସାଇଡିଫେକ୍ଟ ହେବାର ସମସ୍ତ କଥାର ସୂଚନା ଦେବାର ନିୟମ ମଧ୍ୟ ରହିଛି । ତେଣୁ ନିଜକୁ ସୁନ୍ଦର ବନାଇବାର ଉତ୍ସାହରେ କିଛି ମହିଳା ସର୍ଜରୀ କରି ଅସୁବିଧାରେ ପଡିଥାନ୍ତି ।

ପିରିଅଡ ପୂର୍ବରୁ କିମ୍ବା ପରେ ବ୍ରେଷ୍ଟର ସାଇଜରେ ସାଧାରଣତଃ କିଛି ପରିବର୍ତ୍ତନ ଦେଖିବା ପାଇଁ ମିଳିଥାଏ କିନ୍ତୁ ଏହା କୌଣସି ଚିନ୍ତାର କାରଣ ହୋଇନଥାଏ । କିଛି ମା ତ ଡାକ୍ତରଙ୍କ ପାଖକୁ ଆସିଥାନ୍ତି ଏହି କାରଣ ନେଇ କି ତାଙ୍କ ଝିଅର ବ୍ରେଷ୍ଟ ଛୋଟ ତେଣୁ ତାଙ୍କ ବିହାଘର ହୋଇପାରିବ ନାହିଁ ତେଣୁ ସର୍ଜରୀ କରନ୍ତୁ । କିନ୍ତୁ ବ୍ରେଷ୍ଟ ଛୋଟ ହେବା ଦ୍ଵାରା ବିବାହ ପରେ କୌଣସି ମଧ୍ୟ ଅସୁବିଧା ଆସିନଥାଏ ।

ପିଲା ଜନ୍ମ ହେବାପରେ ମଧ୍ୟ ପିଲାଙ୍କୁ ବ୍ରେଷ୍ଟ ଫିଡିଙ୍ଗ କରାଇବାରେ କୌଣସି ଅସୁବିଧା ହୋଇନଥାଏ । ଏହା କେବଳ ମଣିଷ ମନର ଏକ ଭୁଲ ଧାରଣା ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *