ଦୁନିଆର 5 ଟି ସବୁଠାରୁ ମହାପାପ କ’ ଣ ଜାଣିଛନ୍ତି କି ! ଯଦି ଏପରି କିଛି ଅଭ୍ଯାସ ଆପଣଙ୍କ ପାଖରେ ଥାଏ, ତୁରନ୍ତ ଛାଡି ଦିଅନ୍ତୁ… garud puran  

ନମସ୍କାର ବନ୍ଧୁଗଣ, ପାପ ପୂଣ୍ୟ, ଭଲ ମନ୍ଦ ସଂସାରରେ ରହିଛି ଏବଂ ଘଟୁଛି ମଧ୍ୟ । କିନ୍ତୁ କାହାକୁ ପାପୀ କୁହାଯାଏ । କେଉଁ କର୍ମକୁ ପାପ ବୋଲି ମନାଯାଇଥାଏ ଏହା ସମସ୍ତଙ୍କୁ ଜଣା ନଥାଏ । ଛୋଟ ଛୋଟ ଭୁଲକୁ ମଧ୍ୟ କିଛି ଲୋକ ପାପର ଆଖ୍ୟା ଦେଇଦେଇଥାନ୍ତି । ତେଣୁ ଆପଣଙ୍କୁ ଜାଣିବା ଉଚିତ କି ପାପ କର୍ମ କଣ ଅଟେ ଏବଂ କେଉଁ ମଣିଷ ପାପୀରେ ଗଣତି ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ପାଞ୍ଚ ପ୍ରକାର ମଣିଷ ସବୁଠାରୁ ବଡ ପାପୀ ହୋଇଥାନ୍ତି ।

1- ପ୍ରଥମ ପାପ ହେଉଛି ବ୍ରହ୍ମ ହ-ତ୍ୟା । କୌଣସି ବ୍ରହ୍ମଣକୁ ହ-ତ୍ୟା କରିବାକୁ ବ୍ରହ୍ମ ହ-ତ୍ୟା ବୋଲି କୁହାଯାଇଥାଏ । କୁହାଯାଏ ବ୍ରାହ୍ମଣଙ୍କ ଜନ୍ମ ଭଗବାନ ବ୍ରହ୍ମାଙ୍କ ମୁଖରୁ ହୋଇଥିଲା । ଏଥିପାଇଁ ବ୍ରାହ୍ମଣ ମାନଙ୍କୁ ସର୍ବଶ୍ରେଷ୍ଠ ମନାଯାଉଛି । ବ୍ରାହ୍ମଣଙ୍କୁ ହ-ତ୍ୟା କରିବା ମଣିଷ ବଡ ପାପୀ ହୋଇଥାନ୍ତି ଏବଂ ଷୋଳ ନର୍କ ଭୋଗ କରିଥାନ୍ତି ।

2- ଦିତୀୟ ପାପଟି ହେଉଛି ଗୋ ହ-ତ୍ୟା । ଆପଣଙ୍କ ହାତରେ ଯଦି ଜାଣତରେ ହେଉ ବା ଅଜାଣତରେ ଗୋମାତା ତଥା ଗାଈର ହ-ତ୍ୟା ହୋଇଯାଏ ତେବେ ଆପଣ ସବୁଠାରୁ ବଡ ପାପୀରେ ଗଣତି ହେବେ । ଯଦି ଅଜଣାତରେ ଆପଣଙ୍କ ହାତରେ ଏହି ପାପ ହେଉଛି ତେବେ ଆପଣ ଗଙ୍ଗା ସ୍ନାନ କରି ଏହାର ପ୍ରାୟଶ୍ଚିତ କରିବା ଆବଶ୍ୟକ । ନଚେତ ଆପଣ ନର୍କ ଭୋଗ କରିବେ ।

3-  ଯେଉଁ ମଣିଷ ସୁନା ଚୋରୀ କରିଥାଏ ସେହି ମଣିଷ ମଧ୍ୟ ଏକ ବଡ ପାପୀ ହୋଇଥାଏ । ଆଉ ସେହି ମଣିଷକୁ ନର୍କରେ ଅନେକ କଷ୍ଟ ଦିଆଯାଇଥାଏ । ଆଉ ଥରେ ମଣିଷ ଜନ୍ମ କେବେ ମଧ୍ୟ ମିଳିନଥାଏ । ଚୋରୀ କରି ଆଣିଥିବା ସେହି ଧନ ଯେଉଁଭଳି ଆସିଥାଏ ସେହିଭଳି ଭାବରେ ସେହି ମଣିଷ ପାଖରୁ ଚାଲିଯାଇଥାଏ ।

4- ଯେଉଁ ମଣିଷ ନିଜ ଗୁରୁଙ୍କ ସ୍ତ୍ରୀ ସହ ଶାରୀରିକ ସମ୍ବନ୍ଧ ରଖିଥାଏ ସେହି ମଣିଷ ମଧ୍ୟ ସବୁଠାରୁ ବଡ ମହାପାପୀ ହୋଇଥାଏ । ଏଭଳି ମଣିଷକୁ ନର୍କ ଭୋଗ ମିଳିବା ପରେ ଶୂଳିରେ ଟଙ୍ଗା ଯାଇଥାଏ । ଅନେକ ଅକଷ୍ଟ ଦିଆ ଯାଇଥାଏ ସେହି ପାପୀ ମଣିଷର ଆତ୍ମାକୁ । ଗୁରୁଙ୍କ ପତ୍ନୀ ମାଆ ସମାନ ତେଣୁ ତାଙ୍କ ସହ ସମ୍ବନ୍ଧ ରଖିବା ବହୁତ ବଡ ପାପ ଅଟେ ।

5-  ଉପରେ ରହିଥିବା ଚାରୋଟି ପାପୀଙ୍କ ସହ ଯେଉଁ ମଣିଷ ରହିଥାଏ ସେହି ମଣିଷ ମଧ୍ୟ ସେମାନଙ୍କ ଭଳି ମହାପାପୀ ବନି ଯାଇଥାଏ । ଯେଉଁ ମଣିଷ ଏଭଳି ପାପୀ ମାନଙ୍କ ସାଙ୍ଗରେ ରହିବା ସହ ପାପ କରିବା ପାଇଁ ସହଯୋଗ କରିଥାଏ ସେହି ମଣିଷ ପାଇଁ ତିନିଲୋକରେ ସ୍ଥାନ ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *