Urinary Tract Infection ଓ Vaginal Infection ମଧ୍ୟରେ ପାର୍ଥକ୍ୟ କଣ ? ଏଥିରୁ କିପରି ବଞ୍ଚିବେ ?

ବନ୍ଧୁଗଣ, Urinary Tract Infection ଅଥବା UTI ଏକ ସାଧାରଣ ବିମାରୀ ଅଟେ । ମାତ୍ର ଯଦି ଏହାର ଲକ୍ଷଣ ଉପରେ ଆମ୍ଭେ ଧ୍ୟାନ ନ ଦେବା ତେବେ ଏହି ଇନଫେକସନ କିଡ୍ନି ତଥା ସଂପୂର୍ଣ୍ଣ ଶରୀରରେ ପ୍ରଭାବ ପକାଇପାରେ । ତେବେ Urinary Tract Infection କେଉଁ କାରଣ ବଶତ ହୋଇଥାଏ ଏବଂ ଏହାର ଲକ୍ଷଣ କ’ଣ ଅଟେ ? ଏହାର ଚିକିତ୍ସ୍ୟା ତଥା ଏହି ରୋଗରୁ କିଭଳି ବଞ୍ଚିତ ହେବା ଆସନ୍ତୁ ସେ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।

ଏହି ଇନଫେକସନ କାରଣରୁ ପରିସ୍ରା ରେ ଯନ୍ତ୍ରଣା ତଥା ପରିସ୍ରା ବାରମ୍ବାର ହେବା ଏବଂ ଅନେକ ସମୟରେ ଏଭଳି ଲାଗିଥାଏ ଯେ ପରିସ୍ରା ସଂପୂର୍ଣ୍ଣ ହୋଇନାହିଁ । ପରିସ୍ରା ରେ ଦୁର୍ଗନ୍ଧ ଆସିବା ସହିତ ପରିସ୍ରା ରେ କେବେ ର-କ୍ତ ମଧ୍ୟ ଆସିଥାଏ । ପେଟରେ ଦରଦ ହେବା ତଥା ପେଟର ତଳି ଭାଗରେ ଦରଦ ହେବା । ଏବଂ କେବେ କେବେ ଜ୍ଵର ମଧ୍ୟ ହୋଇଥାଏ । ଜ୍ଵର ସହିତ ଥଣ୍ଡା ମଧ୍ୟ ହୋଇଥାଏ ଏବଂ ଅନେକ ଲୋକଙ୍କୁ ବାନ୍ତି ମଧ୍ୟ ହୋଇଥାଏ । ଏହିସବୁ ଲକ୍ଷଣ UTI ର ଲକ୍ଷଣ ହୋଇଥାଏ ।

କେତେବେଳେ ଯଦି ଏହି ଇନଫେକସନ କିଡ୍ନି ରେ ପହଞ୍ଚି ଯାଏ ତେବେ ଜ୍ଵର ହୋଇଥାଏ । କେବେ କେବେ ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳା ଏବଂ ପୁରୁଷ ଙ୍କୁ UTI ହୋଇଥାଏ । ଯେଉଁ ମାନେ ପାଣି ସଠିକ ଭାବରେ ସେବନ କରନ୍ତି ନାହିଁ, ସେମାନଙ୍କୁ ମଧ୍ୟ UTI ହୋଇଥାଏ । ମାତ୍ର ଏହି ଇନଫେକସନ ନ ହେବା ନିମନ୍ତେ ଦିନରେ ସମୁଦାୟ ୨ ରୁ ୩ ଲିଟର ପାଣି ସେବନ କରିବା ଆବଶ୍ୟକ ।

UTI ନ ହେବା ପାଇଁ ରୋଗୀ ମାନଙ୍କୁ ପ୍ରାଇଭେଟ ପାର୍ଟ ରେ ହାଇଜିନ ମେଣ୍ଟେନ କରିବାକୁ ହୋଇଥାଏ । ସମ୍ବନ୍ଧ ରଖିବା ପୂର୍ବ ରୁ ଏବଂ ସମ୍ବନ୍ଧ କରିସାରିବା ପରେ ପରିସ୍ରା ଅବଶ୍ୟ କରିବା ଆବଶ୍ୟକ । ମହିଳା ମାନଙ୍କୁ ନିଜର ପ୍ରାଇଭେଟ ପାର୍ଟ କୁ ସଫା ରଖିବା ଆବଶ୍ୟକ । ପିରିୟଡ ସମୟରେ ପ୍ୟାଡ କୁ ୪ ରୁ ୫ ଘଣ୍ଟା ମଧ୍ୟରେ ବଦଳିବା ଆବଶ୍ୟକ । କାରଣ ଏହି ସମୟରେ UTI ହେବା ର ଅଧିକ ସମ୍ଭବନା ରହିଥାଏ ।

ପୁରୁଷ ମାନଙ୍କୁ ମଧ୍ୟ ଦିନରେ ୨ ରୁ ୩ ଲିଟର ପାଣି ସେବନ କରିବା ଉଚିତ । ଯଦି ରୋଗୀ ମାନଙ୍କୁ Urinary Tract Infection ହୋଇଥାଏ ତେବେ ରୋଗୀ ଙ୍କୁ ଔଷଧ ବ୍ୟତୀତ ଛାସ, ବଟର ମିଲ୍କ ଏବଂ ପ୍ରୋବାୟୋଟିକ ଅଧିକ ସେବନ କରିବା ଆବଶ୍ୟକ । ଏହାଦ୍ଵାରା ଇମ୍ୟୁନିଟି ସହିତ ସେମାନଙ୍କ ହାଇଡ୍ରେସନ ଇମ୍ପୃଭ ହୋଇଥାଏ ।

ଏହା ବ୍ୟତୀତ ଡାଇବେଟିସ ରୋଗୀ ମାନଙ୍କୁ Urinary Tract Infection ଅଧିକ ହୋଇଥାଏ । ଏହି ରୋଗରେ ଆପଣଙ୍କୁ ସୁଗାର କଣ୍ଟ୍ରୋଲ କରିବାକୁ ହେବ । ଯଦି ଡାଇବେଟିକ ଅଧିକ ବଢିଯାଏ ତେବେ UTI ହେବା ର ଅଧିକ ସମ୍ଭାବନା ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *