ଫୁଲ କେତେବେଳେ ତୋଳିବା ଓ କିପରି ତୋଳିବା ଉଚିତ ! ଫୁଲ ତୋଳିବା ବେଳେ ଏପରି କିଛି ଭୁଲ କରୁଛନ୍ତି କି ! ଫୁଲ ତୋଳିବା ସଂପୂର୍ଣ୍ଣ ବିଧି !

ନମସ୍କାର ବନ୍ଧୁଗଣ ,  ଆମ ଶାସ୍ତ୍ରରେ ପ୍ରତ୍ୟେକ ବିଷୟ ର ବିଧିବିଧାନ ରହିଛି । ଶାସ୍ତ୍ର ରୀତି ନିୟମ ଅନୁସାରେ କାର୍ଯ୍ୟ କରିବା ଦ୍ଵାରା ଆମେ ପୂଜାର ସଂପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଉ  । ଇଶ୍ଵରଙ୍କୁ ପୂଜା କରିବା ସମୟରେ ବିଶେଷ କରି କିଛି ନିୟମ କୁ ପାଳନ କରିବା ଆମ ପାଇଁ ଶୁଭ ଫଳ ଆଣିଥାଏ । ପୁଷ୍ପ କୁ ଅର୍ପଣ କରିବାର ନିୟମ ବିଷୟରେ ଆମେ ଜାଣିଛୁ , ଇଶ୍ଵରଙ୍କ ମନକୁ ଜାଣି ବା ତାଙ୍କୁ ପସନ୍ଦ ହୋଇଥିବା ଫୁଲ କୁ ଅର୍ପଣ କରିବା ଉଚିତ୍ ହୋଇଥାଏ ।

ଯଦି ପୂଜା କରିଥିବା ସମୟରେ କୋଣସି ସାମଗ୍ରୀ କୁ ଆଣିବା ଆପଣ ଭୁଲି ଯାଇଥାନ୍ତି ତେବେ ପୂଜା କୁ ମଝି ରେ ନ ଛାଡି ଚାଉଳ ଏବଂ ଫୁଲ କୁ ଅର୍ପଣ କରି ଆମେ  ପୂଜାକୁ ସମ୍ପର୍ଣ୍ଣ କରିପାରିବା । ମାତ୍ର ଅନେକ ଲୋକମାନଙ୍କ ଫୁଲ କୁ ତୋଳିବାକୁ ନେଇ ଅନେକ ପ୍ରଶ୍ନ ରହିଛି । ଯେ ଫୁଲ କୁ ଗାଧୋଇବା ପରେ ଢୋଇବା ଉଚିତ୍ ବା ଅଗଧୁଆ ତୋଳିବା ଠିକ । ଏହି ପ୍ରଶ୍ନ ର ଉତ୍ତର ଶାସ୍ତ୍ର ଅନୁସାରେ ଆମେ ଜାଣିବା ।

ଆମ ଦେଶ ର ପବିତ୍ର ଗ୍ରନ୍ଥ ଏବଂ ଶାସ୍ତ୍ର ଏହା ବିଷୟରେ କଣ କହିଛନ୍ତି । ଫୁଲ ଅତ୍ୟନ୍ତ ପବିତ୍ର ଅଟେ । ତେଣୁ ଆମେ ଫୁଲ କୁ ପୂଜା ରେ ବ୍ୟବହାର କରିଥାଉ ଏବଂ ଠାକୁରଙ୍କ ପୂଜାରେ ଫୁଲ କୁ ବ୍ୟବହାର କରିବା ଦ୍ଵାରା ଘରେ ସାକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ।  ଫୁଲ ତୋଳିବାର ସୁନ୍ଦର ନିୟମ ରହିଛି ଆମ ଶାସ୍ତ୍ର ରେ ଯଦି ଆପଣ ଏହାକୁ ପାଳନ କରିଥାନ୍ତି , ତେବେ ନିଶ୍ଚିତ ଏହାର ଫଳ ପ୍ରାପ୍ତ ହେବେ ।

ଆମ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଗାଧୋଇ ଯେଉଁମାନେ ଫୁଲ ତୋଳିଥାନ୍ତି ସେମାନେ ଦେବଦେବୀମାନଙ୍କ ଆର୍ଶୀବାଦ ପାଇନଥାନ୍ତି ।  ପ୍ରାତ ସମୟରେ ଗାଧୋଇ ଫୁଲ ତୋଳିବା ଉଚିତ୍ ମାତ୍ର ମଧ୍ୟାହ୍ନ ସମୟରେ ଗାଧୋଇ ଫୁଲ ତୋଳିବା ଅନୁଚିତ୍ ହୋଇଥାଏ ବୋଲି ଆମ ଶାସ୍ତ୍ର କହିଥାଏ । ଆଉ କିଛି ବିଷୟ ମଧ୍ୟ ଶାସ୍ତ୍ର କହିଛି ଯଥା ଯେଉଁ ବସ୍ତ୍ର କୁ ପରିଧାନ କରି ଆମେ ରାତ୍ରି ସେ ଶୋଇଥିବା ସେହି ବସ୍ତ୍ର କୁ ପିନ୍ଧି ଫୁଲ ତୋଳିବା ଅନୁଚିତ୍ ହୋଇଥାଏ ।

ଖାଦ୍ୟ ଗ୍ରହଣ କରିଥିବା ବସ୍ତ୍ରରେ ଫୁଲ ତୋଳିବା ନାହିଁ । ଯେଉଁମାନେ ଅସାନ୍ନ ରେ ଦେବ ପୂଜା ପାଇଁ ପିତୃ ପୁରୁଷଙ୍କ ପାଇଁ ତୁଲସୀ ସହିତ ଫୁଲ ଚୟନ କରିଥାନ୍ତି । ଯେଉଁମାନେ ଏହି କର୍ମ କରିଥାନ୍ତି କରିଥିବା ପୂଜା ନିଷ୍ଫଳ ହୋଇଥାଏ ଏବଂ ତାହାଙ୍କୁ ପାପ ଲାଗିଥାଏ । ସେ ପାପ ତୁ ମୁକ୍ତ ହେବା ପାଇଁ ଆମକୁ ପଞ୍ଚଗବ୍ୟ ସେବନ କରିବାକୁ ହେବ ।

ଆପଣମାନେ ଯଦି ଏହି ନିୟମ ଅନୁଯାୟୀ ଫୁଲ ତୋଳିବା କରିଥାନ୍ତି ତେବେ ଆପଣଙ୍କ ପୂଜା ର ସଠିକ ଫଳ ପ୍ରାପ୍ତ ହୋଇଥାନ୍ତି । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *