ନମସ୍କାର ବନ୍ଧୁଗଣ , କିଡନି ଆମ ଶରୀର ର ଅଙ୍ଗମାନଙ୍କ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଶରୀରର ପ୍ରତ୍ୟେକ ଅଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ତହି ମଧ୍ୟ ରୁ କିଡନି ଅନ୍ଯତମ ଅଟେ । କିଡନି ବିଶେଷ ଭାବରେ ଅଧିକ ମାତ୍ରା ରେ ଖରାପ ହେବା ଯାଏ ଏହା ବାହାର ପ୍ରକାଶିତ ହୋଇନଥାଏ । ଆମେ ଆଜି ଆପଣଙ୍କୁ ଏହାର ଲକ୍ଷଣ ସମ୍ବନ୍ଧରେ କହିବାକୁ ଇଛା କରୁଛି ଯଥା ଏହାକୁ ଜାଣିବା ଦ୍ଵାରା ଆପଣମାନେ ଆପଣଙ୍କ ଶରୀର ପ୍ରତି ଅଧିକ ଯତ୍ନ ଶୀଳତା ପାଳନ କରିବେ ।
ଆସନ୍ତୁ ଜାଣିବା ଏହା ବିଷୟରେ କିଡନି ରୋଗ ର ବିଶେଷ୍ଜ୍ଞ ସିନିୟର ଡାକ୍ତର ନିତୀଶ କୁମାର ମହାନ୍ତି ଆମ ହାର କାରଣ ଏବଂ ଲକ୍ଷଣ ସମ୍ବନ୍ଧରେ ଅନେକ ବିଷୟ କହିଛନ୍ତି । ଆମ ପୃଥିବୀରେ 50 % କିଡନି ରୋଗ ଡାଇବେଟିସ ଖରାପ ହେଇଥିବା ବ୍ୟକ୍ତି କୁ ହୋଇଥାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ କିଡନି ଖରାପ ହେଇପାରେ । ଯଦି ଆପଣଙ୍କ ପରିବାରରେ ଏହି ରୋଗ ରହିଥାଏ ତେବେ ଆପଣଙ୍କୁ ମଧ୍ୟ ହେବାର ସମ୍ଭାବନା ରହିଥାଏ ।
ଏହ ଛଡା ମେଦବହୁଳ ଥିବା ରୋଗୀଙ୍କୁ ଏହା ହେଇପାରେ । ଡାକ୍ତରଙ୍କ ବିନା ପରାମର୍ଶ ରେ ପେନ୍ କିଲର ଓ ଏସିଡିଟି ଔଷଧ ଅତଧିକ ଖାଇବା ଦ୍ଵାରା କିଡନି ଜନିତ ସମସ୍ୟା ଆମ ଶରୀରରେ ଦେଖାଯାଇଥାଏ । ତେଣୁ ଡାକ୍ତରଙ୍କ ବିନା ଅନୁମତିରେ ଆପଣ ମାନେ ମେଡ଼ିସିନ କିଣି କି ଖାଆନ୍ତୁ ନାହିଁ । ଡାକ୍ତରଙ୍କ କହିବା ଅନୁଯାୟୀ କିଡନି ରୋଗ ଦୁଇ ପ୍ରକାରର ହୋଇଥାଏ ପ୍ରଥମ Acute କିଡନି ରୋଗ ଓ ଦ୍ଵିତୀୟ କ୍ରୋନିକ୍ ରୋଗ ।
ପ୍ରଥମ ଏକୁଇଟ ରୋଗ ଟି ଆମେ ଅତ୍ୟଧିକ ଏସିଡିଟି ଔଷଧ , ଶରୀର ରେ ଇନଫେକ୍ଶନ , ମ୍ୟାଲେରିଆ , ଜୀବାଣୁ ଜାଣିର ସମସ୍ୟା ଯୋଗୁ ହୋଇଥାଏ । ଏହା ସାଧାରଣ ତିନି ମାସ ରହିଥାଏ ଯଦି ଏହଗ ତିନି ମାସ ଋ ଅଧିକ ହୋଇଥାଏ । ତେବେ ଆମେ ଏହାକୁ କ୍ରୋନିକ୍ ରୋଗ କହିଥାଏ । ଏକୁଇଟ କିଡନି ରୋଗ ହୋଇଥିଲେ ସାଧାରଣତ ଶରୀର ରେ ଏହି ଲକ୍ଷଣ ଦେଖାଯାଇଥାଏ ଯଥା ଆମେ ଯେତେ ପରିମାଣ ରେ ପରିସ୍ରା ଯିବା କଥା ତାହା କମିଯାଇଥାଏ , ନିଶ୍ଵାସ – ପ୍ରଶ୍ଵାସରେ ଅସୁବିଧା ହୋଇଥାଏ ।
ଅଳ୍ପ କିଛି କାମ କରିବା ଦ୍ଵାରା ଧାଇଁସଇଁ ଅନୁଭବ କରିଥାଉ । କ୍ରୋନିକ୍ କିଡନି ରୋଗ ଏ ଲକ୍ଷଣ ମଧ୍ୟ ରୁ ପ୍ରଥମ ହେଉଛି ଡାଇବେଟିସ , ଉଚ୍ଚ ରକ୍ତଚାପ , ସଂକ୍ରମଣ , ଜନ୍ମଗତ ରୋଗ , ମୂତ୍ରନଳୀ ରୋଗ ଆଦି ଏହି ରୋଗ ର ଲକ୍ଷଣ ହୋଇଥାଏ । ସାଧାରଣତ କିଡନି 80 % ପ୍ରତିଶତ ଖରାପ ହେବା ଯାଏ ଏହା ପ୍ରକାଶିତ ହୋଇନଥାଏ । କିନ୍ତୁ କିଛି ଲକ୍ଷଣ ଆପଣଙ୍କୁ ହୋଇଥାଏ ଯଥା ଶରୀର ଦୁର୍ବଳ ଲାଗିବା ।
1-ନିଦ ଠିକ ଭାବରେ ହୋଇନଥାଏ ,2- କାମ ରେ ମନ ଲାଗେ ନାହିଁ , 3-ଏକାଗ୍ରତା କମିଯିବା ,4- ଦେହ ର କୋଣସି ଭାଗ ଫୁଲି ଯିବା ଏବଂ5- ସକାଳୁ ଉଠିଲା ପରେ ଆପଣଙ୍କ ଆଖି ଚାରି ପଟେ ଫୁଲିଯିବା ଆଦି ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପାଖ ଯାଇ ପରାମର୍ଶ ନେବା ଉଚିତ୍ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟର କରନ୍ତୁ ଓ ଆଗକୁ ଆମ ସହ ରହିବା ଆମ ପେଜ୍ କି ଲାଇକ କରନ୍ତୁ ।