ଡାଇବେଟିସ (Diabetes) କାହିଁକି ହୁଏ ? ଏଥିରୁ ଦୂରେଇ ରହିବା ପାଇଁ କଣ କରିବେ ? ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ମଧୁମେହ ଏକ ଭୟଙ୍କର ରୋଗ ଅଟେ, ଯାହାକୁ ଇଂରାଜୀ ରେ ଡାଇବେଟିସ ମଧ୍ୟ କୁହାଯାଏ । ଏହି ରୋଗ ବହୁତ ଶୀଘ୍ର ବ୍ୟାପିଥାଏ । ଭାରତର ପ୍ରାୟ ୬କୋଟି ବ୍ୟକ୍ତିଗତ ଏହି ଭୟଙ୍କର ରୋଗରେ ପୀଡ଼ିତ ଅଛନ୍ତି । ଭବିଷ୍ୟତରେ ଏହି ରୋଗ ୧୦ କୋଟି ବ୍ୟକ୍ତି ଙ୍କୁ ହେବାର ମଧ୍ୟ ସମ୍ଭାବନା ରହିଛି । ମଧୁମେହ ରୋଗରେ ରକ୍ତ ରେ ସୁଗାର ର ପରିମାଣ ଅଧିକ ହୋଇଯାଇଥାଏ ଏବଂ ଶରୀରରେ ଇନ୍ସୁଲୀନ ପ୍ରାକୃତିକ ରୂପରେ ତିଆରି ହେବା ବନ୍ଦ ହୋଇ ଯାଇଥାଏ ।

ଏହି ରୋଗକୁ ମୂଳରୁ ଶେଷ କରିବା ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇନାହିଁ, କେବଳ ଏହାକୁ ନି-ୟ-ନ୍ତ୍ର-ଣ କରିବା ନିମନ୍ତେ ମଧୁମେହ ରୋଗୀ ଔଷଧ ର ସେବନ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ମଧୁମେହ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ।

କେବଳ ଚିନି କିମ୍ବା ଆଳୁ ଖାଇଲେ ଡାଇବେଟିସ ହୋଇ ନଥାଏ ଯଦି ଆପଣ ଅଧିକ କ୍ୟାଲେରି ଯୁକ୍ତ ଖାଦ୍ୟ ଖାଇ ଥାଆନ୍ତି ତେବେ ତାହା ଆମ ଶରୀର ରେ ସ୍ନେହସାର ଉପାୟରେ ଶରୀର ଇଂସୁଲୀନ କୁ ବାଧା ଦେଇଥାଏ ଏବଂ ମଧୁମେହ ରୋଗ ହୋଇଥାଏ । ମଧୁମେହ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଆମକୁ ଡାକ୍ତର ଙ୍କ ଅନୁସାରେ ଏହାକୁ ଏହି ପ୍ରକ୍ରିୟା ଦ୍ୱାରା ନିୟନ୍ତ୍ରଣ କରି ହେବ ।

ପ୍ରଥମରେ ହେଉଛି ନିଜର ଡ଼ାଏଟ ନିଜର ଖାଦ୍ୟ ଶୈଳୀ । ଦ୍ଵିତୀୟ ଟି ହେଉଛି ବ୍ୟାୟାମ । ତୃତୀୟ ରେ ହେଉଛି ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧି । ଏବଂ ଚତୁର୍ଥ ରେ ହେଉଛି ଇନ୍ସୁଳୀନ । ଆପଣଙ୍କୁ ଏକ ଶୃଙ୍ଖଳିତ ଖାଦ୍ୟ ଖାଇବାକୁ ପଡିବ ଯାହା ଦ୍ୱାରା ଶରୀର ରେ ଶର୍କରା ର ମାତ୍ରା ଠିକ ଭାବରେ ରହିବ । ସେଥିପାଇଁ ନିଜ ଥାଳି ରେ ୫୦% ଶ୍ୱେତସାର ରୁ ଆସିବା ଆବଶ୍ୟକ ୨୦% ସ୍ନେହସାର,୨୦% ପ୍ରୋଟିନ ରୁ ଆସିବା ଆବଶ୍ୟକ ଅଟେ ।

ଆପଣ ଭାତ, ରୁଟି, ସବୁଜ ପନିପରିବା ଏବଂ ଦିନକୁ ଗୋଟିଏ ଫଳ ଖାଇ ପାରିବେ ଯେପରି ସେଓ,ପିଜୁଳି,ଅମୃତଭଣ୍ଡା, ଏବଂ ଆପଣ ଆମିଷ ମଧ୍ୟ ଖାଇ ପାରିବେ କିନ୍ତୁ ଅଧିକ ତେଲ ମସଲା ନୁହେଁ । ନିୟମିତ ଭାବେ ଚାଲିବା ଦିନକୁ ୩୦ ମିନିଟ ଚାଲିବା ଏବଂ ସପ୍ତାହ କୁ ପାଞ୍ଚ ଦିନ ଏପରି କରିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ ଅଟେ । ଏହା ଛଡା ଆପଣ ବ୍ୟାୟାମ ଏବଂ ଯୋଗ ପ୍ରାଣାୟମ କରି ପାରିବେ ।

ଔଷଧ ଖାଇବା ପୂର୍ବରୁ ନିହାତି ଆପଣ ପ୍ରଥମେ ନିଜର ଡାକ୍ତର ଙ୍କ ସହ ଭେଟ କରନ୍ତୁ ଏବଂ ଡାକ୍ତର ଙ୍କ ପରାମର୍ଶ କ୍ରମେ ହିଁ ଔଷଧ ସେବନ କରନ୍ତୁ ମନ କୁ କୌଣସି ଔଷଧ ସେବନ କରନ୍ତୁ ନାହିଁ । ଏହା ବହୁତ ଖରାପ ଅଭ୍ୟାସ ଅଟେ । ସର୍ଵଦା ନିଜ ଡାକ୍ତର ଙ୍କ ପରାମର୍ଶ ରେ ହିଁ ଔଷଧ ଖାଆନ୍ତୁ ଏବଂ ଯେଉଁ ସମୟରେ କୁହା ଯାଇଛି ସେହି ସମୟରେ ସେଵନ କରନ୍ତୁ ।

ଇନ୍ସୁଳୀନ ଟା ଛୋଟ ପିଲା କିମ୍ବା ଗର୍ଭବତୀ ମହିଳା ଯଦି ମଧୁମେହ ରେ ପୀଡିତ ଥାଆନ୍ତି ସେମାନଙ୍କୁ ଦିଆଯାଏ ଏବଂ ଯଦି କୌଣସି ରୋଗରେ ପୀଡିତ ହେଲେ ତଥା ହୃଦଘାତ ଭଳି କିଛି ସମସ୍ୟା ହେଲେ ମଧ୍ୟ ଇନ୍ସୁଳୀନ ଦିଆଯାଏ କିନ୍ତୁ ଯଦି ରୋଗ ଆଠ ନଅ ବର୍ଷ ର ରହିଛି ତେବେ ଶରୀର ରେ ଇନ୍ସୁଳୀନ ଜାରଣ ହୁଏ ନାହିଁ । ସର୍ଵଦା ନିଜ ଡାକ୍ତର ଙ୍କ ପରାମର୍ଶ ରେ ହିଁ ଇନ୍ସୁଳୀନ ନେବେ ଏବଂ ଠିକ ସମୟରେ କରି ପାରିବେ । ଇନ୍ସୁଲିନ ନେବା ସହ ଉପଯୁକ୍ତ ଖାଦ୍ୟ ମଧ୍ୟ ଠିକ ସମୟରେ ଖାଇବା ଆବଶ୍ୟକ ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *