Astrology- ବାଛନ୍ତୁ ନିଜର ରାଶି ଓ ଦେଖନ୍ତୁ ଆପଣଙ୍କ ପାଇଁ କିପରି ରହିବ ନୂଆବର୍ଷ 2023

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବବର୍ଷ ୨୦୨୩ ୧୨ ଟି ରାଶି ମାନଙ୍କ ପାଇଁ କେଉଁ ପ୍ରକାର ନୂତନ ଆଶା ଓ ନୂତନ ସମ୍ଭାବନା ନେଇକି ଆସୁଅଛି। ସେହି ବିଷୟରେ ଆଲୋଚନା କରିବା । ତେବେ ପ୍ରତ୍ଯେକଟି  ରାଶି ବିଷୟରେ ନିନ୍ମରେ ଆଲୋଚନା କରାଯାଉଛି । ମେଶ ରାଶି ;- ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ୨୦୨୩ ମସିହାରେ ନିଜ କ୍ଯାରିଅରକୁ ନେଇ ପରିବର୍ତ୍ତନ ହେବାର ଅଧିକ ସମ୍ଭାବନା ରହୁଛି ।ଏହି ବ୍ୟକ୍ତି ବିଶେଷ ମାନେ ଯେଉଁ କାର୍ଯ୍ୟ କରିବାକୁ ମନସ୍ଥ କରିବେ ।

ତାହା ହିଁ କରିବାର ଯୋଗ ବନୁଅଛି । ଏହି ବ୍ୟକ୍ତି ମାନେ ନିଜ ମନର କଥା ଶୁଣି ସେଥିରେ ହିଁ ଅଗ୍ରସର ହୋଇବା ସହିତ ସେହି କାର୍ଯ୍ୟ ମଧ୍ୟ ତାଙ୍କ ପାଇଁ ସଫଳତା ଆଣିଦେବାକୁ ଯାଉଛି । ବୃଷ ରାଶି ;-  ଏହି ରାଶିର ଲୋକେ ୨୦୨୩ ମସିହାରେ ଭ୍ରମଣର ଯୋଗର ଅଧିକ ସମ୍ଭାବନା ରହୁଛି । ଦୂର ଦୂର ସ୍ଥାନକୁ ବୁଲୁବାକୁ ଯିବାର ହେବ । ଏପରିକି ବୁଲିବା ପାଇଁ କିମ୍ବା ନିଜର କାର୍ଯ୍ୟ ପାଇଁ ମଧ୍ୟ ବିଦେଶ ଯିବାର ସମ୍ଭାବନା ରହୁଅଛି ।

ମିଥୁନ ରାଶି ;- ଏହି ରାଶିର ବ୍ୟକ୍ତି ବିଶେଷ ପାଇଁ ୨୦୨୩ ବର୍ଷଟି ଭଲ ରହିବା ପାଇଁ ଯାଉଛି । ଯାହା ମନରେ ଭାବିଥିବେ ତାହା ଏହି ବର୍ଷ ପୁରା ହେବା ପାଇଁ ଯାଉଛି । କର୍କଟ ରାଶି ;- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ପାଠ ପଢା କ୍ଷେତ୍ର ଓ କାର୍ଯ୍ୟ କ୍ଷେତ୍ର ଉଭୟରେ ହିଁ ଏହି ବର୍ଷ ଭଲ ପଦର୍ଶନ କରିବା ପାଇଁ ଯାଉଛନ୍ତି । ନିଜ ଲକ୍ଷ ସ୍ତଳରେ ପହଞ୍ଚିବା ପାଇଁ ନିଜର ପ୍ରୟାସ ଜାରୀ ରଖନ୍ତୁ ।

ସିଂହ ରାଶି ;-  ଏହି ଲୋକ ରାଶିର ମାନଙ୍କ ଜୀବନରେ ସେମାନେ ବହୁତ କିଛି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି । ପୁରୁଣା ବର୍ଷରେ ସେ ଯାହା ସବୁ ଶିଖିଛନ୍ତି । ସେହି ଅନୁସାରେ ୨୦୨୩ ବର୍ଷକୁ ସେ ନିଜ ହିସାବରେ ଗଢିବା ପାଇଁ ଚାହୁଁଛନ୍ତି । କନ୍ୟା ରାଶି ;- ଏହି ଡ଼ଷର ଲୋକେ ନିଜ କାର୍ଯ୍ୟ ପ୍ରତି ବହୁତ ଡେଡିକେସନ ହେବା ପାଇଁ ୨୦୨୩ ବର୍ଷରୁ ଚାହୁଁଛନ୍ତି । ଏପରିକି ନିଜ ବିଜିନେସରେ ପାର୍ଟନରସିପ ହୋଇକି ବ୍ୟବସାୟ ମଧ୍ୟ କରିପାରିବେ ।

ତୁଳା ରାଶି ;- ଏହି ରାଶିର ଲୋକଙ୍କ ପାଇଁ ୨୦୨୩ ବର୍ଷଟି ଭଲ ରହିବା ପାଇଁ ଯାଉଛି । ଏହା ସହିତ ଏହି ରାଶିର ଲୋକେ ନିଜର କିଛି ଖରାପ ଅଭ୍ଯାସ କାରଣରୁ ହଇରାଣ ମଧ୍ୟ ହୋଇପାରନ୍ତି । ଯେପରିକି କୌଣସି ଜିନିଷ ପ୍ରତି ଅଧିକ ମୋହ ନଲଗାଇ ନିଜ ଲକ୍ଷ ପଛରେ ପରିଶ୍ରମ କରିବା ହିଁ ଆପଣଙ୍କ ପାଇଁ ଭଲ ରହିବ ।

ବିଛା ରାଶି ;- ଏହି ରାଶିର ଲୋକେ ବହୁତ କିଛି କଥା ଆଗୁଆ ଭାବିଦେଇଥାନ୍ତି । ଯେଉଁ କାରଣରୁ ସେ କୌଣସି କାର୍ଯ୍ୟ କରିବାକୁ ବହୁତ ପଛ ଘୁଞ୍ଚା ଦେଇଥାନ୍ତି । ସେଥିପାଇଁ ୨୦୨୩ ମସିହାରୁ ନିଜର ଓଭର ଥିଂକିଂ ଅଭ୍ଯାସକୁ ଛାଡିବାକୁ ପଡିବ । ତେଣୁ ନିଜର ଧ୍ୟାନ ନିଜର କର୍ମ ଉପରେ ଆଗକୁ ଉନ୍ନତି କରିବାକୁ ଚେଷ୍ଟା କରନ୍ତୁ । ଧନୁ ରାଶି ;- ଏହି ରାଶିର ଲୋକଙ୍କ ପାଇଁ ୨୦୨୩ ବର୍ଷଟି ବହୁତ ଭଲ ରହିବା ପାଇଁ ଯାଉଛି । ବହୁତ ଗୁଡିଏ ସଫଳତା ଆପଣ ମାନଙ୍କୁ ମିଳିବା ଯାଉଛି ।

ମକର ରାଶି ;- ଏହି ରାଶିର ଲୋକଙ୍କ ଜୀବନରେ ସେମାନେ ଯାହା କିଛି ଭାବୁଛନ୍ତି । ସେଥିରୁ କିଛି କିଛି ପୂରଣ ହୋଇପାରୁନାହିଁ । ତେବେ ୨୦୨୩ ମସିହାରୁ ଆପଣ ନିଜର କର୍ମ କରି ଚାଲନ୍ତୁ । ଯେଉଁ ଜାଗାରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବାର ଥିବ ତାହା ନିଶ୍ଚୟ ପ୍ରାପ୍ତ ହୋଇବ । କୁମ୍ଭ ରାଶି ;- ଏହି ରାଶିର ଲୋକେ ନିଜର କିଛି ଲକ୍ଷ ହାସଲ ପାଇଁ ନିଜକୁ ଅନ୍ୟ ମାନଙ୍କ ଠାରୁ ଟିକେ ଅଲଗା କରି ରଖିବେ । ଆଗ ଅପେକ୍ଷା ଅନ୍ୟ ମାନଙ୍କ ସହିତ ଦରକାର ଅଧିକ ମଇଳାମିଶାକୁ ଆପଣ ପସନ୍ଦ କରିବେ ନାହିଁ ।

ମୀନ ରାଶି ;- ଏହି ରାଶିର ଲୋକେ ବର୍ଷ ଆରମ୍ଭରୁ ନିଜକୁ ବହୁତ କିଛି ବନ୍ଧନରେ ବାନ୍ଧି ହୋଇଗଲା ପରି ଲାଗିବ । ତାପରେ ପରେ ଆପଣ ନିଜକୁ ଦୁନିଆ ହିସାବରେ ପ୍ରସ୍ତୁତ କରି ଆଗକୁ ବଢି ନିଜର ଲକ୍ଷ ହାସଲ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *