ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପ୍ରାପ୍ତ କରିବା ପାଇଁ କ’ଣ କରିବେ ? ଜାଣନ୍ତୁ ଭଗବାନଙ୍କୁ ପ୍ରାପ୍ତିର ଅମୂଲ୍ୟ ବାଣୀ !

ନମସ୍କାର ବନ୍ଧୁଗଣ, ଭଗବାନଙ୍କୁ ନିଜ ପାଖରେ ପାଇବା ପାଇଁ ସମସ୍ତ ଭକ୍ତ ବ୍ୟାକୁଳ ହୋଇଥାନ୍ତି । ଜଗତର ନାଥ ଜଗନ୍ନାଥ ତଥା ସଂସାର କର୍ତ୍ତାଙ୍କୁ ସାଧାରଣ ମଣିଷ ହୋଇ ପାଖରେ ପାଇବା କଣ ସହ ସହଜ । ଆପଣ କଣ ଭଗବାନଙ୍କୁ ନିଜ ପାଖରେ ପାଇପାରିବେ ଏଭଳି କିଛି ଆପଣ ନିହାତି ଭାବୁଥିବେ । କୁହାଯାଏ ନା ଭକ୍ତଙ୍କ ପାଇଁ ଭଗବାନ ଆଉ ଏହାର ଅନେକ ଉଦାହରଣ ମଧ୍ୟ ରହିଛି । ତେବେ ଭକ୍ତଙ୍କ ପାଖକୁ ଭଗବାନ ଆସିବେନି ବା କେମିତି । କିନ୍ତୁ ଆପଣ କଣ ସେହି ପ୍ରକୃତ ଭକ୍ତ ! ତେବେ ଆପଣ କିପରି ଭକ୍ତ ହୋଇ ଜଗନ୍ନାଥକୁ ପାଇବେ ଆସନ୍ତୁ ଜାଣିବା ।

ଭକ୍ତ ହୋଇ ଆମେ ଯେତେବେଳେ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇଥାଉ ସେତେବେଳେ ଆମର ମଧ୍ୟ କିଛି ବିଧି ବିଧାନ ରହିଛି କିଭଳି ମନ୍ଦିର ଯିବା ଆଉଜା କରିବା ଏହିସବୁର । ଆମ ସେହି ବିଧି ବିଧାନଙ୍କୁ ହୃଦୟର ସହ ପାଳନ କରି ଗଲେ ହିଁ କାଳିଆ ସାଆନ୍ତଙ୍କୁ ପାଇପାରିବା । ନହେଲେ ଆପଣ ଯାଇ ଭଗବାନ ମୁଁ ଭକ୍ତ ମତେ ଦେଖାଦିଅ କହି ମୁଣ୍ଡିଆ ମାରିଦେଲେ ସେ ଶୁଣିବେନି ସେତେବେଳେ ସେ ପଥର ପଲଟି ଯିବେ ।

କଥାରେ ଅଛି ମହାପ୍ରଭୁ ଭାବକୁ ନିକଟ କିନ୍ତୁ ଅଭାବକୁ ଦୂର । ତେଣୁ ମନରେ ତାଙ୍କ ପ୍ରତି ଅଗାଢ ଭାବନାରେ ସେ ଆପଣଙ୍କ ଠାରୁ ଅନୁଭବ କଲେ ଯାଇ ଆପଣଙ୍କ ଆତ୍ମା ଭଗବାନ ଆତ୍ମା ସହ ଯୋଡି ହେବ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିବେ ମାନେ ନୀତି ନିୟମର ପାଳନ କରିବା ଦରକାର ।

କାରଣ ଭଗବାନ ସେହି ନୀତି ନିୟମରେ ହିଁ ବନ୍ଧା । ତାଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତଙ୍କୁ ଶୁଦ୍ଧି ହୋଇ ପରିଷ୍କାର ପରିଚ୍ଛନ ବସ୍ତ୍ର ପରିଧାନ କରି ନୀତି ନିୟମର ସହ ଶ୍ରଦ୍ଧା ମନରେ ଆସିବା ଉଚିତ ହୋଇଥାଏ । ପ୍ରଥମେ ଶ୍ରୀମନ୍ଦିର ସମ୍ମୁଖରେ ଠିଆ ହୋଇ ଗରୁଡ ସ୍ତମ୍ବକୁ ଦର୍ଶନ କରିବେ । ଏହାପରେ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଗର୍ଭ ଗୃହକୁ ପ୍ରବେଶ କରିବେ ।

ଭଗବାନ ଗଣେଶଙ୍କୁ ଆପଣ ଲଡୁ କିମ୍ବା ମୋଦକ ଟିଏ ଦେଇ ପ୍ରଣାମ କରିବା ଦ୍ଵାରା ସେ ସନ୍ତୁଷ୍ଟ ହୋଇଥାନ୍ତି । ଜଗନ୍ନାଥ କହିଛନ୍ତି ମତେ କେହି ବି ତପ ଜପ କିମ୍ବା ଧ୍ୟାନ କରି ପାଇପାରିବେ ନାହିଁ । ଆପଣମାନେ ଜଗନ୍ନାଥଙ୍କୁ କେବଳ ନିଜର ଆତ୍ମୀୟ ଭାବ ଦ୍ଵାରା ହିଁ ପାଇପାରିବେ । ଜଗନ୍ନାଥକୁ କୌଣସି ପୂଜା ବିଧି କରି ଆପଣ ପାଇବେ ନାହିଁ ।

କେବଳ ଆପଣଙ୍କ ମନରେ ଜଗନ୍ନାଥଙ୍କ ପ୍ରତି ଅତୁଟ ଭଲ ପାଇବା ଏବଂ ଭାବ ଆପଣଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସହ ଯୋଡି ଦେବ । ଭାବର ପ୍ରିୟ ହୋଇଥାନ୍ତି ଜଗନ୍ନାଥ । ତେଣୁ ଜଗନ୍ନାଥଙ୍କୁ ପବିତ୍ର ମନରେ ଭାବ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *