ମହିଳା ମାନଙ୍କର ଋତୁସ୍ରାବ ସମୟରେ ସିନ୍ଦୁର ଲଗାଇବା ଠିକ କି ! ଜାଣନ୍ତୁ ସିନ୍ଦୁର ଲଗାଇବାର ସଠିକ ବିଧି ! Shastra Gyan 

ନମସ୍କାର ବନ୍ଧୁଗଣ, ନାରୀ ବିବାହିତା ଏହାକୁ ସୂଚାଇବା ପାଇଁ ଏକ ମାତ୍ରା ପ୍ରତୀକ ହେଉଛି ସିନ୍ଦୁର । ମଥାରେ ଏକ ଟୋପା ସିନ୍ଦୁର ନାରୀକୁ ବିବାହିତା ଏବଂ ସ୍ତ୍ରୀର ପରିଚୟ ଦେଇଥାଏ । ତେଣେ ନାରୀ ମାନଙ୍କୁ କେଉଁ ସମୟରେ ସିନ୍ଦୁର ନିଜ ମଥାରେ ଲଗାଇବା ଉଚିତ ଏବଂ ଆଙ୍ଗୁଠିରେ ସିନ୍ଦୁର ଲଗାଇବା ଉଚିତ କି ଅନୁଚିତ ଯଦି ଅନୁଚିତ ତେବେ କେଉଁଥିରେ ଆପଣ ସିନ୍ଦୁର ଲଗାଇବେ । ଏହି ସମସ୍ତ କଥା ଗୁଡିକ ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକଋ ଆସନ୍ତୁ ଜାଣିବା ।

ଆପଣ ଏବେ ଦେଖୁଥିବେ ବହୁତ ମହିଳା ଏବେ ନିଜ କାନରେ ସିନ୍ଦୁର ଲଗାଉଛନ୍ତି । କିନ୍ତୁ କାନରେ ସିନ୍ଦୁର ଲଗାଇବା ଅନୁଚିତ ଏହାର କୌଣସି ମଧ୍ୟ ବିଧି ନାହିଁ । କାର ଦେବୀ ମାନଙ୍କ କାନରେ ସିନ୍ଦୁର ମଧ୍ୟ ଲଗାଯାଉ ନାହି ତେବେ ଯେଉଁ ଠାରେ ଦେବୀ ମାନେ କାନରେ ସିନ୍ଦୁର ଲଗାଉନାହାନ୍ତି ସେଠାରେ ସାଧାରଣ ମହିଳା ସିନ୍ଦୁର ପିନ୍ଧିବାର ପ୍ରଥା କେଉଁଠାରୁ ଆସିଲା ।

ମହିଳା ମାନେ ନିଜ ମଣିବନ୍ଧ ଏବଂ ଶଙ୍ଖାରେ ସିନ୍ଦୁର ଲଗାଇବା ଉଚିତ । ମଥାରେ, ସିନ୍ଥିରେ  ଏବଂ କଣ୍ଠରେ ମହିଳା ମାନେ ସିନ୍ଦୁର ଲଗାଇଥାନ୍ତି । ଏହି ପାଞ୍ଚଗୋଟି ଜାଗାରେ ସିନ୍ଦୁର ଲଗାଇବାର ବିଧି ରହିଛି ମହିଳାଙ୍କ ପାଇଁ । ଆପଣ ସିନ୍ଦୁର ଲଗାଇବା ସମୟରେ ଯୁଗ୍ମ ଦେବାଦେବୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବା ଉଚିତ । ଋତୁସ୍ରାବ ସମୟରେ ମହିଳାମାନେ ସିନ୍ଦୁର ଲଗାନ୍ତି ନାହିଁ ।

ଏହା ଶାସ୍ତ୍ରୀୟ ନିୟମ ଅଟେ । କିନ୍ତୁ କିଛି ପରିବାରରେ ଏହା ନିୟମ ରହିଥାଏ କି ସଧବା ମହିଳାମାନେ କେବେ ମଧ୍ୟ ମଥା ଖାଲି କରିବେ ନାହିଁ । ଋତୁସ୍ରାବ ସମୟରେ ଅଶୁଦ୍ଧ ଥିବାରୁ ନିଜର ସିନ୍ଦୁର ଫରୁଆକୁ ଛୁଇଁ ସିନ୍ଦୁର ଲଗାଇ ନଥାନ୍ତି । ତେଣୁ ଆପଣ ଚାହିଁଲେ ଋତୁସ୍ରାବ ସମୟରେ ସିନ୍ଦୁର ପିନ୍ଦିବା ପାଇଁ ଆଉ ଏକ ସିନ୍ଦୁର ଫରୁଆ ରଖିପାରିବେ ।

ଋତୁସ୍ରାବ ସମୟରେ ସିନ୍ଦୁର ଲଗାଇବାର ପ୍ରଥା ଏଥିପାଇଁ ନାହିଁ କାରଣ ସିନ୍ଦୁର ଶ୍ରୀଙ୍ଗାରର ଏକ ଜିନିଷ ଅଟେ । ଯାହାକୁ ଲଗାଇବା ଦ୍ଵାରା ନାରୀମାନେ ସୁନ୍ଦର ଦେଖା ଯାଇଥାନ୍ତି । ଆଉ ଏହି ସମୟରେ ଯଦି ନାରୀମାନେ ସିନ୍ଦୁର ଲଗାଇ ସୁନ୍ଦର ଦେଖାଯିବେ ତେବେ ତାଙ୍କ ସ୍ଵାମୀଙ୍କ ନଜର ତାଙ୍କ ପ୍ରତି ଆକର୍ଷିତ ହେବ । ଏବଂ ଋତୁସ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ରୁହେ ନାହିଁ ତେଣୁ ଏହି ସମୟରେ ସିନ୍ଦୁର ନ ଲଗାଇବାର ଏକ ନିୟମ କରାଯାଇଛି ।

ଯାହାର ପାଳନ ଯଦି ଆପଣ କରିବେ ତେବେ ଏହା ଆପଣଙ୍କ ପାଇଁ ଭଲ ରହିବ ।  ଆପଣ ନିଜ ମଥାରେ ତୁଲସୀ କାଠିରେ ସିନ୍ଦୁର ଲଗାନ୍ତୁ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ୱାରା ମାଆ ତୁଲସୀ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *