ଯେଉଁ ଘରେ ମହିଳା ମାନେ କରିଥାନ୍ତି ଏମିତି କାମ, ସେଠାରେ କେବେ ବି ରୁହନ୍ତି ନାହିଁ ମା’ ଲକ୍ଷ୍ମୀ, ସବୁବେଳେ ଲାଗି ରହିଥାଏ ଦରିଦ୍ରତା – Astro Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଯାହା ଘରର ମହିଳା ମାନେ କରିବା ଦ୍ୱାରା ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ସେହି ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ । ବନ୍ଧୁଗଣ ପ୍ରତ୍ୟେକ ଘରର ଝିଅ ଏବଂ ବୋହୁ ସେହି ଘରର ଲକ୍ଷ୍ମୀ ଅଟନ୍ତି । କୁହାଯାଏ ଯେ ଯେଉଁ ଘରେ ଝିଅ ର ଜନ୍ମ ହୋଇଥାଏ ସେହି ଘରେ ସର୍ବଦା ହସଖୁସିର ବାତାବରଣ ରହିଥାଏ ଏବଂ ମାତା ଲକ୍ଷ୍ମୀ ସର୍ବଦା ସେହି ଘରେ ବାସ କରିଥାନ୍ତି ।

ଘରର ଝିଅ ବିବାହ ପରେ ଅନ୍ୟ ଘରକୁ ଚାଲି ଯାଇଥାଏ ଏବଂ ଅନ୍ୟ ଘରର ଝିଅ ଆପଣଙ୍କ ଘରକୁ ବୋହୁ ହୋଇ ମଧ୍ୟ ଆସିଥାନ୍ତି । ଏଥିପାଇଁ ଘରେ ମାତା ଲକ୍ଷ୍ମୀ ସର୍ବଦା ରହିଥାନ୍ତି ଏବଂ ସେହି ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ ।

କିନ୍ତୁ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି କାର୍ଯ୍ୟ ରହିଛି ଯାହା ଘରର ଝିଅ ବା ବୋହୁ କରିବା ଦ୍ୱାରା ସେହି ଘରେ କେବବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ସେହି ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ତଥା ଅଭ୍ୟାସ ଗୁଡ଼ିକ କଣ ଯାହାକୁ ଘରର ଝିଅ ଏବଂ ବୋହୁ ବଦଳାଇବା ନିହାତି ଜରୁରୀ ।

୧. ବନ୍ଧୁଗଣ ପ୍ରଥମରେ ହେଉଛି, ଘରକୁ ସଫା ସୁତୁରା ନରଖିବା । ଯେଉଁ ଘରର ମହିଳା ଘରକୁ ସଫା ସୁତୁରା ରଖି ନଥାନ୍ତି ସେହି ଘରେ କେବବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ବର୍ତ୍ତମାନ ସମୟରେ ପ୍ରାୟତଃ ମହିଳା କେବଳ ନିଜର ସାଜ ଶୃଙ୍ଗାର ଉପରେ ଧ୍ୟାନ ଦେଉଛନ୍ତି । ସେମାନେ ନିଜକୁ ତ ସଫା ସୁତୁରା ରଖୁଛନ୍ତି କିନ୍ତୁ ଘରକୁ ସଫା ରଖୁ ନାହାନ୍ତି । ଏଭଳି ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ ଏବଂ ସେହି ଘରେ ସର୍ବଦା ଦାରିଦ୍ର୍ୟତା ଦେଖା ଯାଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ନିୟମିତ ଭାବରେ ପୂଜାପାଠ ନକରିବା । ଯେଉଁ ଘରର ମହିଳା ନିୟମିତ ଭାବରେ ପୂଜାପାଠ କରିଥାନ୍ତି ଏବଂ ପ୍ରତିଦିନ ଭଗବାନ ଙ୍କୁ ଦୀପ ଏବଂ ଧୂପ ଅର୍ପଣ କରିଥାନ୍ତି ସେଭଳି ଘରେ ସକରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ । ମାତା ଲକ୍ଷ୍ମୀ ସର୍ବଦା ସକରାତ୍ମକ ବାତାବରଣ ରେ ରହିବାକୁ ପସନ୍ଦ କରିଥାନ୍ତି । ଯେଉଁମାନେ ଘରର ମହିଳା ମାନେ ପୂଜାପାଠ ରୁ ଦୁରେଇ ରୁହନ୍ତି ସେଭଳି ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ଏବଂ ମାତା ଲକ୍ଷ୍ମୀ କେବେବି ସେଭଳି ଘରେ ବାସ କରନ୍ତି ନାହିଁ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି ଯେଉଁ ଘରର ମହିଳା ସର୍ବଦା ଆଳସ୍ୟ ଏବଂ କଳହ ରେ ଲିପ୍ତ ରୁହନ୍ତି ସେଭଳି ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଯେଉଁ ମହିଳା ମାନେ ନିଜ ମନରେ ଦୟା ଭାବ ରଖନ୍ତି ନାହିଁ ଏବଂ ଆବଶ୍ୟକ ଥିବା ବ୍ୟକ୍ତି ଙ୍କୁ ମଧ୍ୟ ସାହାଯ୍ୟ କରନ୍ତି ନାହିଁ । ଘର ଦ୍ୱାର କୁ ଆସିଥିବା କୌଣସି ବ୍ୟକ୍ତି କୁ ଯେଉଁ ମହିଳା ମାନେ ଶୂନ୍ୟ ହସ୍ତ ରେ ଫେରାଇ ଦିଅନ୍ତି ସେଭଳି ମହିଳା ଙ୍କୁ ମାତା ଲକ୍ଷ୍ମୀ ଘୃଣା କରନ୍ତି ଏବଂ ସେଭଳି ମହିଳା ଥିବା ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଟିପ୍ସ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *