Health Tips- ମହିଳା ମାନଙ୍କ ଠାରେ Urinary Infection କାହିଁକି ହୋଇଥାଏ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ନମସ୍କାର ବନ୍ଧୁଗଣ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ କି ବାସ୍ତବରେ ଇଉରିନାରି ଟ୍ରାକ୍ଟ ଇନଫେକ୍ଶନ ଓ ଭଯାଇନାଲ ଇନଫେକ୍ଶନ ମଧ୍ୟରେ ପାର୍ଥକ୍ୟ କଣ ?? । ଅନେକ ଲୋକ ଜାଣି ପାରି ନଥାନ୍ତି କି ବାସ୍ତବରେ ସେମାନଙ୍କ ଠାରେ ଯେଉଁ ଇନଫେକ୍ଶନ ରହିଛି, ତାହା ବାସ୍ତବରେ କି ପ୍ରକାରର ଇନଫେକ୍ଶନ । ବନ୍ଧୁଗଣ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆପଣ ଜାଣି ପାରିବେ କି ବାସ୍ତବରେ ଇଉରିନାରି ଟ୍ରାକ୍ଟ ଇନଫେକ୍ଶନ ଓ ଭଯାଇନାଲ ଇନଫେକ୍ଶନ ମଧ୍ୟରେ କି କି ସାମଞ୍ଜସ୍ଯ ରହିଛି ।

ବନ୍ଧୁଗଣ ଯଦି ଆମେ ଇଉରିନାରି ଟ୍ରାକ୍ଟ ଇନଫେକ୍ଶନ ବିଷୟରେ ଜାଣିବା ତେବେ ଏହି ଇନଫେକ୍ଶନ ସାଧାରଣତଃ ଅଧିକାଂଶ ଲୋକଙ୍କ ଠାରେ ହେବାର ଦେଖା ଦେଇଥାଏ । ଏହି ଇନଫେକ୍ଶନ ରେ ବ୍ୟକ୍ତି କୁ ଏପରି ଅନୁଭବ ହୋଇଥାଏ, ଯେପରି ପରିସ୍ରା ଠିକ ଭାବରେ ହୋଇ ନାହିଁ ।

ଏହାଛଡା ବେଳେ ବେଳେ ପରିସ୍ରା ରେ ଏହା କାରଣ ରୁ ଜ୍ଵଳା ପୋଡା ମଧ୍ୟ ଅନୁଭବ ହୋଇଥାଏ । ତାହାଛଡା ପରିସ୍ରା ରେ ଦୁର୍ଗନ୍ଧ ହେବାର ମଧ୍ୟ ଦେଖା ଦିଏ । ଏହା ସହ ବେଳେବେଳେ ପରିସ୍ରା ରେ ରକ୍ତ ଆସିବା ମଧ୍ୟ ଦେଖା ଦେଇଥାଏ । ଏହି ଇନଫେକ୍ଶନ ରେ ପରିସ୍ରା ର ଥଳି ବା ଯେଉଁ ସ୍ଥାନରେ ପରିସ୍ରା ଜମା ହୋଇ ରହିଥାଏ ସେହି ସ୍ଥାନ ଟି ହିଁ ଇନଫେକ୍ଶନ ହୋଇ ଯାଇଥାଏ ।

ଏହା ସାଧାରଣ ତହ ଯୁବ ସମୟରେ ହେବାର ଦେଖା ଦେଇଥାଏ । ସ୍ଵଚ୍ଛତା ଅବଲମ୍ଭନ ନ କରିବା କାରଣ ରୁ ଶରୀରରେ ଇଉରିନାରି ଟ୍ରାକ୍ଟ ଇନଫେକ୍ଶନହେବାର ଦେଖା ଦିଏ । ମହିଳା ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଙ୍କର ପିରିୟଡସ୍ ପରେ ଏହି ଇନଫେକ୍ଶନ ହେବାର ଦେଖା ଦିଏ । ଏହି ଇନଫେକ୍ଶନ ରୁ ରକ୍ଷା ପାଇବା ପାଇଁ ସର୍ବ ପ୍ରଥମେ ପ୍ରତିଦିନ ଜଳ ପ୍ରଚୁର ମାତ୍ରା ରେ ପିଇବା ଉଚିତ । ତାହାସହ ଅତିକମ ରେ ଘଣ୍ଟା ବା ଦୁଇ ଘଣ୍ଟା ରେ ନିହାତି ଏକ ଥର ପରିସ୍ରା ଯିବା ଉଚିତ । ଯେଉଁ ବାଥରୁମ ଆପଣ ବ୍ୟବହାର କରୁଛନ୍ତି ସେହି ସ୍ଥାନ ସବୁବେଳେ ସଫା ରଖିବା ଉଚିତ ।

ଏହାଛଡା ଯେତେବେଳେ ଆପଣ ନିଜ ସାଥିଙ୍କ ସହ ସହବାସ କରିବାକୁ ଯାଉଛନ୍ତି, ସେହି ସମୟ ପୂର୍ବରୁ ଓ ସେହି ସମୟ ପରେ ପରିସ୍ରା ଯାଇ ଆସିବା ଉଚିତ । ଏହାଦ୍ବାରା ଏହି ଇନଫେକ୍ଶନ ହେବାର ସମ୍ଭାବନା ଥାଏ । ଡାଇବେଟିସ ଲୋକଙ୍କ ଠାରେ ହିଁ ଏହି ଇନଫେକ୍ଶନ ଅଧିକ ହେବାର ଦେଖା ଦେଇଥାଏ । ଏହାଛଡା ପ୍ରତ୍ଯେକ ଲୋକଙ୍କୁ ଓ ରୋଗୀ ଙ୍କୁ ନିହାତି ଦିନକୁ 2 ରୁ 3 ଲିଟର ଜଳ ପିଇବା ଆବଶ୍ୟକ ।

ଯଦି ଆପଣ ଙ୍କୁ ମଧ୍ୟ ଏହି ଇଉରିନାରି ଟ୍ରାକ୍ଟ ଇନଫେକ୍ଶନ ହୋଇଛି ତେବେ ବନ୍ଧୁଗଣ ଆପଣ ଏହାକୁ ନଜର ଅନ୍ଦାଜ ନ କରି ଶୀଘ୍ର ହିଁ ଡକ୍ଟରଙ୍କ ସହ ପରାମର୍ଶ କରି ଏହାର ଚିକିତ୍ସା ଆରମ୍ଭ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *