କୋଟି କୋଟି ଟଙ୍କାର କରଜ ବି ସୁଝିଯିବ, ଯେ କୌଣସି ଗୋଟିଏ ଦିନରେ ବି ହନୁମାନ ମନ୍ଦିରରେ ଚଢାନ୍ତୁ ଏହି ଜିନିଷ

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଟଙ୍କା ପଇସାର ଆବଶ୍ୟକତା ନିହାତି ରହିଛି । ମଣିଷ ନିଜର ଆବଶ୍ୟକତାକୁ ପୁରା ନକରିପାରିଲେ ଟଙ୍କା ପଇସା ଉଧାର ଆଣିଥାଏ । ଆଉ ସେହି ଆଣିଥିବା ଉଧାରକୁ ମଣିଷ ଯେତେବେଳେ ସୁଝିପାରେ ନାହିଁ ସେତେବେଳେ ମୁଣ୍ଡରେ ଏକ ବଡ ଚିନ୍ତାର ବୋଝ ମାଡି ବସିଥାଏ । ତେବେ ଆପଣ ଆଣିଥିବା କରଜର ବୋଝରୁ ଆପଣ ଖୁବ ଶୀଘ୍ର ମୁକ୍ତି ପାଇପାରିବେ ।

ଏଥିପାଇଁ ଆପଣଙ୍କୁ ବାସ ହନୁମାନଙ୍କ ମନ୍ଦିର କେବଳ 1 ଜିନିଷ ଚଢାଇ ଦେବାର ଅଛି । ଯାହାଫଳରେ ଆପଣ କରିଥିବା ସମସ୍ତ କରଜରୁ ଆପଣଙ୍କୁ ମୁକ୍ତି ମିଳିଯାଇଥାଏ । ଆପଣ କେବେ ମଧ୍ୟ ମଙ୍ଗଳବାର ଏବଂ ଶନିବାର ଦିନ କାହାଠାରୁ କରଜ ଆଣନ୍ତୁ ନାହିଁ । କାରଣ ଏହିଦିନ ନେଇଥିବା କରଜକୁ ସୁଝିବା ପାଇଁ ଆପଣଙ୍କୁ ବହୁତ କଷ୍ଟ ହୋଇଥାଏ । 8, 17 ଏବଂ 26 ତାରିଖ ଦିନ ଆପଣ କରଜ ନେବା ଅନୁଚିତ ।

କରଜ ନେଉଥିବା କାଗଜରେ କେବେ ବି କଳା କଲମରେ ଦସ୍ତଖତ ଦେବା ଉଚିତ ନୁହେଁ । ଏହାକୁ ଅଶୁଭ ମନାଯାଇଥାଏ । ଏଭଳି କରଜ ଆପଣଙ୍କୁ ସୁଝିବା ପାଇଁ ଅନେକ ଦିନ ଲାଗିଯାଇଥାଏ । ଆପଣ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ହିଁ କରଜ ନିଅନ୍ତୁ । ଏହିଦିନ କରଜ ଆଣିବା ଦ୍ଵାରା ବହୁତ ଶୀଘ୍ର ସୁଝିଯାଇଥାଏ ।

ଯଦି ଆପଣ ଆଣିଥିବା କରଜକୁ ଆପଣ ଚାହିଁଲେ ମଧ୍ୟ ସୁଝି ପାରୁନାହାନ୍ତି ଏଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମନା କରିବାକୁ ପଡୁଥାଏ ତେବେ ଆପଣ ଏକ ଉପାୟ ନିଶ୍ଚୟ କରନ୍ତୁ । ଏଥିପାଇଁ ଆପଣଙ୍କୁ ପାନ ପତ୍ରର ଆବଶ୍ୟକତା ରହିଛି । ଆପଣ ଏକ ଭଲ ପାନ ପତ୍ର ନିଅନ୍ତୁ । ଯାହାକି ଫାଟି ନଥିବ ଏବଂ ସବୁଜ ସତେଜ ପାନ ପତ୍ର ହୋଇଥିବ । ସେହି ପାନ ପତ୍ରର ନାସୀକୁ ଆପଣ ଛିଡାଇ ଦିଅନ୍ତୁ ।

ସେହି ପାନ ପତ୍ର ଉପରେ ଆପଣ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଗୁଜୁରାତି ରଖି ପାନ ଖିଲ ବନାଇ ଦିଅନ୍ତୁ । ମଙ୍ଗଳବାର ଦିନ ସନ୍ଧ୍ୟାରେ ସ୍ନାନ କରି ସ୍ଵଚ୍ଛ ବସ୍ତ୍ର ପରିଧାନ କରି ହନୁମାନ ମନ୍ଦିର ଯାଆନ୍ତୁ । ଏବଂ ହନୁମାନଙ୍କୁ ଆପଣ କରିଥିବା ପାନର ଏହି ଖିଲକୁ ଅର୍ପଣ କରନ୍ତୁ । ତିନି ମାସ ପର୍ଯ୍ୟନ୍ତ ପ୍ରତ୍ୟକ ମଙ୍ଗଳବାର ଦିନ ଆପଣ ଏହି ଉପାୟକୁ କରନ୍ତୁ । ଯଦି କୌଣସି ମଙ୍ଗଳବାର ଦିନ ଆପଣ ନିଜେ ଯାଇପାରିବେ ନାହିଁ ତେବେ ଅନ୍ୟ କାହା ହାତରେ ମଧ୍ୟ ଆପଣ ଏହାକୁ ହନୁମାନଙ୍କୁ ମନ୍ଦିରକୁ ପଠାଇ ପାରିବେ ।

ଏହିଦିନ ଆପଣ କୌଣସି ତାମସିକ ପଦାର୍ଥର ସେବନ କରିବା ଅନୁଚିତ । ଆପଣ ଏହା କାରିବା ଫଳରେ ବହୁତ ଶୀଘ୍ର କରଜ ସୁଝିବାର ରାସ୍ତା ଆପଣଙ୍କ ପାଇଁ ଖୋଲିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *